କଡାକଡି ହେଲା ଟ୍ରାଫିକ ନିୟମ ! ବର୍ତ୍ତମାନ କାର୍ ପଛ ସିଟରେ ସିଟ୍ ବେଲ୍ଟ ଏବଂ ବାଇକରେ ସାଇଡ୍  ମିରର୍ ନ ଲଗାଇଥିଲେ ଦେବାକୁ ପଡିବ ଜୋରିମାନା…

କଡାକଡି ହେଲା ଟ୍ରାଫିକ ନିୟମ ! ବର୍ତ୍ତମାନ କାର୍ ପଛ ସିଟରେ ସିଟ୍ ବେଲ୍ଟ ଏବଂ ବାଇକରେ ସାଇଡ୍ ମିରର୍ ନ ଲଗାଇଥିଲେ ଦେବାକୁ ପଡିବ ଜୋରିମାନା…

ଯଦି ଆପଣ କାର୍ କିମ୍ବା ଦୁଇ ଚକିଆ ଯାନ ସହିତ ରାଜଧାନୀ ଦିଲ୍ଲୀର ଭ୍ରମଣ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶୁକ୍ରବାର ଠାରୁ ଟ୍ରାଫିକ ନିୟମରେ ଏକ ବଡ ପରିବର୍ତ୍ତନ କରାଯାଇଛି । ନୂତନ ନିୟମ ଅଧୀନରେ କାରର ପଛ ସିଟରେ ସିଟ୍ ବେଲ୍ଟ ଲଗାଇବା ଏବଂ ଦୁଇ ଚକିଆ ଯାନରେ ଥିବା ସାଇଡ ମିରରଗୁଡ଼ିକ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯଦି ଏହା ନ କରାଯାଏ, ତେବେ ଦିଲ୍ଲୀ ଟ୍ରାଫିକ ପୋଲିସ ଆପଣଙ୍କ ଚାଲାଣ କାଟିପାରେ ।

ଟ୍ରାଫିକ ପୋଲିସ ଜାରି କଲା SOP

ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ କହିଛନ୍ତି ଯେ ଅଧିକାଂଶ ଦୁଇ ଚକିଆ ଯାନର ସାଇଡ୍ ମିରର୍ ନାହିଁ । ବିଶେଷ କରି କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବରେ ମିରର୍ କାଢି ଦେଇଥାନ୍ତି । ଯେଉଁଥିପାଇଁ ଗାଡି ଚଳାଇବା ସମୟରେ ଦୁର୍ଘଟଣାର ଆଶଙ୍କା ବହୁ ପରିମାଣରେ ବଢ଼ିଯାଇଥାଏ । ଏଥି ସହିତ, କାରର ପଛ ସିଟରେ ବସିଥିବା ବ୍ୟକ୍ତି କଦାପି ବେଲ୍ଟ ଲଗାନ୍ତି ନାହିଁ । ଯାହା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଅନୁଭବ କରାଇଥାଏ । କୌଣସି ବଡ଼ ଦୁର୍ଘଟଣାରେ ଏହି ଛୋଟ ଅବହେଳା ଯୋଗୁଁ ଯାତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ ।

ଏତିକି ଟଙ୍କାର କଟାଯିବ ଚାଲାଣ

ଅଧିକାରୀ କହିଛନ୍ତି ଯେ ଏହି ନିୟମ ଉଭୟ ମୋଟର ଯାନ ଅଧିନିୟମ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ୧୯୮୯ରେ ଉଲ୍ଲେଖ କରାଯାଇଛି । କିନ୍ତୁ ବର୍ତ୍ତମାନ ଟ୍ରାଫିକ ପୋଲିସ୍ ଏହି ନିୟମ ପାଳନ କରିବା ପାଇଁ ଦିଲ୍ଲୀରେ ପ୍ରଚାର କରିବ ଏବଂ ଲୋକଙ୍କୁ ସଚେତନ କରାଇବା ସହିତ ଚାଲାଣ ମଧ୍ୟ କାଟିବ । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାରରେ ପଛ ସିଟ୍ ବେଲ୍ଟ ନ ଲଗାଇଥିଲେ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ତତ୍ ସହିତ ଦୁଇ ଚକିଆ ଯାନରେ ସାଇଡ ମିରର୍ ନ ଲଗାଇଥିଲେ ୫୦୦ ଟଙ୍କାର ଚାଲାଣ କଟାଯିବ ।

Leave a Reply

Your email address will not be published. Required fields are marked *