ନୁସରତ ଜହାଁଙ୍କ ବିବାଦିତ ବିବୃତ୍ତି, କହିଲେ :- ଯଦି ଭାଜପା ସରକାର ପ୍ରତିଷ୍ଠିତ ହେବ ତେବେ ମୁସଲମାନମାନଙ୍କ…

ନୁସରତ ଜହାଁଙ୍କ ବିବାଦିତ ବିବୃତ୍ତି, କହିଲେ :- ଯଦି ଭାଜପା ସରକାର ପ୍ରତିଷ୍ଠିତ ହେବ ତେବେ ମୁସଲମାନମାନଙ୍କ…

ବଙ୍ଗାଳୀ ସିନେମାର ଅଭିନେତ୍ରୀ ଓ ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ ପାର୍ଟିର ସାଂସଦ ନୁସରତ ଜହାଁ ଏକ ବିବାଦିତ ବିବୃତ୍ତି ଦେଇଛନ୍ତି । ବଙ୍ଗଳା ନିର୍ବାଚନ ସମୟର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ବଙ୍ଗଳାରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ହେବାକୁ କିଛି ମାସ ରହିଛି, କିନ୍ତୁ ସମସ୍ତ ପାର୍ଟି ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟିଏମସି ଓ ଭାରତୀୟ ଜନତା ପାର୍ଟିର ନେତା ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି ।

ସାଂସଦ ନୁସରତ ଜହାଁ ସାମ୍ପ୍ରଦାୟିକ ହିଂସା ଓ ଶାନ୍ତିକୁ ଭଙ୍ଗ ହେଉଥିବା ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି । ସେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମକ ଭାଷଣ ଦେଇଛନ୍ତି । ନୁସରତ ଜହାଁ କହିବ ଅନୁଯାୟୀ, ଯଦି ପଶ୍ଚିମ ବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ଭାଜପା ସରକାର ସଂଗଠିତ ହୁଏ; ତେବେ ମୁସଲମାନମାନଙ୍କ ଓଲଟା ଗଣନା ଆରମ୍ଭ ହୋଇଯିବ । ତାଙ୍କର ଏହି ବିବୃତ୍ତି ପରେ ବର୍ତ୍ତମାନ ପଶ୍ଚିମ ବଙ୍ଗର ଶାସନ କ୍ଷେତ୍ରରେ ଭୂ-ଚଳ ସୃଷ୍ଟି ହୋଇଯାଇଛି ।

ଆପଣଙ୍କୁ ଜଣାଇଦେଉଛୁ ଯେ, ଅଧିକାଂଶ ସମୟରେ ନୁସରତ ଜହାଁଙ୍କ ବିବାଦୀୟ ବିବୃତ୍ତି ପାଇଁ ଚର୍ଚ୍ଚାରେ ସାଉଁଟି ରହିଥାନ୍ତି । କେବେ ସେ ମୌଳବାଦୀ ବ୍ୟକ୍ତି (fundamentalists)ଙ୍କୁ ଲକ୍ଷ୍ୟଭେଦ କରି ବିବୃତ୍ତି ଦେଇଥାନ୍ତି ତ କେବେ ନିଜ ନିର୍ଭୟ ଭାଷଣ ଯୋଗୁଁ ଖବରରେ ସାଉଁଟି ରହିଥାନ୍ତି । ତାଙ୍କର ଏହିପରି ବିବାଦୀୟ ବିବୃତ୍ତି କାରଣରୁ ଖବରରେ ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥାନ୍ତି । ନିକଟରେ ସେ ବିଜେପିକୁ ଲକ୍ଷ କରି ନିଜ ବିବୃତ୍ତି ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଭାଜପା ହିନ୍ଦୁ ମୁସଲିମ ମଧ୍ୟରେ ଦଙ୍ଗା ସୃଷ୍ଟି କରାଇଥାନ୍ତି ।

ନୁସରତ ଜହାଁ ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପାର୍ଟି ତରଫରୁ ପଶ୍ଚିମ ବଙ୍ଗର ଉତ୍ତର-୨୪ ପରଗନାର ମୁସଲମାନ ବହୁଳ ଅଂଚଳ ଦେଗଙ୍ଗାକୁ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଥିଲେ । ସେ ବିପକ୍ଷ ପାର୍ଟି ବିଜେପି ବିରୁଦ୍ଧରେ ଅନେକ କିଛି କହିଛନ୍ତି ଓ ଲୋକଙ୍କୁ ସମ୍ବୋଧିତ କରିବା ବେଳେ କହିଛନ୍ତି ଯେ, “ଆପଣମାନେ ନିଜେ ସତର୍କରେ ରୁହନ୍ତୁ ଓ ଆଖି ଖୋଲି ରଖନ୍ତୁ, ଭାଜପା ଭଳି ଭୟଙ୍କର ଭାଇରସ୍ ଘୁରି ବୁଲୁଛି । ଏହି ଭାଜପା ପାର୍ଟି, ଧର୍ମକୁ କେନ୍ଦ୍ର କରି ଭେଦଭାବ ଓ ଲୋକଙ୍କ ମଧ୍ୟରେ ଦଙ୍ଗା କରାଏ । ଯଦି ଭାଜପା, ସରକାର ଗଠନ କରେ, ତେବେ ମୁସଲମାନମାନଙ୍କ ଓଲଟା ଗଣନା ଆରମ୍ଭ ହେବା ସୁନିଶ୍ଚିତ ।”

ନୁସରତଙ୍କ ଜହାଁଙ୍କ ଏହି ବିବୃତ୍ତି ଯୋଗୁଁ ସେ ଭାରତୀୟ ଜନତା ପାର୍ଟିର ଲକ୍ଷ୍ୟରେ ଆସିଯାଇଛନ୍ତି । ଭାଜପା ତାଙ୍କର ଏହି ବିବୃତ୍ତିରୁ ଆଦୌ ଖୁସି ନୁହଁନ୍ତି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ, ନୁସରତଙ୍କ ବିବାଦୀୟ ବିବୃତ୍ତିର ଯଥାଚିତ ଯୁକ୍ତିଯୁକ୍ତ ଉତ୍ତର ଦେଇଛନ୍ତି ଏବଂ ସେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ଉପରେ ମୁସଲମାନମାନେ କିପରି ଆତ୍ମାତୃପ୍ତି ରହିଛନ୍ତି, ସେହି ବିଷୟରେ ଅଭିଯୋଗ କରିଛନ୍ତି । ଅମିତ ମାଲବୀୟ ଦେଶରେ ଆସିଥିବା କରୋନା ମହାମାରୀର ପ୍ରତିଷେଧକ ଟୀକା ଉପରେ ପଶ୍ଚିମ ବଙ୍ଗକୁ ନେଇ କହିଛନ୍ତି ଯେ, ପ୍ରତିଷେଧକ ଟୀକା ଉପରେ ସବୁଠାରୁ ଖରାପ ଶାସନ ପଶ୍ଚିମ ବଙ୍ଗରେ ହେଉଛି ।

ଅମିତ ମାଲବୀୟ ସୋସିଆଲ ମିଡ଼ିଆ ମାଧ୍ୟମରେ ନୁସରତ ଜହାଁ ଓ ଟିଏମସି ଉପରେ ଲକ୍ଷ୍ୟ ସାଧିଛନ୍ତି । ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟୁଇଟ୍ କରି ଲେଖିଛନ୍ତି ଯେ, “ପ୍ରଥମ ମମତା ବାନାର୍ଜୀ କ୍ୟାବିନେଟର ବର୍ତ୍ତମାନର ମନ୍ତ୍ରୀ ସିଦ୍ଧିକୁଲା ଚୌଧୁରୀ ପ୍ରତିଷେଧକ ଟୀକା ନେଇ ଯାଉଥିବା ଟ୍ରକକୁ ଅଟକାଇ ଦେଇଛନ୍ତି । ବର୍ତ୍ତମାନ ଟିଏମସି ସାଂସଦ ମୁସଲମାନ ବହୁଳ ଅଞ୍ଚଳ ଦେଗଙ୍ଗାରେ ନିର୍ବାଚନ ପ୍ରଚାର କରି ଭାଜପାର ତୁଳନା କରୋନା ସହିତ କରୁଛନ୍ତି । କିନ୍ତୁ ପିଶି (ମମତା ବାନାର୍ଜୀ) ଚୁପ ଅଛନ୍ତି । କାହିଁକି ?

ପଶ୍ଚିମବଙ୍ଗରେ ଏପ୍ରେଲ୍ ଓ ମେ’ ୨୦୨୧ରେ ଆଗାମୀ ବିଧାନସଭା ନିର୍ବାଚନ ଆୟୋଜନ କରାଯିବ । ବର୍ତ୍ତମାନ ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀ ଶାସନାଧୀନ ଅଛନ୍ତି । ୨୯୪ଟି ବିଧାନସଭା ଆସନ ଥିବା ପଶ୍ଚିମ ବଙ୍ଗରେ ଏଥର ଭାଜପା ଓ ଟିଏମସି ମଧ୍ୟରେ କଡ଼ା-ଟକ୍କର ହେବ ବୋଲି କୁହାଯାଉଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଲଗାତାର ପଶ୍ଚିମ ବଙ୍ଗରେ ଖୁବ୍ ଜୋରରେ ନିର୍ବାଚନ ପ୍ରଚାର କରିବାରେ ଲାଗିଛନ୍ତି । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ସହିତ ପାର୍ଟିର ବଡ଼ ବଡ଼ ନେତା ପ୍ରଦେଶରେ ଲଗାତାର ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଛନ୍ତି । ଅନ୍ୟପଟେ ଟିଏମସି ମଧ୍ୟ ନିର୍ବାଚନର ଜୋରଜର ପ୍ରାଚର କରିଆସୁଛି ।

Leave a Reply

Your email address will not be published. Required fields are marked *