ପରିବାର ସହ କୌଣସି ସମ୍ପର୍କ ରଖନ୍ତି ନାହିଁ, ଏହି ରୂପ ସୌନ୍ଦର୍ଯ୍ୟ ଅଭିନେତ୍ରୀମାନେ !  ସର୍ବଦା ପରିବାର ଠାରୁ ଦୂରେଇ ରୁହନ୍ତି …

ପରିବାର ସହ କୌଣସି ସମ୍ପର୍କ ରଖନ୍ତି ନାହିଁ, ଏହି ରୂପ ସୌନ୍ଦର୍ଯ୍ୟ ଅଭିନେତ୍ରୀମାନେ ! ସର୍ବଦା ପରିବାର ଠାରୁ ଦୂରେଇ ରୁହନ୍ତି …

ପରିବାର ହେଉଛି ସମସ୍ତଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । କୁହାଯାଏ କି ଯଦି ପରିବାର ସାଥିରେ ରୁହନ୍ତି, ତେବେ ବଡ ରୁ ବଡ ଅସୁବିଧାକୁ ସହଜରେ ସମାଧାନ କରାଯାଇପାରିବ । କିନ୍ତୁ କେତେଥର ହୋଇଛି କି ଲୋକମାନେ ଛୋଟ ଛୋଟ କଥାକୁ ନେଇ ନିଜ ପରିବାର ଠାରୁ ଦୂରେଇ ରୁହନ୍ତି । ତେବେ କେବଳ ସାଧାରଣ ଲୋକ ନୁହଁନ୍ତି ବଲିଉଡର ଅନେକ ସେଲିବ୍ରେଟି ମଧ୍ୟ ସେମାନଙ୍କ ପରିବାର ଲୋକଙ୍କ ଉପରେ ରାଗିଯାଇ ପରିବାର ଠାରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଯଦିଓ ସାଧାରଣ ଲୋକମାନଙ୍କୁ ଏମିତି ଲାଗେ କି କେବଳ ସେମାନଙ୍କ ଜୀବନରେ ଅସୁବିଧା ଅଛି, କିନ୍ତୁ ବଲିଉଡ଼ ସେଲିବ୍ରେଟି ମାନଙ୍କ ଜୀବନରେ ମଧ୍ୟ ଅନେକ ପ୍ରକାର ଅସୁବିଧା ରହିଥାଏ । ଆଜ୍ଞା ହଁ, ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ନିଜ ପରିବାର ଲୋକଙ୍କ ସହିତ ଭଲ ସମ୍ପର୍କ ନାହିଁ । ତେଣୁ ଆଜି ଆମେ ଏହି ଆର୍ଟିକିଲିରେ ଆପଣଙ୍କୁ ଏଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ନିଜ ପରିବାର ସହିତ ଭଲ ସମ୍ପର୍କ ନଥିଲା । ଆସନ୍ତୁ ଦେଖିବା ଏହି ତାଲିକାରେ କେଉଁ କେଉଁ ମାନେ ଅନ୍ତର୍ଭୁକ୍ତ ଅଛନ୍ତି…

୧) ରେଖା:-

ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖା ତାଙ୍କ ଅଭିନୟରେ ଦେଶ ଦୁନିଆକୁ ପାଗଳ କରିଦେଇଛନ୍ତି । ଏକ ସମୟ ଥିଲା ଯେତେବେଳେ ରେଖା ଇଣ୍ଡଷ୍ଟ୍ରିର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ, ତାଙ୍କ ଅଭିନୟର ଲକ୍ଷ ଲକ୍ଷ ଲୋକ ପାଗଳ ଥିଲେ ଏବଂ ସେ କେବଳ ରେଖାଙ୍କ ନାମରେ ହିଁ ସିନେମା ହଲରେ ପହଁଞ୍ଚି ଯାଉଥିଲେ । ରେଖାଙ୍କ ବୃତ୍ତିଗତ ଜୀବନ ସୁପରହିଟ୍ ହୋଇଥିଲା କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ସମୟରେ ବିବାଦ ଦ୍ୱାରା ଘେରି ରହିଥିଲା ​​। କୁହାଯାଏ କି ରେଖାଙ୍କ ସମ୍ପର୍କ ତାଙ୍କ ପିତାମାତାଙ୍କ ସହିତ କେବେ ଭଲ ନଥିଲା । ଏହି କଥା କୁ ରେଖା ନିଜ ବୟୋଗ୍ରାଫିରେ ମାନିଛନ୍ତି । ବାସ୍ତବରେ, ରେଖାଙ୍କ ଜନ୍ମ ପରେ ତାଙ୍କ ପିତା ତାଙ୍କ ମାଆଙ୍କୁ ଛାଡିଦେଇଥିଲେ ଏବଂ କିଛିଦିନ ପରେ ମାଆଙ୍କୁ ଜୁଆର ଅଭ୍ୟାସ ଲାଗିଯାଇଥିଲା । ଏଭଳି ପରିସ୍ଥିତିରେ ଘରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିଲା ଏବଂ ଏହି କାରଣରୁ ରେଖା ବହୁତ କମ୍ ବୟସରେ କାମ କରିବା ଆରମ୍ଭ କରିଦେଇଥିଲେ ।

୨) ସୁରବିନ ଚାୱଲା:-

ଟିଭି ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ସୁରବିନ ଚାୱଲା ଅନେକ ଚଳଚ୍ଚିତ୍ରରେ ଉତ୍କୃଷ୍ଟ ଅଭିନୟ କରିଛନ୍ତି । କିନ୍ତୁ ସୁରବିନଙ୍କ ସମ୍ପର୍କ ମଧ୍ୟ କେବେ ତାଙ୍କ ପରିବାର ସହିତ ଭଲ ନଥିଲା । କୁହାଯାଉଛି କି ସୁରବିନ ଚାୱଲାଙ୍କ ସହ ତାଙ୍କ ପିତାମାତା ସମସ୍ତ ସମ୍ପର୍କ ଭାଙ୍ଗିଦେଇଛନ୍ତି । ଏହା ପଛର କାରଣ କୁହାଯାଉଛି କି ସୁରବିନଙ୍କ ପିତାମାତା ଚାହୁଁ ନାହାଁନ୍ତି କି ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତୁ ।

୩) ମଲ୍ଲିକା ଶେରାୱତ:-

ବଲିଉଡର ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ମଧ୍ୟ ତାଙ୍କ ପରିବାରକୁ ନେଇ ସବୁବେଳେ ଅସନ୍ତୁଷ୍ଟ ରହୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲ୍ଲିକାର ପିତାମାତା ମଧ୍ୟ ତାଙ୍କ ବିପକ୍ଷରେ ଥିଲେ ଏବଂ ଏହାର କାରଣ ଥିଲା କି ମଲ୍ଲିକାଙ୍କ ଚଳଚ୍ଚିତ୍ରରେ ପ୍ରବେଶକରିବା ।

କୁହାଯାଉଛି କି ମଲ୍ଲିକାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମାରପିଟି କରୁଥିଲେ ଏବଂ ଏହି କାରଣରୁ ଅଭିନେତ୍ରୀ ତାଙ୍କ ଘରକୁ ସବୁଦିନ ପାଇଁ ବିଦାୟ ନେଇଥିଲେ ଏବଂ ଏପର୍ଯ୍ୟନ୍ତ ତାଙ୍କ ପିତାଙ୍କ ଉପନାମ ମଧ୍ୟ ବ୍ୟବହାର କରିନାହଁନ୍ତି ।

୪) କଙ୍ଗନା ରନାଓ୍ବତ:-

ବଲିଉଡର ପଙ୍ଗା କୁଇନ ନାମରେ ଜଣାଶୁଣା ଅଭିନେତ୍ରୀ କଙ୍ଗନା ରନାୱତ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଆଜ୍ଞା ହଁ କଙ୍ଗନା ମଧ୍ୟ ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହାର ସମ୍ପର୍କ ପରିବାର ସଦସ୍ୟଙ୍କ ସହିତ କେବେ ଭଲ ରହିନଥିଲା । ସେ ଏହି ବିଷୟରେ ଅନେକ ଥର ଖୋଲାଖୋଲି ଭାବେ କହିସାରିଛନ୍ତି ।

ଥରେ ସେ ଏକ ଇଣ୍ଟରଭିୟ୍ୟୁରେ କହିଥିଲେ ଯେ ସେ ଥରେ ଘରୁ ପଳାଇ ଯାଇଥିଲେ କାରଣ ମୋ ପରିବାର ଫିଲ୍ମରେ କାମ କରିବାକୁ ବିରୋଧ କରୁଥିଲେ । ଯଦିଓ ବର୍ତ୍ତମାନ କଙ୍ଗନା ରନାଓ୍ବତଙ୍କ ନିଜର ପିତାମାତାଙ୍କ ସହ ସମ୍ପର୍କ ବହୁତ ଭଲ ଅଟେ । ବର୍ତ୍ତମାନ କଙ୍ଗନା ଅଧିକାଂଶ ସମୟ ପିତାମାତାଙ୍କ ସହିତ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *