କପିଲ ଶର୍ମା ଶୋ’ର କଳାକାରଙ୍କ ଦୁଃଖ ! କହିଲେ – ବୋହୂ ସବୁଥିରେ କରିଥାଏ ବାରଣ ! କେହିବି ବୁଝି ପାରିବେନି ଦୁଃଖ…

କପିଲ ଶର୍ମା ଶୋ’ର କଳାକାରଙ୍କ ଦୁଃଖ ! କହିଲେ – ବୋହୂ ସବୁଥିରେ କରିଥାଏ ବାରଣ ! କେହିବି ବୁଝି ପାରିବେନି ଦୁଃଖ…

ଲୋକପ୍ରିୟ କପିଲ ଶର୍ମା ଶୋ’ ପ୍ରାୟ ଚର୍ଚ୍ଚାରେ ରହିଥାଏ ଏବଂ ଶୋ’ରେ କାମ କରୁଥିବା କଳାକାର ମାନେ ମଧ୍ୟ ଚର୍ଚ୍ଚାରେ ରହନ୍ତି । ପ୍ରକୃତରେ ଏହି କଳାକାର ମାନଙ୍କ ମଧ୍ୟରୁ ଜଣେ ଅର୍ଥାତ ପୂର୍ବରୁ କପିଲ ଶର୍ମା ଶୋ’ରେ ନଜର ଆସିଥିବା ସୁଦେଶ ଲେହରୀଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏବଂ ଏହି ଭିଡ଼ିଓରେ ସେ ନିଜ ସହିତ ଜଡ଼ିତ କିଛି କଥା କହୁଥିବାର ନଜର ଆସିଛନ୍ତି । ବାସ୍ତବରେ କମେଡିୟାନ ସୁଦେଶ ଲେହରୀ ସୋସିଆଲ ମିଡିଆରେ ନିଜର ଏକ ଭିଡ଼ିଓ ଶୁଟ କରି ଅପଲୋଡ଼ କରିଦେଇଛନ୍ତି । ଭିଡ଼ିଓରେ ସେ କହିଛନ୍ତି ଯେ କଳାକାର ମାନଙ୍କର ମଧ୍ୟ ଏକ ଦୁଃଖ ଥାଏ ଯାହା କେହିବି ଜାଣି ପାରନ୍ତି ନାହିଁ । ଏହାପରେ ସେ ତାଙ୍କ ବୋହୂଙ୍କ ବିଷୟରେ କହିଥିଲେ ଯେ ସେ କିପରି ତାଙ୍କୁ ଖାଇବା ପିଇବା କୁ ମଧ୍ୟ ବାରଣ କରନ୍ତି । କହିରଖୁଛୁ ଯେ ସୁଦେଶ ଭିଡ଼ିଓରେ କହନ୍ତି ଯେ – ନମସ୍କାର ଦର୍ଶକବନ୍ଧୁ, ଯେପରିକି ଆପଣଙ୍କୁ ଜଣାଅଛି ଯେ ୟେ ହେଉଛନ୍ତି ମୋ ସ୍ତ୍ରୀ ମମତା । ଆମେ ସର୍ବଦା ଆପଣ ମାନଙ୍କୁ ହସାଇବାକୁ ଚେଷ୍ଟା କରୁ ।

କିନ୍ତୁ ଜଣେ କଳାକାର ଭିତରେ କେତେ ଦୁଃଖ ରହିଥାଏ, ସେ ଭିତରେ କେତେ ଦୁଃଖୀ ତାହା କେହି ଜାଣି ପାରନ୍ତି ନାହିଁ । ଆଜି ଖୁବ୍ ସାହସ କରି ଆପଣଙ୍କ ସହିତ ଏହି କଥା ସେୟାର କରୁଛି । ପ୍ରଥମେ ତ ସେ ମୋତେ ମନା କରୁଥିଲେ ଏପରି କଥା ନକହିବାକୁ । କିନ୍ତୁ ଆମକୁ ଯେଉଁ ସମସ୍ୟା ଆସୁଛି ହୁଏତ ଆପଣଙ୍କୁ ମଧ୍ୟ ସେହି ସମସ୍ୟା ହେଉଥିବ ।

ସୁଦେଶ ଆହୁରି ମଧ୍ୟ କହନ୍ତି ଯେ – ଦେଖନ୍ତୁ ସମସ୍ୟା ତ ରହିଥାଏ, ଯାହା ମଣିଷ ଚାହେଁ ତାହା କେବେ ହୁଏ ନାହିଁ । ମନୀର ବିବାହ ପରେ ଭାବିଲୁ ବୋହୂ ଆସିଗଲା । ଏବଂ ବୋହୂ ଭଳି ହିଁ ରହିବ । କିନ୍ତୁ ଆମ ସହିତ ମଧ୍ୟ ସେପରି ହେଉନାହିଁ । ଖାଇବା ପିଇବା ସୁଦ୍ଧା ମଧ୍ୟ ବାରଣ କରାଯାଇଥାଏ । ମୋତେ ଜଣାଅଛି ଯେ ଆପଣଙ୍କୁ ବିଶ୍ୱାସ ହେଉ ନଥିବ । ଯଦି ବିଶ୍ୱାସ ହେଉନାହିଁ ତେବେ ଦେଖି ନିଅନ୍ତୁ ସାମ୍ନାରେ ବସିଛନ୍ତି ( ଏତିକି କହି ସେ ହସିବାରେ ଲାଗିଲେ ) ।

ପୁଣି ସୁଦେଶ କହନ୍ତି ଯେ ୟେ ବୋହୂ ନୁହଁନ୍ତି ଝିଅ । ସେ ଆମକୁ ବୋହୂ ଭଳି ଭଲପାଇବା ଦେଇନାହିଁ ବରଂ ଝିଅ ଭଳି ଭଲପାଇବା ଦେଇଛି । ଆଜି ମୁଁ ଏହା କହିବାକୁ ଚାହୁଁଛି ଯେ ଆମକୁ ଝିଅ ଭଳି ବୋହୂ ଜଣେ ମିଳିଛି । ଯଦି ଆମେ ଆମ ବୋହୂ କୁ ଝିଅ ମାନିବୁ ତେବେ ସେ ମଧ୍ୟ ଆମକୁ ମା-ବାପା ବୋଲି ମାନିବେ । ଏତିକି ବେଳେ ସୁଦେଶ ଲେହରୀଙ୍କ ବୋହୂ କହନ୍ତି ଯେ – ବାପା ସେସବୁ ତ ଠିକ୍ ଅଛି କିନ୍ତୁ ଆପଣ ଯେଉଁ ଏତେ ଦୁଃଖ ପ୍ରକାଶ କରି କହୁଛନ୍ତି । ସେତେବେଳେ ସୁଦେଶ କହନ୍ତି ଯେ ତାହା ହେଉଛି ଅଭିନୟ । ତାପରେ ତାଙ୍କ ବୋହୂ କହନ୍ତି ଯେ ତାହା ତ ଠିକ୍ କିନ୍ତୁ ଲୋକେ ଏହା ଭାବୁଛନ୍ତି ଯେ ମୁଁ କେଉଁ ପ୍ରକାରର ବାରଣ କରୁଥିଲି ଆପଣଙ୍କୁ ।

ପରେ ସୁଦେଶ କହନ୍ତି ଯେ – ହଁ ବାରଣ ତ କରିଥାଅ, ଯେମିତି ମୁଁ କହିଲି ଯେ ଖାଇବା ପିଇବାରେ ବାରଣ କରିଥାଅ । ଯେତେବେଳେ ମିଠା ଖାଇବି ଯେତେବେଳେ – ନା ବାପା ମିଠା ଖାଅନାହିଁ । ଆପଣଙ୍କୁ ସୁଗର ସମସ୍ୟା ରହିଛି । ଯଦି ମୁଁ ଘିଅ ଖାଏ ତେବେ ବାପା ଖାଆନ୍ତୁ ନାହିଁ ଆପଣଙ୍କୁ ବ୍ଲଡ଼ ପ୍ରେସର ସମସ୍ୟା ରହିଛି । ଯଦି ମୁଁ କାମ କରିବାକୁ ଚାହେଁ ତେବେ କାମ କରିବାକୁ ଦେଉ ନାହିଁ, ବାସନ ଧୋଇବା କିମ୍ବା ରୋଷେଇ କରିବା କୌଣସି ବି କାମ କରିବାକୁ ବାରଣ କରିଥାଅ ।

Leave a Reply

Your email address will not be published. Required fields are marked *