ଆତ୍ମନିର୍ଭର ଅଟନ୍ତି ବଲିଉଡ଼ର ଏହି କଳାକାର ମାନଙ୍କର ସ୍ତ୍ରୀ ମାନେ, ଏହି କ୍ଷେତ୍ରରେ ବନାଇଛନ୍ତି ନିଜର କ୍ୟାରିଅର !

ଆତ୍ମନିର୍ଭର ଅଟନ୍ତି ବଲିଉଡ଼ର ଏହି କଳାକାର ମାନଙ୍କର ସ୍ତ୍ରୀ ମାନେ, ଏହି କ୍ଷେତ୍ରରେ ବନାଇଛନ୍ତି ନିଜର କ୍ୟାରିଅର !

ବଲିଉଡ଼ ଷ୍ଟାର୍ ପ୍ରାୟ ନିଜର ଅଭିନୟକୁ ନେଇ ଚର୍ଚ୍ଚାରେ ରହନ୍ତି ଏବଂ ସୋସିଆଲ ମିଡ଼ିଆର ଚର୍ଚ୍ଚାରେ ଛାଇ ରହନ୍ତି । ମାତ୍ର ଆଜି ଆମେ ବୋଲିଉଡ଼ କଳାକାର ମାନଙ୍କର ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ହୁଏତ ବର୍ତ୍ତମାନ ଅଭିନୟ ଦୁନିଆରେ ଆକ୍ଟିଭ ନାହାଁନ୍ତି କିନ୍ତୁ ସେମାନେ ନିଜର ପ୍ରଡକ୍ସନ ହାଉସ ଏବଂ ବିଜେନେସ ଚଲାନ୍ତି । ତେଣୁ ଆସନ୍ତୁ ଜାଣିବା ଯେ ପ୍ରକୃତରେ ଏହି ଲିଷ୍ଟରେ କିଏ କିଏ ସାମିଲ ଅଛନ୍ତି ।

ଗୌରୀ ଖାନ୍ :-

ବଲିଉଡ଼ର କିଙ୍ଗ ଅଫ ରୋମାନ୍ସ ନାମରେ ପରିଚିତ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଜଣେ ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନର ଅଟନ୍ତି, ଯିଏ ଅନେକ ବଲିଉଡ଼ ଷ୍ଟାରଙ୍କ ଘରେ ବହୁତ ସୁନ୍ଦର ଡିଜାଇନ କରିଛନ୍ତି । କେବଳ ଏତିକି ନୁହେଁ ଗୌରୀ ଖାନ୍ ଜଣେ ପ୍ରସିଦ୍ଧ ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଅଟନ୍ତି । ଶାହରୁଖ ଖାନ୍ ଏବଂ ଗୌରୀ ଖାନ୍ ରେଡ୍ ଚିଲିଜ୍ ପ୍ରଡକ୍ସନ ହାଉସ୍ ଚଲାନ୍ତି । ଏହି ପ୍ରଡକ୍ସନ ହାଉସ୍ ଅଧୀନରେ ଅନେକ ଫିଲ୍ମ ନିର୍ମାଣ ହୋଇଛି ।

ଟ୍ଵିଙ୍କିଲ ଖାନ୍ନା :-

ବଲିଉଡ଼ର ଖିଲାଡ଼ି କୁମାର ନାମରେ ପ୍ରସିଦ୍ଧ ଏବଂ ଫ୍ୟାନ୍ ମାନଙ୍କର ଅତି ପସନ୍ଦର ଷ୍ଟାର୍ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି । ଟ୍ଵିଙ୍କିଲ ଖାନ୍ନା ଜଣେ ଲୋକପ୍ରିୟ ଇଣ୍ଟେରିୟର ଡିଜାଇନର ମଧ୍ୟ ଅଟନ୍ତି ଏବଂ ଏହି କାମ ତାଙ୍କୁ ଖୁବ୍ ଭଲଭାବରେ ଆସିଥାଏ । ତାସହିତ ଟ୍ଵିଙ୍କିଲ ଜଣେ ସଫଳ ଲେଖକ ମଧ୍ୟ ଅଟନ୍ତି, ସେ କିଛି ବହି ମଧ୍ୟ ଲେଖିଛନ୍ତି । କେବଳ ଏତିକି ନୁହେଁ ଟ୍ଵିଙ୍କିଲ ଖାନ୍ନା ଜଣେ ଲେଖକ ହେବା ସହିତ ଜଣେ ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଅଟନ୍ତି ।

କହିରଖୁଛୁ ଯେ ଟ୍ଵିଙ୍କିଲ ଖାନ୍ନା ଅକ୍ଷୟ କୁମାର ଙ୍କୁ ବିବାହ କରିବା ପୂର୍ବରୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି କିନ୍ତୁ ତାଙ୍କର ଫିଲ୍ମ କ୍ୟାରିଅର ଏତେ ଖାସ୍ ଚାଲି ନଥିଲା । ତେଣୁ ବିବାହ ପରେ ଟ୍ଵିଙ୍କିଲ ଖାନ୍ନା ଫିଲ୍ମ ଜଗତକୁ ବିଦାୟ ଦେଇଥିଲେ । ଏହି କାରଣ ଅଟେ ଯେ ସେ ବର୍ତ୍ତମାନ ରାଇଟିଂ ଏବଂ ପ୍ରଡ୍ୟୁସିଂ କାର୍ଯ୍ୟରେ ନିଜର ସମୟ ଦେଉଛନ୍ତି । ଏଥିରେ ସେ ସଫଳ ମଧ୍ୟ ଅଛନ୍ତି ।

ସୀମା ଖାନ୍ :-

ସଲମାନ ଖାନଙ୍କ ଭାଇ ଏବଂ ପୂର୍ବ ଜମାନାର ଅଭିନେତା ସୋହେଲ ଖାନଙ୍କ ପତ୍ନୀ ସୀମା ଖାନ୍ ଜଣେ ଫ୍ୟାସନ୍ ଡିଜାଇନର ଅଟନ୍ତି । ତାଙ୍କର ଫ୍ୟାଶନ ଡିଜାଇନିଂ ସବୁ ବଲିଉଡ଼ ଆକ୍ଟର ମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଅଟେ । କହିରଖୁଛୁ ଯେ ସୀମା ଖାନ୍ ଅନେକ ବୋଲିଉଡ଼ ଅଭିନେତ୍ରୀଙ୍କ ପାଇଁ ଫ୍ୟାସନ୍ ଡିଜାଇନିଂର କାମ କରିଛନ୍ତି ।

ସୀମା ଖାନଙ୍କର ମୁମ୍ବାଇର ବାନ୍ଦ୍ରାରେ ଏକ ଲାକଜରୀ Boutique ମଧ୍ୟ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି Boutiqueରେ ମହିପ କପୂର ଏବଂ ସୁଜେନ ଖାନ୍ ପାର୍ଟନର ଅଛନ୍ତି । ଏହାସହିତ ସୀମା ଖାନ୍ ଏକ ବ୍ୟୁଟି ସ୍ପା ଏବଂ ସାଲୋନର ମାଲିକାଣି ମଧ୍ୟ ଅଟନ୍ତି ।

ମାନା ଶେଟ୍ଟୀ :-

ବଲିଉଡ଼ର ଆକ୍ସନ କିଙ୍ଗ ସୁନୀଲ ଶେଟ୍ଟୀଙ୍କ ପତ୍ନୀ ମାନା ଶେଟ୍ଟୀ ମଧ୍ୟ ଜଣେ ପରିଶ୍ରମୀ ମହିଳା ଅଟନ୍ତି । ମାନାଙ୍କର ମଧ୍ୟ ନିଜର ଏକ ବ୍ୟବସାୟ ରହିଛି ଏବଂ ସେ ସେଥିରେ ଖୁବ୍ ସଫଳ ଅଛନ୍ତି । କହିରଖୁଛୁ ଯେ ମାନା ଏକ ଲାଇଫଷ୍ଟାଇଲ ଷ୍ଟୋର R- house ମଧ୍ୟ ଚଲାନ୍ତି, ଯାହା ବହୁତ ପ୍ରସିଦ୍ଧ ମଧ୍ୟ ଅଟେ ।

କେବଳ ସେତିକି ନୁହେଁ ମାନା ଶେଟ୍ଟୀ ମୁମ୍ବାଇର ରିୟଲ ଇଷ୍ଟେଟ୍ କାରବାର ସହିତ ମଧ୍ୟ ଜଡ଼ିତ ଅଛନ୍ତି ଏବଂ ଏହି ସେକ୍ଟରରେ ସେ ଜଣେ ଜଣାଶୁଣା ଅଭିଜ୍ଞତା ପ୍ରାପ୍ତ ମଣିଷ ଅଟନ୍ତି । କେବଳ ଏତିକି ନୁହେଁ ସେ ସଡ଼କରେ ବୁଲୁଥିବା ଅନାଥ ପିଲାଙ୍କ ପାଇଁ ଚାଲିଥିବା ଏକ ଏନଜିଓ ସହିତ ମଧ୍ୟ ଜଡ଼ିତ ଅଛନ୍ତି । ଏହି ଏନଜିଓର ନାମ ସେଭ୍ ଦ ଚିଲଡ୍ରେନ୍, ଯାହା ସହିତ ମାନା ଶେଟ୍ଟୀ ଗତ କିଛି ବର୍ଷ ହେବ ଜଡ଼ିତ ଅଛନ୍ତି ।

ଶୋଭା କପୂର :-

ବଲିଉଡ଼ର ଲିଜେଣ୍ଡ ଜିତେନ୍ଦ୍ରଙ୍କ ପତ୍ନୀ ଶୋଭା କପୂର ମଧ୍ୟ କାହାରି ଉପରେ ଆଶ୍ରିତ ନୁହଁନ୍ତି ବରଂ ସେ ଖୁବ୍ ପରିଶ୍ରମୀ ମଧ୍ୟ ଅଟନ୍ତି । ଶୋଭା କପୂର ବାଲାଜୀ ଟେଲିଫିଲ୍ମସର ମ୍ୟାନେଜିଙ୍ଗ ଡିରେକ୍ଟର ଅଟନ୍ତି । ଆପଣଙ୍କୁ କହିରଖୁଛୁ ଯେ ବାଲାଜୀ ଟେଲିଫିଲ୍ମସର ସଞ୍ଚାଳନ ଶୋଭା ଏବଂ ଜିତେନ୍ଦ୍ରଙ୍କ ଝିଅ ଏକ୍ତା କପୂର କରନ୍ତି ।

Leave a Reply

Your email address will not be published. Required fields are marked *