ଐଶ୍ୱଯ୍ୟା ରାୟ ବଚ୍ଚନ ବଦଳାଇଦେଲେ ନିଜର ୪୫ଲକ୍ଷର ମଙ୍ଗଳସୂତ୍ର ! ଏହାର କାରଣ ମଙ୍ଗଳସୁତ୍ର…

ଐଶ୍ୱଯ୍ୟା ରାୟ ବଚ୍ଚନ ବଦଳାଇଦେଲେ ନିଜର ୪୫ଲକ୍ଷର ମଙ୍ଗଳସୂତ୍ର ! ଏହାର କାରଣ ମଙ୍ଗଳସୁତ୍ର…

ଐଶ୍ୱଯ୍ୟା ରାୟ ବଚ୍ଚନ ବଦଳାଇଦେଲେ ନିଜର ୪୫ଲକ୍ଷର ମଙ୍ଗଳସୂତ୍ର ! ଏହାର କାରଣ ମଙ୍ଗଳସୁତ୍ର ବହୁତ ଲମ୍ବା ଏବଂ ଭାରୀ ଥିଲା…

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ ମସିହାରେ ବଲିଉଡର ପୂର୍ବତନ ମିସ ୱାଲଡ ରହିଆସିଥିବା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ । ଏହି ଦୁହିଁଙ୍କ ବିବାହ ସମ୍ପୂର୍ଣ୍ଣ ପରମ୍ପରା ସହିତ ଧୁମଧାମରେ ହୋଇଥିଲା । ଦୁହିଁଙ୍କ ବିବାହରେ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ବିବାହରେ ଐଶ୍ୱଯ୍ୟା ରାୟ ପାରମ୍ପରିକ କାଞ୍ଜୀବରମ ଶାଢ଼ୀ ପିନ୍ଧିଥିଲେ । ଯାହାର ମୂଲ୍ୟ ପ୍ରାୟତଃ ୭୫ଲକ୍ଷ ଟଙ୍କା ଥିଲା । ଏଥିସହିତ ଘେରା ପରେ ଅଭିଷେକ ତାଙ୍କୁ ଯେଉଁ ମଙ୍ଗଳସୂତ୍ର ପିନ୍ଧେଇଥିଲେ, ତାହାର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା । ଏହି ମଙ୍ଗଳ ସୂତ୍ର ବହୁତ ଲମ୍ବା ଏବଂ ଡବଲ୍ ଲେୟାର ଥିଲା, ଯେଉଁଥିରେ ହୀରାର ପେଣ୍ଟଟ ଲଗାଯାଇଥିଲା ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଙ୍ଗଳସୁତ୍ର ପ୍ରଥମଥର ସେହି ସମୟରେ ଦେଖାଯାଇଥିଲା ଯେତେବେଳେ ଏହି ଦମ୍ପତି ବିବାହ ପରେ ତିରୁପତି ବାଲାଜୀଙ୍କ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ । ଯଦିଓ ବିବାହର କିଛି ବର୍ଷ ପରେ ଐଶ୍ୱର୍ଯ୍ୟା ନିଜର ଏହି ମଙ୍ଗଳସୂତ୍ରରେ କିଛି ପରିବର୍ତ୍ତନ କରିଥିଲେ ।

ପରିବର୍ତ୍ତନ ପରେ ଐଶ୍ୱର୍ଯ୍ୟାଙ୍କ ଲମ୍ବା ମଙ୍ଗଳସୁତ୍ର ତାଙ୍କ ବେକ ଲାଇନ ପର୍ଯ୍ୟନ୍ତ ହିଁ ରହିଗଲା । ଏହି କାରଣରୁ ଐଶ୍ୱର୍ଯ୍ୟା ନିଜ ମଙ୍ଗଳସୁତ୍ରକୁ ଡବଲ ଲେୟାର ବଦଳରେ ସିଙ୍ଗଲ ଲେୟାର କରିଦେଲେ । କିନ୍ତୁ ଐଶ୍ୱର୍ଯ୍ୟାଙ୍କ ଏହି ମଙ୍ଗଲସୁତ୍ରର ପେଣ୍ଟଟ ବର୍ତ୍ତମାନ ମଧ୍ୟ ସମାନ ଅଟେ ।

ଐଶ୍ୱର୍ଯ୍ୟାଙ୍କ ମଙ୍ଗଲସୁତ୍ର ପରିବର୍ତ୍ତନ ପରେ ତାଙ୍କ ପ୍ରଶଂସକମାନେ ଏହା ଜାଣିବାକୁ ଇଛୁକ ଅଛନ୍ତି କି, ସେ ତାଙ୍କ ମଙ୍ଗଳସୁତ୍ର କାହିଁକି ବଦଳାଇଲେ ? ତେବେ ଆସନ୍ତୁ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଉଛୁ । ବାସ୍ତବରେ, ଐଶ୍ୱର୍ଯ୍ୟା ନିଜର ମଙ୍ଗଳସୁତ୍ର ଆରାଧ୍ୟା ଜନ୍ମ ହେବାପରେ ବଦଳିଦେଇଥିଲେ । ଏହାର କାରଣ ହେଉଛି କି ତାଙ୍କର ମଙ୍ଗଳସୁତ୍ର ବହୁତ ଲମ୍ବା ଏବଂ ଭାରୀ ଥିଲା, ଯାହାକୁ ସେ ଆରାଧ୍ୟା ଜନ୍ମ ହେବାପରେ ଛୋଟ କରିଦେଇଥିଲେ ।

ଐଶ୍ୱଯ୍ୟା ଆରାଧ୍ୟା ଜନ୍ମ ହେବାପରେ କୌଣସି ପ୍ରକାରର ଭାରି ଅଳଙ୍କାର ପିନ୍ଧିବାକୁ ଚାହୁଁନଥିଲେ କାରଣ ଭାରି ଅଳଙ୍କାର ପିନ୍ଧିବା ପରେ ତାଙ୍କୁ ଆରାଧ୍ୟାଙ୍କୁ ସମ୍ଭାଳିବାରେ ଅସୁବିଧା ହେଉଥିଲା । ତାଙ୍କ ଅଳଙ୍କାର ଆରାଧ୍ୟାଙ୍କୁ ବିଦ୍ଧ କରିଦେଇଥାନ୍ତା, ଏଥିପାଇଁ ଐଶ୍ୱଯ୍ୟା ନିଜ ମଙ୍ଗଳସୁତ୍ରକୁ ଛୋଟ କରିଦେଇଥିଲେ ।

କହିରଖୁଛୁ ଯେ ଐଶ୍ୱଯ୍ୟାଙ୍କ ପ୍ରିୟ ଆରାଧ୍ୟା ବର୍ତ୍ତମାନ ୯ ବର୍ଷର ହୋଇଯାଇଛନ୍ତି, ଐଶ୍ୱଯ୍ୟାଙ୍କ ଉପରେ ସର୍ବଦା ଓଭର ପ୍ରୋଟେଟିଭ ମାତା ହେବାର ଆରୋପ ଲାଗିଥାଏ । ମାତା ଐଶ୍ୱଯ୍ୟାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଯେବେଠାରୁ ସେ ମାତା ହୋଇଛନ୍ତି ତାଙ୍କ ଦୁନିଆ ଆରାଧ୍ୟା ହୋଇଯାଇଛି । ମାତା ହେବା ପରେ ସୁପରଷ୍ଟାର୍ ଐଶ୍ୱଯ୍ୟା ବହୁ ପଛରେ ରହିଯାଇଛନ୍ତି ଏବଂ ଏକ ଯତ୍ନଶୀଳ ମାତା ପରି ଦେଖାଯାଉଛନ୍ତି । ଐଶ୍ୱଯ୍ୟାଙ୍କ କ୍ୟାରିୟର ବର୍ତ୍ତମାନ ତାଙ୍କ ଝିଅଙ୍କ ଅନୁସାରେ ଚାଲୁଛି ।

ଐଶ୍ୱଯ୍ୟା ଯୁଆଡେ ବି ଯାଆନ୍ତି ନିଜ ଝିଅଙ୍କୁ ସାଙ୍ଗରେ ରଖନ୍ତି, କୌଣସି ଇଭେଣ୍ଟ ହଉ ବା କୌଣସି ଉତ୍ସବ । ଝିଅଙ୍କ ବିନା ଐଶ୍ୱଯ୍ୟା କୁଆଡେ ଯାଆନ୍ତି ନାହିଁ ।

ଆରାଧ୍ୟାଙ୍କ ସ୍କୁଲର ଘରପାଠରୁ ନେଇ ତାଙ୍କର ଖାଦ୍ୟପେୟର ଦାୟିତ୍ୱ ନିଜେ ସମ୍ଭାଳନ୍ତି । ଝିଅଙ୍କୁ ନେଇ ସେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ । ସେ ଯୁଆଡେ ବି ଯାଆନ୍ତି ଆରାଧ୍ୟାଙ୍କୁ ପାଖରେ ରଖନ୍ତି ।

ବେଳେବେଳେ ଏହା ମଧ୍ୟ ଆରୋପ ଲଗା ହୋଇଛି କି, କ’ଣ ଐଶ୍ୱଯ୍ୟାଙ୍କୁ ନିଜର ପରିବାର ଲୋକଙ୍କ ଉପରେ ମଧ୍ୟ ବିଶ୍ୱାସ ନାହିଁ ? କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସେ ନିଜର ଝିଅ ଏବଂ ମାଆଙ୍କ ସହିତ ଯାଆନ୍ତି ।

Leave a Reply

Your email address will not be published. Required fields are marked *