ଗାଁ ଲୋକଙ୍କ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ୍ ! ପାଣି ପାଇଁ ପୀଡ଼ିତ ହେଉଥିବା ଗ୍ରାମବାସୀଙ୍କ ପାଇଁ ଖୋଲିଲେ ହ୍ୟାଣ୍ଡପମ୍ପ …

ଗାଁ ଲୋକଙ୍କ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ୍ ! ପାଣି ପାଇଁ ପୀଡ଼ିତ ହେଉଥିବା ଗ୍ରାମବାସୀଙ୍କ ପାଇଁ ଖୋଲିଲେ ହ୍ୟାଣ୍ଡପମ୍ପ …

ସୋନୁ ସୁଦ୍ ଜଣେ ଏପରି ଅଭିନେତା ଅଟନ୍ତି ଯିଏ ନିଜ ଫିଲ୍ମ ଠାରୁ ଅଧିକ ନିଜ କାମ ପାଇଁ ସମଗ୍ର ଦୁନିଆରେ ପ୍ରସିଦ୍ଧ ଅଟନ୍ତି । ଲକଡାଉନ୍ ସମୟରେ ଅଭିନେତା ଖଟିଖିଆ ଦିନମଜୁରିଆଙ୍କୁ ତାଙ୍କ ଘରକୁ ପହଞ୍ଚାଇ ଥିଲେ । ଯାହା ପରଠାରୁ ସେ କୌଣସି ନା କୌଣସି ଗରିବ ଏବଂ ଦୁଃଖୀ ବ୍ୟକ୍ତିଙ୍କୁ ସହାୟତା କରି ଆସୁଛନ୍ତି । ସୋସିଆଲ୍ ମିଡିଆରେ ଯଦି କେହି ଅଭାବୀ ବ୍ୟକ୍ତି ସାହାଯ୍ୟ ମାଗିଥାଏ ତେବେ ସୋନୁ ସୁଦ୍ ତାହାକୁ ନିଶ୍ଚିତ ଭାବରେ ପୁରା କରିଥାନ୍ତି ।

ସୋନୁ ସୁଦ୍ ନିଜର ଭଲ କାମ କାରଣରୁ ଅଭାବୀ ଲୋକଙ୍କ ପାଇଁ ଦେବଦୂତ ଭାବରେ ଆସିଛନ୍ତି । ଏସବୁ ମଧ୍ୟରେ ସୋନୁ ସୁଦ୍ ପୁଣିଥରେ ନିଜର କାମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ବାସ୍ତବରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ଗୁହାରି କରିଥିଲେ ଯେ ତାଙ୍କ ଗ୍ରାମକୁ ପାଣି ଆସୁନାହିଁ ବୋଲି । ଯେଉଁ କାରଣରୁ ଗ୍ରାମବାସୀ ମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଯାହାକୁ ଦେଖି ସୋନୁ ସୁଦ୍ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ।

ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ମାଗିଛନ୍ତି ସାହାଯ୍ୟ :-

ଆପଣଙ୍କୁ କହିରଖୁଛୁ ଯେ ଜଣେ ବ୍ୟକ୍ତି ଟ୍ୱିଟରରେ ଏକ ଭିଡ଼ିଓ ସେୟାର୍ କରି ଲେଖିଥିଲେ ଯେ ‘ପାଣିର ଭାରି ସମସ୍ୟା ରହିଛି । ଏହି ଗରିବଙ୍କ କଥା ମଧ୍ୟ ଶୁଣି ନିଅନ୍ତୁ । ବିଚାରି ଭାବରେ ଗୁଜୁରାଣ ମେଣ୍ଟାଉଛନ୍ତି । ଗତ କିଛି ବର୍ଷରୁ ପାଣି ପାଇଁ କଷ୍ଟ ପାଉଛନ୍ତି । ନା ଲାଇଟ୍ ନା ସୁବିଧା । ଏମାନଙ୍କର ସାହାଯ୍ୟ କରନ୍ତୁ କିମ୍ବା ଅନୁମତି ଗ୍ରାହ୍ୟ କରାଇ ଦିଅନ୍ତୁ । ଆମେ ଏକ ହ୍ୟାଣ୍ଡ ପମ୍ପ ତ ଲଗାଇଦେବୁ ।” ଏହା ଦେଖିବା ପରେ ସୋନୁ ସୁଦ୍ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

ସୋନୁ ସୁଦ୍ ସେହି ବ୍ୟକ୍ତିଙ୍କ ଗ୍ରାମରେ ହ୍ୟାଣ୍ଡପମ୍ପ ଲଗାଇବାର କାର୍ଯ୍ୟ ଆରମ୍ଭ କରିଲେ । ସୋନୁ ସୁଦ୍ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର୍ କରି ଲେଖିଛନ୍ତି ଯେ “ପାଣିର ଅଭାବ ଏବେ ଶେଷ । ଆପଣଙ୍କ ଗାଁରେ କିଛି ହ୍ୟାଣ୍ଡପମ୍ପ ଲଗାଉଛି । କେବେ ଆସିଲେ ପାଣି ନିହାତି ଦେବେ । “ସୋନୁ ସୁଦଙ୍କର ଏହି ଟ୍ୱିଟରେ ସୋସିଆଲ୍ ମିଡିଆରେ ସବୁ ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଯେଉଁଠି ସୋନୁ ସୁଦ୍ ହ୍ୟାଣ୍ଡପମ୍ପ ଲଗାଇଛନ୍ତି, ସେଠାକାର ଲୋକ ଖୁଦ୍ ଖୁସି ଥିବାର ଦେଖା ଯାଇଛି । ସୋନୁ ସୁଦ୍ ଏହି ଲୋକଙ୍କ ଜୀବନରେ ଖୁସି ଭରି ଦେଇଛନ୍ତି ଯେଉଁ କାରଣରୁ ଲୋକେ ଅଭିନେତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏମିତିରେ ତ ଏହା ପ୍ରଥମଥର ପାଇଁ ନୁହେଁ ଯେଉଁଥିରେ ସୋନୁ ସୁଦ୍ ଲୋକଙ୍କ ସାହାଯ୍ୟ କରି ତାଙ୍କର ସମସ୍ୟା ଦୂର କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଅଭିନେତା ସୋନୁ ସୁଦ୍ ଦେଶର ବିଭିନ୍ନ ସ୍ଥାନରେ ଅଭାବୀ ଲୋକଙ୍କୁ ଇଲେକ୍ଟ୍ରନିକ୍ସ ରିକ୍ସା ବାଣ୍ଟିବାର ନିଷ୍ପତ୍ତି ନେଇଛନ୍ତି । ଅଭିନେତା ନିଜର ଗୃହ ନଗର ମୋଗାରେ ୧୦୦ ଇଲେକ୍ଟ୍ରନିକ୍ସ ରିକ୍ସା ବିତାରିତ କରି ନିଜର ମିଶନର ପ୍ରାରମ୍ଭ କରିଛନ୍ତି । ଅଭିନେତା ଏହା ପ୍ରଥମେ ବେରୋଜଗାର ଲୋକଙ୍କ ସହାୟତା କରିବା ପାଇଁ ଆରମ୍ଭ କରିଛନ୍ତି । ବିଶେଷ ରୂପରେ ସେହି ଲୋକଙ୍କୁ, ଯେଉଁ ମାନେ କୋରନା ମହାମାରୀ ପ୍ରଭାବରେ ଆସିଯାଇଥିଲା ।

କହିରଖୁଛୁ ଯେ ସୋନୁ ସୁଦଙ୍କ ସାହାଯ୍ୟ କାମ ଲକଡାଉନରୁ ଆରମ୍ଭ ହୋଇଥିଲା ଏବଂ ଏହା ଏବେ ସୁଦ୍ଧା ମଧ୍ୟ ଜାରି ଅଛି । ନିଜର ଭଲ କାମ ପାଇଁ ସେ ଦେଶବାସୀଙ୍କ ହୃଦୟ ଜିତି ନେଇଛନ୍ତି । ସମସ୍ତ ଲୋକ ସୋନୁ ସୁଦଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି କହୁଛନ୍ତି । ସୋନୁ ସୁଦ କେବେ କୌଣସି ରୋଗ ଚିକିତ୍ସାର ଖର୍ଚ୍ଚ ଉଠାଇଥାନ୍ତି ତ କେବେ କାହାକୁ ପାଠପଢ଼ାରେ ସାହାଯ୍ୟ କରୁଛନ୍ତି । ଏହିଭଳି ଭାବରେ ଅନେକ କାମ ରହିଛି ଯାହାକି ଅଭିନେତା ଲଗାତାର ଭାବରେ କରିଥାନ୍ତି । ତାଙ୍କର ଭଲ କର୍ମ ପାଇଁ ସେ ସମଗ୍ର ଦେଶରେ ସବୁବେଳେ ଚର୍ଚ୍ଚିତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *