ପ୍ରିୟଙ୍କା ଚୋପ୍ରା ଆଜି ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ପ୍ରିୟଙ୍କା ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ସେ ଆଜି ଅଭିନୟ ଜଗତରେ ଏକ ଲୋକପ୍ରିୟ ଚେହେରା ଅଟନ୍ତି । ଏହି କାରଣରୁ ପ୍ରିୟଙ୍କା ତାଙ୍କ ଚଳଚ୍ଚିତ୍ର ପାଇଁ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି । ଆଜି ଆମର ଏହି ପୋଷ୍ଟଟି ତାଙ୍କ ଅଭିନୟକୁ ନେଇ ନୁହେଁ ବରଂ ଏହା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ, ଯାହା ତାଙ୍କର ଅନେକ ଫ୍ୟାନ ଜାଣିବାକୁ ଚାହୁଁଛନ୍ତି ।
ନିକଟରେ ଅନେକ ସେଲିବ୍ରିଟି ସେମାନଙ୍କ ପିତାମାତା ହେବାର ଖୁସି ଖବର ନିଜ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି । ଅନୁଷ୍କା ଶର୍ମାଙ୍କ ଠାରୁ କରୀନା କପୁର ପର୍ଯ୍ୟନ୍ତ ଅଭିନେତ୍ରୀମାନେ ଏଥିରେ ସାମିଲ ଅଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରିଛନ୍ତି ଯେ କେବେ ନିକ ଏବଂ ପ୍ରିୟଙ୍କା ଏହି ଖୁସି ଖବର ଜଣାଇବେ । ଏକ ସାକ୍ଷାତକାରରେ ପ୍ରିୟଙ୍କା ମଧ୍ୟ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ କିଛି ସୂଚନା ଦେଇଛନ୍ତି ।
ପ୍ରିୟଙ୍କା ଏକ କ୍ରିକେଟଦଳ ଗଢିବାକୁ ଚାହୁଁଛନ୍ତି
ନିକଟରେ ଏକ ସାକ୍ଷାତକାର ପ୍ରିୟଙ୍କାଙ୍କୁ ପରିବାର ଯୋଜନା ବିଷୟରେ ପଚରାଯାଇଥିଲା ଏବଂ ପ୍ରିୟଙ୍କା ଏହି ପ୍ରଶ୍ନଗୁଡିକର ଉତ୍ତରରେ ମଜାଳିଆ ଢଙ୍ଗରେ କହିଥିଲେ ଯେ ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୧ଟି ପିଲା ଚାହୁଁଛନ୍ତି, ଯାହାଙ୍କୁ ନେଇ ସେ କ୍ରିକେଟଦଳ ଗଠନ କରିବେ । ପ୍ରିୟଙ୍କାଙ୍କର ଏହି ଉତ୍ତର ଦୀର୍ଘ ସମୟ ଧରି ହେଡଲାଇନର ବିଷୟବସ୍ତୁ ହୋଇଥିଲା ।
ମୁଁ ବହୁତ ପିଲା ଚାହୁଁଛି : ପ୍ରିୟଙ୍କା
ବାର୍ତ୍ତାଳାପରେ ଆଗକୁ ଯାଇ ପ୍ରିୟଙ୍କା କହିଛନ୍ତି ଯେ ସେ ବହୁତ ପିଲା ଚାହୁଁଛନ୍ତି ଏବଂ ଯେତେ ପିଲାଙ୍କୁ ସେ ସମ୍ଭାଳି ପାରିବେ ସେ ସେତିକି ପିଲାଙ୍କର ମାତା ହେବାକୁ ଚାହୁଁଛନ୍ତି । ପ୍ରଶଂସକମାନେ ତାଙ୍କର ଏହି ଉତ୍ତରରେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଛି ।
ନିକଙ୍କୁ ପାଇ ପ୍ରିୟଙ୍କା ଖୁସି ଅଛନ୍ତି
ପ୍ରିୟଙ୍କା ଚୋପ୍ରାଙ୍କୁ ନିଜଠୁ ପ୍ରାୟ ୧୦ବର୍ଷ ସାନ ନିକ ଜୋନାସଙ୍କ ସହ ବିବାହ କରିବା ପରେ ବିଭିନ୍ନ ପ୍ରଶ୍ନର ସାମ୍ନା କରିବାକୁ ପଡିଛି । ତେବେ ପ୍ରିୟଙ୍କା ଏହା ଦ୍ୱାରା ତାଙ୍କ ସମ୍ପର୍କକୁ ପ୍ରଭାବିତ ହେବାକୁ ଦେଇନାହାଁନ୍ତି ଏବଂ ଆଜି ମଧ୍ୟ ପ୍ରିୟଙ୍କା ନିକ ଜୋନସଙ୍କ ସହ ବହୁତ ଖୁସିରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ।
ଏଜ ଗ୍ୟାପ ଉପରେ କହିଛନ୍ତି ପ୍ରିୟଙ୍କା
ଗଣମାଧ୍ୟମରେ ପ୍ରାୟତ ପ୍ରିୟଙ୍କା ଏବଂ ନିକଙ୍କ ଏଜ ଗ୍ୟାପକୁ ନେଇ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳେ । କିନ୍ତୁ ପ୍ରିୟଙ୍କା କହିଛନ୍ତି ଯେ ସେ ତାଙ୍କ ସମ୍ପର୍କକୁ ନେଇ ଖୁସି ଏବଂ ନିକ ମଧ୍ୟ ପ୍ରିୟଙ୍କାଙ୍କୁ ପସନ୍ଦ କରନ୍ତି । ସେମାନଙ୍କ କହିବାନୁସାରେ, ଉଭୟ ପରସ୍ପରକୁ ଏବଂ ପରସ୍ପରର ସଂସ୍କୃତିକୁ ଭଲ ଭାବରେ ବୁଝିଛନ୍ତି ଏବଂ ପରସ୍ପର ସହିତ ଏକାଠି ରହିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ । ସେମାନଙ୍କ ଅନୁଯାୟୀ, ସମ୍ପର୍କରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ସାଥୀ ଆପଣଙ୍କୁ କେତେ ବୁଝିପାରନ୍ତି । ଉଭୟ ପ୍ରିୟଙ୍କା ଏବଂ ନିକ ସ୍ୱୀକାର କରିଛନ୍ତି ଯେ ସେମାନେ ପରସ୍ପର ପାଇଁ ଉପଯୁକ୍ତ ।