ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ସ୍ୱାମୀଙ୍କ ସହ ସେୟାର କଲେ ନୂତନ ବର୍ଷର ପ୍ରଥମ ଫୋଟ ! ଏହି ଶୈଳୀରେ କଲେ ନୂତନ ବର୍ଷକୁ ସ୍ୱାଗତ…

ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ସ୍ୱାମୀଙ୍କ ସହ ସେୟାର କଲେ ନୂତନ ବର୍ଷର ପ୍ରଥମ ଫୋଟ ! ଏହି ଶୈଳୀରେ କଲେ ନୂତନ ବର୍ଷକୁ ସ୍ୱାଗତ…

ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜର ସୌନ୍ଦର୍ଯ୍ୟତା ଏବଂ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଧକ୍ ଧକ୍ ଗାର୍ଲ କୁହାଯାଉଥିବା ମାଧୁରୀ ଦୀକ୍ଷିତ, ଯିଏକି ସୌନ୍ଦର୍ଯ୍ୟତା ଏବଂ ଅଭିନୟ ଦ୍ୱାରା ଲୋକଙ୍କୁ ନିଜର ଦିୱାନା କରାଇଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ମାଧୁରୀଙ୍କୁ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଲୋକମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି । ଏଥିସହିତ ମାଧୁରୀଙ୍କର ସୌନ୍ଦର୍ଯ୍ୟର ଲୋକମାନେ ଦିୱାନା ଅଟନ୍ତି ଏବଂ ନିଜ ନୃତ୍ୟ ଯୋଗୁଁ ମାଧୁରୀ ଅତ୍ୟନ୍ତ ପସନ୍ଦଯୋଗ୍ୟ ହୋଇ ସାରିଛନ୍ତି ।

ଏଥିସହିତ ମାଧୁରୀ ବଲିଉଡରେ ନିଜର ଆକର୍ଷଣୀୟ ଅଭିନୟ ଦ୍ୱାରା ଲୋକମାନଙ୍କର ହୃଦୟ ଜିତି ନେଇଛନ୍ତି ଓ ବଲିଉଡରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ମାଧୁରୀ ଚଳଚ୍ଚିତ୍ର ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଥାନ୍ତି ଏବଂ ତାଙ୍କର ପ୍ରଶଂସକ ମଧ୍ୟ ବହୁ ମାତ୍ରାରେ ଅଛନ୍ତି । ସେ ପ୍ରାୟତଃ ନିଜର ଫୋଟ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି, ଯାହାକୁ ପ୍ରଶଂସକ ମାନେ ବହୁତ ପସନ୍ଦ କରିଥାନ୍ତି ।

କହିରଖୁଛୁ ଯେ, ବର୍ତ୍ତମାନ ସମୟରେ ମାଧୁରୀ ଦୀକ୍ଷିତଙ୍କର ଗୋଟିଏ ଫୋଟ, ଯେଉଁଥିରେ ସେ ତାଙ୍କ ସ୍ଵାମୀ ଶ୍ରୀ ରାମ ନେନେଙ୍କ ସହ ଦେଖା ଯାଉଛନ୍ତି, ତାହା ବହୁ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫୋଟରେ ମାଧୁରୀ ଏବଂ ତାଙ୍କ ସ୍ୱାମୀ ଏକା ସହ ଦେଖା ଯାଉଛନ୍ତି । ମାଧୁରୀ ଏଥିରେ ଧଳା ରଙ୍ଗର ଟପ୍ ପିନ୍ଧିଛନ୍ତି ଏବଂ ତାଙ୍କ ସ୍ୱାମୀ ଲାଲ ରଙ୍ଗର ଶାର୍ଟ ପିନ୍ଧିଛନ୍ତି । ଉଭୟେ ପରସ୍ପର ସହ ବୋଟ୍ ଉପରେ ବସିଥିବାର ଦେଖା ଯାଉଛନ୍ତି । ଦମ୍ପତ୍ତିଙ୍କର ଏହି ଫୋଟ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି ଏବଂ ବର୍ତ୍ତମାନ ସମୟରେ ଏହି ଫୋଟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି ।

କହିରଖୁଛୁ ଯେ, ନିଜର ଏହି ସୁନ୍ଦର ଫୋଟ ସେୟାର କରି ମାଧୁରୀ ଏହାକୁ ନୂତନ ବର୍ଷ ୨୦୨୧ର ଭଲ ଆଗମନ ବୋଲି କହିଛନ୍ତି । ଏବଂ ଏହି ସୁନ୍ଦର ଫୋଟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ମାଧୁରୀ କ୍ୟାପ୍ସନରେ ଲେଖିଛନ୍ତି ଯେ, ସାଗର + ଧୀର ପବନ + ସୂର୍ଯ୍ୟାସ୍ତ = ୨୦୨୧ର ସଠିକ ପ୍ରାରମ୍ଭ । କହିରଖୁଛୁ ଯେ, ଏହି ଫୋଟରେ ମାଧୁରୀ ଦୀକ୍ଷିତ ନିଜ ସ୍ୱାମୀଙ୍କ ସହ ସମୁଦ୍ର କୁଳର ସୂର୍ଯ୍ୟାସ୍ତର ଆନନ୍ଦ ନେଉଥିବାର ଦେଖା ଯାଇଛନ୍ତି । କହିରଖୁଛୁ ଯେ, ଇନଷ୍ଟାଗ୍ରାମରେ ମାଧୁରୀଙ୍କର ୨୧ ମିଲିଅନ ଅନୁସରଣକାରୀ ଅଛନ୍ତି ଏବଂ ସୋସିଆଲ ମିଡିଆରେ ମାଧୁରୀଙ୍କର ଏହି ଫୋଟ ଦ୍ରୁତ ବେଗରେ ଭାଇରାଲ ହେଉଛି ଏବଂ ପ୍ରଶଂସକ ମାନଙ୍କୁ ମାଧୁରୀଙ୍କର ଏହି ସ୍ୱତନ୍ତ୍ର ଶୈଳୀ ଅତ୍ୟନ୍ତ ଭଲ ଲାଗୁଛି ।

କହିରଖୁଛୁ ଯେ, ମାଧୁରୀ ଦୀକ୍ଷିତ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ ୧୯୯୯ ମସିହାରେ ସେ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ । କହିରଖୁଛୁ ଯେ, ମାଧୁରୀ ଦୀକ୍ଷିତ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ହୋଇଥିବାବେଳେ ତାଙ୍କ ସ୍ଵାମୀଙ୍କର ଅଭିନୟ ଜଗତ ସହ କୌଣସି ସମ୍ପର୍କ ନାହିଁ ଏବଂ ସେ ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି । ମାଧୁରୀଙ୍କ ସହ ତାଙ୍କ ବିବାହର ୨୧ ବର୍ଷ ହୋଇସାରିଛି ଏବଂ ବର୍ତ୍ତମାନ ସମୟରେ ଏହି ଦମ୍ପତ୍ତି ବଲିଉଡର ସବୁଠାରୁ ରୋମାଣ୍ଟିକ ଦମ୍ପତ୍ତି ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ପ୍ରଶଂସକ ମାନେ ମାଧୁରୀଙ୍କର ଏହି ଫୋଟରେ ଅତ୍ୟନ୍ତ ଭଲପାଇବା ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *