ଗାୟକ ଅଦନାନ୍ ସାମି (Adnan Sami) ନିକଟରେ ଲତା ମଙ୍ଗେଶକର, ଆଶା ଭୋନ୍ସଲେ ଏବଂ ନୁରଜାହାଁନଙ୍କ ଏକ ଫଟୋ ସେୟାର କରି ସେମାନଙ୍କୁ ମହାନ ଗାୟକ ଭାବରେ ପ୍ରତିପାଦନ କରିଥିଲେ । ଅଦନାନ୍ ସାମିଙ୍କ ଏହି ପୋଷ୍ଟରେ ସୋସିଲ ମିଡିଆ ବ୍ୟବହାରକାରୀମାନେ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି । ଅଧିକାଂଶ ଲୋକ ଅଦନାନଙ୍କ ସହ ସହମତ ଥିବା ପରି ମନେ ହେଉଥିଲା କିନ୍ତୁ ଅନ୍ୟ କିଛି ଯୁଜର୍ସ ଲତା ମଙ୍ଗେଶକରଙ୍କ ପ୍ରତି ଖରାପ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ ।
ଗାୟକ ଅଦନାନ ସାମୀ ନିକଟରେ ଲତା ମଙ୍ଗେସକର, ଆଶା ଭୋସଲେ ଏବଂ ନୁରଜାହାଙ୍କ ଫଟୋ ସେୟାର କରି ୩ଜଣଙ୍କୁ ମହାନ ଗାୟିକା ବୋଲି କହିଥିଲେ । ଲୋକମାନେ ଏହି ପୋଷ୍ଟରେ ବହୁତ ଲାଇକ୍ ଏବଂ କମେଣ୍ଟ କରିଥିଲେ । ଅଧିକାଂଶ ଲୋକ ଏହି କଥା ସହ ସହମତ ହେବାର ଦେଖାଯାଇଥିଲା କିନ୍ତୁ କିଛି ଲୋକ ଏହି କଥାକୁ ବିରୋଧ ମଧ୍ୟ କରିଥିଲେ । ଏପରିକି ଲତା ମଙ୍ଗେସକରଙ୍କ କଣ୍ଠର ଅବମାନନା ମଧ୍ୟ କରାଯାଇଥିଲା । ତତ୍ ପରେ ଅଦନାନ ସାମି ସେମାନଙ୍କୁ କଡା ଜବାବଦେଇ ଚୁପ୍ କରାଇଦେଇଥିଲେ ।
ଅଦନାନଙ୍କ ପୋଷ୍ଟରେ କେହିଜଣେ କମେଣ୍ଟ କରିଛନ୍ତି ଯେ ଭାରତୀୟ ଲୋକଙ୍କ ବ୍ରେନୱାଶ କରାଯାଇଛି । ଆଉଜଣେ କହିଛନ୍ତି ଯେ ତାଙ୍କର ସ୍ୱର ବହୁତ ଖରାପ ଅଟେ । ଏହିପରି କମେଣ୍ଟ ଦେଖି ଅଦନାନ ମଧ୍ୟ ଉପଯୁକ୍ତ ଜବାବ ଦେଇଛନ୍ତି । ଅଦନାନ କହିଛନ୍ତି ଯେ, ‘ଘୁଷୁରୀ କଣ ବୁଝିବ ପାଚିଲା କଦଳୀର ସ୍ୱାଦ’ । ଏପରି ପରିସ୍ଥିତିରେ ସେ ପାଟି ଖୋଲି କିଛି କହିବା ଅପେକ୍ଷା ମୂର୍ଖଙ୍କ ଭଳି ଚୁପ୍ ରହିଯିବା ବୁଦ୍ଧିମାନର କାମ ହେବ ।”
'Bandar Kya Jaane Adrak Ka Swaad'.
…It’s better to stay silent and appear stupid than to open your mouth & remove all doubt!! https://t.co/kUi9dsfMGt— Adnan Sami (@AdnanSamiLive) January 14, 2021
ଅଦନାନଙ୍କ ଏହି ଜବାବ ପରେ ଲୋକମାନେ ତାଙ୍କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି । ଏଥିରେ ଜଣେ ବ୍ୟକ୍ତି କହିଛନ୍ତି ଯେ, “ସାର୍ ଆପଣ କାହିଁକି ଏପରି ଲୋକଙ୍କ କଥା ଶୁଣୁଛନ୍ତି ଯେଉଁମାନଙ୍କୁ ସଂଗୀତର ସରେଗାମାପା ଜଣାନାହିଁ ।”
Sir why u giving some importance to such attention seeker🤔. She even don't know sa re ga ma pa of music🤣😐
— Kumar Vivek Goyal 🕙 (@kvgoyal_vivek) January 14, 2021
୨୮ ଡିସେମ୍ବର ୧୯୨୯ରେ ଏକ ମଧ୍ୟ ବର୍ଗୀୟ ମରାଠା ପରିବାରରେ ଜନ୍ମିତ ଲତାଙ୍କ ନାମ ପ୍ରଥମେ ହେମା ଥିଲା । କିନ୍ତୁ ୫ବର୍ଷ ପୁରିବା ପରେ ତାଙ୍କ ପିତା ମାତା ତାଙ୍କ ନାମ ଲତା ରଖିଥିଲେ । ୬ଦଶକ ଧରି ଭାରତୀୟଙ୍କ ହୃଦୟରେ ରାଜ୍ କରୁଥିବା ଲତା ମଙ୍ଗେସକର ବର୍ତ୍ତମାନ ସୁଦ୍ଧା ୩୨ଟି ଭାଷାରେ ୩୦,୦୦୦ରୁ ଅଧିକ ଗୀତ ଗାଇସାରିଛନ୍ତି । ୨୦୧୧ମସିହାରେ ସେ ଫିଲ୍ମ ‘ସତରଙ୍ଗୀ ପାରାଶୁଟ’ ପାଇଁ ଶେଷଥର ଗୀତ ଗାଇଥିଲେ । ତା’ପରଠୁ ସେ ସଙ୍ଗୀତଠୁ ଦୂରରେ ରହିଛନ୍ତି । ୧୯୪୨ମସିହାରେ ୧୩ବର୍ଷ ବୟସରେ ଲତା ମଙ୍ଗସକର ପ୍ରଥମ ଥର ପାଇଁ ମରାଠୀ ଫିଲ୍ମ ‘ପେହଲି ମଙ୍ଗଲାଗୌର’ ପାଇଁ ଗୀତ ଗାଇଥିଲେ । ୧୯୪୨ ମସିହାରେ ହିନ୍ଦି ଫିଲ୍ମ ‘ଆପକି ସେବା’ ପାଇଁ ଗୀତ ଗାଇ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ ।