ପାଞ୍ଚଦିନ ଧରି ନିଜ ଘରେ ମୃତ ଅବସ୍ଥାରେ ପଡ଼ି ରହିଥିଲେ ସେନାର ଅବସର ପ୍ରାପ୍ତ କ୍ୟାପଟେନ ! ପୁଅ ଭାବୁଥିଲା ବାପା ଶୋଇଛନ୍ତି…

ପାଞ୍ଚଦିନ ଧରି ନିଜ ଘରେ ମୃତ ଅବସ୍ଥାରେ ପଡ଼ି ରହିଥିଲେ ସେନାର ଅବସର ପ୍ରାପ୍ତ କ୍ୟାପଟେନ ! ପୁଅ ଭାବୁଥିଲା ବାପା ଶୋଇଛନ୍ତି…

ଭାରତୀୟ ସେନାରୁ ଅବସର ନେଇଥିବା ୭୨ ବର୍ଷୀୟ କପ୍ତାନ ରାମ ସିଂଙ୍କ ବାସଭବନରୁ ହିଁ ତାଙ୍କର ମୃତଦେହ ମିଳିଥିଲା । ଏହିପରି ନୁହଁ କି ରାମ ସିଂ ଘରେ ଏକାକି ରହୁଥିଲେ, ତାଙ୍କ ସହିତ ବିକୃତ ମସ୍ତିଷ୍କ ବିଶିଷ୍ଟ ତାଙ୍କର ପୁତ୍ର ପ୍ରବୀଣ ମଧ୍ୟ ରହୁଥିଲେ, ଯିଏ ଭାବୁଥିଲେ କି ତାଙ୍କ ପିତା ୫ ଦିନ ଧରି ଶୋଇଛନ୍ତି ।

ଏହି କଥାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ପୁଅ ପ୍ରବୀଣ ଛାତ ଉପରେ କିଛି କପଡ଼ାକୁ ଜଳାଉଥିଲା, ଯାହାକୁ ଦେଖି ପଡୋଶୀ ଘରର ମହିଳା ଜଣେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ସଢ଼ି ଯାଇଥିବା ଶବକୁ ନିଜ ଅକ୍ତିଆରଭୁକ୍ତ କରି ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ଘଟଣାଟି ହରିୟାଣାର ଯମୁନା ନଗର ନିକଟସ୍ଥ ପାଶ ଅଞ୍ଚଳର ଅଟେ । ଯେଉଁଠାରେ ଭାରତୀୟ ସେନାରୁ କପ୍ତାନ ପଦରୁ ଅବସର ଗ୍ରହଣ କରିଥିବା ୭୨ ବର୍ଷୀୟ ରାମ ସିଂ ଏବଂ ତାଙ୍କ ପୁଅ ପ୍ରବୀଣ କୁମାର ଦୀର୍ଘ ଦିନ ଧରି ରହି ଆସୁଥିଲେ ।

ସୂଚନା ଅନୁସାରେ, ପୂର୍ବରୁ ରାମ ସିଂଙ୍କ ପତ୍ନୀ ଏବଂ ଜଣେ ଝିଅଙ୍କ ମୃତ୍ୟୁ ହୋଇସାରିଛି । ଅବସରପ୍ରାପ୍ତ କପ୍ତାନ ରାମ ସିଂ ପାଞ୍ଚ ଦିନ ପୂର୍ବରୁ ରାତିରେ ଶୋଇଥିଲେ କିନ୍ତୁ ପ୍ରାତଃ ସମୟରେ ଆଉ ଉଠି ନଥିଲେ । ପ୍ରବୀଣ ମାନସିକ ସ୍ତରରେ ବିକୃତ ଅଟେ ତେଣୁ ସେ ଭାବିଥିଲେ କି ଭୋଜନ କରିବା ପାଇଁ ତାଙ୍କ ବାପା ନିଶ୍ଚୟ ଆସିବେ । ଏହିପରି ଅବସ୍ଥାରେ ସେ ତାଙ୍କ ପିତାଙ୍କ ମୃତ ଦେହ ସହିତ ପାଞ୍ଚ ଦିନ ଧରି ରହି ଆସୁଥିଲା ।

ଗୁରୁବାର ଦିନ ପ୍ରାତଃ ସମୟରେ ପ୍ରବୀଣ ଯେତେବେଳେ ତାଙ୍କ ଘର ଛାତ ଉପରେ କିଛି ପୁରୁଣା କପଡାକୁ ଜଳାଉଥିଲେ ସେହି ସମୟରେ ତାଙ୍କ ପଡୋଶୀ ପୋଲିସ ସହାୟତା କେନ୍ଦ୍ରକୁ ସୂଚନା ଦେଇଥିଲେ । କପଡା ଜଳାଇବାକୁ ନେଇ ପୋଲିସ ଯେତେବେଳେ ପ୍ରବୀଣଙ୍କୁ ବୁଝାଉଥିଲେ ସେହି ସମୟରେ ଘରର କୋଠରୀ ମଧ୍ୟରୁ କିଛି ଦୁର୍ଗନ୍ଧ ଆସିଥିଲା ଯାହାକି ଅଧିକାରୀ ମାନଙ୍କୁ ସେହି ଆଡ଼କୁ ଆକୃଷ୍ଟ କରିଥିଲା ।

ଯେତେବେଳେ ପୋଲିସ କୋଠରୀ ମଧ୍ୟକୁ ଯାଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ, ସେମାନଙ୍କୁ ସେଠାରେ ରାମ ସିଂଙ୍କ ପଚା-ସଢା ଶବ ମିଳିଥିଲା । ନିକଟର ଠିଆ ହୋଇଥିବା ପୁତ୍ର ପ୍ରବୀଣ କହିଥିଲା କି, ବାପା ବର୍ତ୍ତମାନ ଶୋଇଛନ୍ତି, ତାଙ୍କୁ କଣ ହେଲା ? ସେ କଣ ଭଲ ହୋଇଯିବେ?

ପୋଲିସ ଅନୁସନ୍ଧାନ ଅଧିକାରୀ ରାମ କୁମାର କହିଛନ୍ତି କି, ପ୍ରବୀଣ ସମ୍ପୁର୍ଣ୍ଣ ଭାବେ ଅସୁସ୍ଥ ମସ୍ତିଷ୍କ ଅଟନ୍ତି । ପଡୋଶୀ ମାନଙ୍କ ଅନୁସାରେ, ରାମ ସିଂ କୌଣସି ମଧ୍ୟ ପଡୋଶୀଙ୍କ ସହିତ କଥାବାର୍ତ୍ତା କରୁ ନଥିଲେ । ବର୍ତ୍ତମାନ ପୋଲିସ ଶବକୁ ନେଇ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଜଣା ପଡ଼ିବ କି, ମୃତ୍ୟୁର କାରଣ ଥଣ୍ଡା ଅଟେ କିମ୍ବା ଅନ୍ୟ କିଛି କାରଣ ହେତୁ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *