୪୮ ବର୍ଷ ବୟସରେ ମଧ୍ୟ ଏହି ଅଭିନେତ୍ରୀଙ୍କର କୋଳଶୂନ୍ୟ ! ବିବାହିତା ହୋଇ ମଧ୍ୟ ହେବାକୁ ଚାହୁଁ ନାହାଁନ୍ତି ମାଆ…

୪୮ ବର୍ଷ ବୟସରେ ମଧ୍ୟ ଏହି ଅଭିନେତ୍ରୀଙ୍କର କୋଳଶୂନ୍ୟ ! ବିବାହିତା ହୋଇ ମଧ୍ୟ ହେବାକୁ ଚାହୁଁ ନାହାଁନ୍ତି ମାଆ…

୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ଆୟଶା ଜୁଲ୍କା ଅନେକ ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ନିଜର ଦମଦାର୍ ଅଭିନୟ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆୟଶା ନିଜ କ୍ୟାରିଅରର ଆରମ୍ଭ ୧୯୮୩ ମସିହାରେ ‘କୈସେ କୈସେ ଲୋଗ’ ଚଳଚ୍ଚିତ୍ରରୁ କରିଥିଲେ ।

କିନ୍ତୁ ଏହି ଚଳଚ୍ଚିତ୍ରରୁ ତାଙ୍କୁ କୌଣସି ସ୍ୱତନ୍ତ୍ର ପରିଚୟ ମିଳିନଥିଲା । ଚଳଚ୍ଚିତ୍ର ଜଗତରେ ଆୟଶାଙ୍କୁ ପ୍ରକୃତ ପରିଚୟ ‘ଜୋ ଜିତା ୱହି ସିକନ୍ଦର’ ଚଳଚ୍ଚିତ୍ରରୁ ମିଳିଥିଲା । କହିରଖୁଛୁ ଯେ, ଆୟଶା କେବଳ ହିନ୍ଦୀ ନୁହେଁ, ବରଂ ଓଡ଼ିଆ, କନ୍ନଡ଼ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଆକର୍ଷଣୀୟ ଅଂଶ ବିଷୟରେ କହିବାକୁ ଯାଉଛୁ ।

ଅକ୍ଷୟ କୁମାରଙ୍କ ସହ ଜଡିତ ହୋଇସାରିଛି ନାମ:-

ଏକ ସମୟ ଥିଲା, ଯେତେବେଳେ ଆୟଶା ଜୁଲ୍କାଙ୍କର ଚଳଚ୍ଚିତ୍ର କ୍ୟାରିଅର ଶିଖରରେ ଥିଲା । କିନ୍ତୁ ସମୟ ସହ ସେ ଚଳଚ୍ଚିତ୍ରରୁ ଗାଏବ ହେବାକୁ ଲାଗିଥିଲେ ଏବଂ ଧୀରେ ଧୀରେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର ଶେଷ ହୋଇଗଲା । କହିରଖୁଛୁ ଯେ, ଆୟଶାଙ୍କ ନାମ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ସହ ଜଡିତ ହୋଇସାରିଛି ।

୧୯୯୨ ମସିହାରେ ରିଲିଜ ହୋଇଥିବା ଏକ ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଆୟଶା ଏକାଠି ନଜର ଆସିଥିଲେ ଏବଂ ସେତେବେଳେ ଖବର ଆସିଥିଲା ଯେ, ଉଭୟେ ପରସ୍ପର ସହ ସମ୍ପର୍କରେ ଅଛନ୍ତି । କିଛି ସମୟ ପର୍ଯ୍ୟନ୍ତ ଉଭୟଙ୍କର ସମ୍ପର୍କ ଅନେକ ଚର୍ଚ୍ଚାରେ ରହିଥିଲା କିନ୍ତୁ ଖୁବଶୀଘ୍ର ଉଭୟଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ଉଭୟେ ଉଭୟଙ୍କର ରାସ୍ତା ଅଲଗା କରିନେଇଥିଲେ ।

ବଲିଉଡ ବାହାରେ ଏହି ବ୍ୟକ୍ତିଙ୍କୁ ବିବାହ କରିଛନ୍ତି:-

ବଲିଉଡର ଅନେକ ତାରକାଙ୍କ ସହ ଆୟଶାଙ୍କ ନାମ ଜଡିତ ହୋଇ ସାରିଥିଲେ ମଧ୍ୟ ବଲିଉଡରୁ ଆୟଶାଙ୍କୁ ତାଙ୍କର ପ୍ରକୃତ ପ୍ରେମ ମିଳି ପାରିନଥିଲା । ସମୀର ୱାଶି ତାଙ୍କର ଜୀବନସାଥି ହୋଇ ଆସିଥିଲେ । କହିରଖୁଛୁ ଯେ, ଆୟଶା ଏବଂ ସମୀର ୨୦୦୩ ମସିହାରେ ବିବାହ କରିଥିଲେ ଏବଂ ଏହାପରେ ଆୟଶା ବଲିଉଡରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ।

ଆୟଶାଙ୍କ ସ୍ୱାମୀ ସମୀର ୱାଶିଙ୍କ ବିଷୟରେ କହିବାକୁ ଗଲେ ସେ ଏକ କନଷ୍ଟ୍ରକସନ କମ୍ପାନୀର ମାଲିକ ଅଟନ୍ତି । ଏହାବ୍ୟତୀତ ସମୀର ୱାଶି ‘ସ୍ପା’ ଏବଂ ନିଜର ଏକ କ୍ଲୋଦିଙ୍ଗ ଲାଇନ୍ ମଧ୍ୟ ପରିଚାଳିତ କରୁଛନ୍ତି । ଆୟଶା ଏବଂ ତାଙ୍କର ସ୍ୱାମୀ କିଛି ବର୍ଷ ପୂର୍ବରୁ ହିଁ ଏକ ସ୍ପା ସେଣ୍ଟର ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ, ଏହି ଦମ୍ପତ୍ତିଙ୍କର ଗୋଆରେ ଏକ ଫୁଡ଼ ରେଷ୍ଟୁରାଣ୍ଟ ମଧ୍ୟ ରହିଛି ।

୪୮ ବର୍ଷୀୟା ଆୟଶା ଏବଂ ତାଙ୍କ ସ୍ବାମୀ ଗତ ୧୭ ବର୍ଷ ଧରି ପରସ୍ପର ସହ ଖୁସିମୟ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତେବେ ଏହି ଦମ୍ପତ୍ତିଙ୍କର ଏ ପର୍ଯ୍ୟନ୍ତ କୌଣସି ପିଲା ହୋଇନାହିଁ । ଏ ବିଷୟରେ ଏକ ସାକ୍ଷାତକାରରେ ଆୟଶା କହିଥିଲେ ଯେ, ମୁଁ ଚାହୁଁନାହିଁ ମୋର କୌଣସି ପିଲା ହେଉ, ଏବଂ ମୁଁ ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଯେ, ମୋ ଶାଶୁଘର ଲୋକମାନେ ଏଥିପାଇଁ ମୋ ଉପରେ କୌଣସି ଚାପ ପକାଇ ନାହାଁନ୍ତି ଏବଂ ମୋତେ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିଛନ୍ତି ।

କହିରଖୁଛୁ ଯେ, ବେବି ଯୋଜନାକୁ ନେଇ ଆୟଶାଙ୍କର କୌଣସି ବିଚାର ନାହିଁ ଏବଂ ଏଥିପାଇଁ ସେ ଖୁସି ଅଛନ୍ତି । କହିରଖୁଛୁ ଯେ, ଚଳଚ୍ଚିତ୍ରରେ ସକ୍ରିୟ ଥିବା ସମୟରେ ଆୟଶା ଅତ୍ୟନ୍ତ ସୁନ୍ଦରୀ ଥିଲେ ଏବଂ ତାଙ୍କ ସୌନ୍ଦର୍ଯ୍ୟରେ ସମସ୍ତେ ପାଗଳ ଥିଲେ । ତେବେ ଲୁକ୍ ବିଷୟରେ କହିବାକୁ ଗଲେ ଆୟଶା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଯାଇଛନ୍ତି ।

ଏଭଳି ଥିଲା ଆୟଶାଙ୍କର ଚଳଚ୍ଚିତ୍ର କ୍ୟାରିଅର:-

ଆୟଶା ଜୁଲ୍କାଙ୍କର ଚଳଚ୍ଚିତ୍ର କ୍ୟାରିଅର ବିଷୟରେ କହିବାକୁ ଗଲେ, ସେ ଅନେକ ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆୟଶା ତାଙ୍କ ସମୟର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଜୋ ଜିତା ୱହି ସିକନ୍ଦର, କୁର୍ବାନ, ଖିଲାଡି, ମାସୁବ, ବଲମା, ରଙ୍ଗ ଏବଂ ବକ୍ତ ହମାରା ହୈ ଭଳି ଅନେକ ହିଟ୍ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ପ୍ରଦର୍ଶନ କରିସାରିଛନ୍ତି ।

ଆୟଶା ଅମୀର ଖାନ, ଅକ୍ଷୟ କୁମାର ଏବଂ କମଳ ହାସନ ଭଳି ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି । ସେହି ସମୟରେ ଆୟଶା ଯୁବକ ମାନଙ୍କ ହୃଦୟର ସ୍ପନ୍ଦନ ଥିଲେ ଏବଂ ନିଜ ପ୍ରଶଂସକ ମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଥିଲେ ।

Leave a Reply

Your email address will not be published. Required fields are marked *