ଫୋନ୍ କଲେ ଆଉ ଶୁଣିବାକୁ ପାଇବେ ନାହିଁ ଅମିତାଭ ବଚ୍ଚନଙ୍କ ସ୍ୱର । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବରଟି କଣ ?

ଫୋନ୍ କଲେ ଆଉ ଶୁଣିବାକୁ ପାଇବେ ନାହିଁ ଅମିତାଭ ବଚ୍ଚନଙ୍କ ସ୍ୱର । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବରଟି କଣ ?

ଗତ ୬ ମାସରୁ ଫୋନରେ ଅମିତାଭ ବଚ୍ଚନଙ୍କ ସ୍ୱରରେ କରୋନାଙ୍କ କଲର୍ ଟ୍ୟୁନ୍ ଶୁଣାଯାଉଥିଲା କିନ୍ତୁ ଏକ ଭଲ ଖବର ସାମ୍ନାକୁ ଆସିଅଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ଠାରୁ ମୋବାଇଲର ଡିଫଲ୍ଟ କଲର୍ ଟ୍ୟୁନ୍ ବଦଳି ଯାଇଛି । ବର୍ତ୍ତମାନ କରୋନାର କଲର୍ ଟ୍ୟୁନରେ ଅମିତାଭ ବଦଳରେ ଜସଲୀନ୍ ଭଲ୍ଲାଙ୍କ ସ୍ୱର ଶୁଣାଯିବ । ବର୍ତ୍ତମାନ କରୋନା ଟୀକାକରଣ ସହ ଜଡ଼ିତ କଲର୍ ଟ୍ୟୁନ୍ ମଧ୍ୟ ଶୁଣାଯିବ । ନୂତନ କଲର୍ ଟ୍ୟୁନ୍ ହିନ୍ଦୀ ଓ ଇଂରାଜୀ ଉଭୟରେ ରହିବ । ସ୍ୱର କଳାକାର ଜସଲୀନ କରୋନା ଟୀକାକରଣ ସହ ଜଡ଼ିତ ସୂଚନା ଦେବେ ।

ଯେବେମଧ୍ୟ ଆପଣ ମୋବାଇଲ ଫୋନରେ କାହାର ନମ୍ବର ଡ଼ାଏଲ୍ କରନ୍ତି; ସେତେବେଳେ ଆପଣ ଅମିତାଭ ବଚ୍ଚନଙ୍କ ସ୍ୱରରେ କରୋନାର କଲର୍ ଟ୍ୟୁନ୍ ଶୁଣୁଥିଲେ । ଏହି ସ୍ୱର ଗତ ୬ ମାସରୁ ଶୁଣାଯାଉଛି ଏବଂ ଲୋକେ ଏଥିରୁ ଚିନ୍ତିତ ହୋଇଗଲେଣି । ଏତିକି ନୁହେଁ “ବିଗ୍ ବି”ଙ୍କ ସ୍ୱର ଥିବା କଲର୍ ଟ୍ୟୁନ୍ ହଟାଇବାକୁ ନେଇ କିଛି ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ପତ୍ର ମଧ୍ୟ ଦାଖଲ କରାଯାଇଥିଲା । ଏହି ଆବେଦନ ପତ୍ରରେ କୁହାଯାଇଥିଲା ଯେ ବାସ୍ତବରେ କରୋନା ଯୋଦ୍ଧାମାନଙ୍କ ସ୍ୱର ଶୁଣାଯିବା ଉଚିତ । ଏମିତିରେ ଅମିତାଭଙ୍କ ସ୍ୱରକୁ କରୋନା କଲର୍ ଟ୍ୟୁନରୁ ହଟାଇ ଦିଆଯାଉ । ଏଥିମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଅଛି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ଠାରୁ ମୋବାଇଲର ଡିଫଲ୍ଟ କଲର ଟ୍ୟୁନରେ ଅମିତାଭଙ୍କ ବଦଳରେ ଜସଲୀନ ଭଲ୍ଲାଙ୍କ ସ୍ୱର ଶୁଣିବାକୁ ମିଳିବ । ବର୍ତ୍ତମାନ କରୋନା ଟୀକାକରଣ ସହ ଜଡ଼ିତ କଲର ଟ୍ୟୁନ୍ ଶୁଣାଯିବ । ନୂତନ କଲର ଟ୍ୟୁନ୍ ହିନ୍ଦୀ ଓ ଇଂରାଜୀ ଉଭୟରେ ରହିବ ।

ପାର୍ଶ୍ଵ ସ୍ୱର କଳାକାର ଜସଲୀନ ଭଲ୍ଲା କରୋନା ଟୀକାକରଣ ସହ ଜଡ଼ିତ ସୂଚନା ଦେବେ । ସେ ଲୋକଙ୍କୁ ସତର୍କ କରାଇବେ ଯେ ଗୁଜବ ମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ଏବଂ ଟୀକା କରଣ କରାଇ ନିଅନ୍ତୁ, ଯାହାକି କରୋନାରୁ ରକ୍ଷା ପାଇବା ପାଇଁ ଜରୁରୀ ଅଟେ । ଏଥିସହ ସେ ଏହି ସୂଚନାରେ ଆଉ କିଛି ସାବଧାନତା ବିଷୟରେ ମଧ୍ୟ ସୂଚାଇବେ ।

ଜସଲୀନ କରୋନା କାଳର ଆରମ୍ଭ ଦିନରେ ମଧ୍ୟ ଏପରି ଏକ କଲର ଟ୍ୟୁନକୁ ନିଜ ସ୍ୱର ଦେଇଥିଲେ, ଯାହାକୁ ପରେ ପରିବର୍ତ୍ତିତ କରି ଦିଆଗଲା ଏବଂ ନୂତନ ସ୍ୱର ଅମିତାଭଙ୍କ ରହିଲା । ସେ ପୁରାତନ ସୂଚନାରୁ କରୋନା ଭାଇରସରୁ ରକ୍ଷା, ରୋଗୀଙ୍କ ସହିତ ଭେଦଭାବ ଓ ଅନ୍ୟ ସାବଧାନତା ବିଷୟରେ କହୁଥିଲେ । ଜଣାଇଦେଉଛୁ ଯେ ଜସଲୀନ ପ୍ରଥମେ ଏକ ଚ୍ୟାନେଲରେ ସ୍ପୋଟ୍ସ ଜର୍ଣ୍ଣାଲିଷ୍ଟ ଥିଲେ କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ସେ ସମ୍ପୂର୍ଣ୍ଣ ଭାବେ ପାର୍ଶ୍ୱ ସ୍ୱରର କାମ କରୁଛନ୍ତି ।

ଏହା ଥିଲା ବିଗ୍ ବିଙ୍କ ସ୍ୱରରେ କଲର ଟ୍ୟୁନ୍

କଲର ଟ୍ୟୁନରେ ଅମିତାଭ ବଚ୍ଚନଙ୍କ ସ୍ୱରରେ ଶୁଣିବାକୁ ମିଳୁଥିଲା ଯେ – ନମସ୍କାର, ଆମ ଦେଶ ଓ ସାରା ବିଶ୍ୱ ଆଜି କୋଭିଡ-୧୯ ମହାମାରୀର ମୁକାବିଲା କରୁଛି । କୋଭିଡ-୧୯ ବର୍ତ୍ତମାନ ଶେଷ ହୋଇ ନାହିଁ । ଏମିତିରେ ଆମ ଦାୟିତ୍ବ ଏହା ଯେ ଆମେ ସତର୍କ ରହିବା । ଏଥିପାଇଁ ଯେତେବେଳେ ପର୍ଯ୍ୟନ୍ତ ଔଷଧ ନମିଳିବ, ସେତେବେଳେ ପର୍ଯ୍ୟନ୍ତ ଅବହେଳା କରିବା ନାହିଁ । କରୋନାରୁ ସୁରକ୍ଷିତ ରହିବା ପାଇଁ ଜରୁରୀ ଏହା ଯେ ନିୟମିତ ଭାବେ ହାତ ଗୋଡଧୋଇବା, ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ ଉଚିତ ଦୂରତା ବଜାୟ ରଖନ୍ତୁ । ମନେ ରଖନ୍ତୁ ଦୁଇ ଗଜ ଦୂରତା, ମାସ୍କ ଜରୁରୀ ଅଟେ । କାଶ, ଜ୍ଵର କିମ୍ବା ନିଃଶ୍ବାସ ନେବାକୁ କଠିନ ଲାଗିଲେ ହେଲ୍ପ ଲାଇନ ନମ୍ବର ୧୦୭୫ରେ ସମ୍ପର୍କ କରନ୍ତୁ ।

Leave a Reply

Your email address will not be published. Required fields are marked *