ଯେତେବେଳେ ୪୭ ବର୍ଷୀୟ ମଳାଇକା ଛୋଟ ବୟସର ଯୁବକକୁ ଡେଟ୍ କରିବା ଉପରେ ଦେଇଥିଲେ ଉତ୍ତର, ହୋଇଯାଇଥିଲା ଲୋକଙ୍କ ମୁହଁ ବନ୍ଦ !

ଯେତେବେଳେ ୪୭ ବର୍ଷୀୟ ମଳାଇକା ଛୋଟ ବୟସର ଯୁବକକୁ ଡେଟ୍ କରିବା ଉପରେ ଦେଇଥିଲେ ଉତ୍ତର, ହୋଇଯାଇଥିଲା ଲୋକଙ୍କ ମୁହଁ ବନ୍ଦ !

ବି ଟାଉନର ବହୁଚର୍ଚ୍ଚିତ ଯୋଡ଼ି ମଳାଇକା ଅରୋଡ଼ା ଓ ଅର୍ଜୁନ କପୂର ପରସ୍ପରକୁ ଡେଟ୍ କରିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ । ଦୁହେଁ ଅଧିକାଂଶ ସମୟରେ ଛୁଟି ସମୟରେ ଏକାଠି ନଜର ଆସୁଥିଲେ । ଲକଡାଉନ ଓ କରୋନା କାଳରେ ମଧ୍ୟ ଦୁହେଁ ଗୋଟିଏ ଫ୍ଲେଟରେ ରହୁଥିଲେ । ମଳାଇକାଙ୍କ ଉପରେ ସବୁବେଳେ ଏହି ପ୍ରଶ୍ନ ଉଠେ ଯେ ସେ ନିଜଠାରୁ ୧୦ ବର୍ଷ ଛୋଟ ଯୁବକଅର୍ଜୁନ କପୂରଙ୍କୁ ଡେଟ୍ କରୁଛନ୍ତି । ଯଦିଓ, ଅଭିନେତ୍ରୀଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର ଅଟେ । ତାଙ୍କୁ ଏଥିରୁ କୌଣସି ପ୍ରଭାବ ପଡ଼େ ନାହିଁ । ସେ ଏହି ମାମଲାକୁ ନେଇ ଆଗରୁ ମଧ୍ୟ ଉତ୍ତର ଦେଇଛନ୍ତି ।

ମଳାଇକା ଅରୋଡ଼ା ଏକ ଇଣ୍ଟରଭିୟୁରେ କହିଥିଲେ ଯେ ‘ଯେତେବେଳେ ଜଣେ ବ୍ୟକ୍ତି ମୁଭ ଅନ୍ ବା ଆଗକୁ ବଢିବା ପାଇଁ ଚିନ୍ତା କରେ ସେତେବେଳେ କେହି କିଛି କୁହନ୍ତି ନାହିଁ, କିନ୍ତୁ ଯେତେବେଳେ ଜଣେ ମହିଳା ମୁଭ ଅନ୍ କରେ ସେତେବେଳେ କଣ ତାହା ପାପ ଅଟେ, କାହିଁକି? ଯେତେବେଳେ ଜଣେ ବ୍ୟକ୍ତି ନିଜଠାରୁ ଛୋଟ ବୟସର ଝିଅକୁ ଡେଟ୍ କରେ ସେତେବେଳେ, ଲୋକମାନେ ତାଙ୍କୁ ଡ୍ୟୁଡ଼ କୁହନ୍ତି, କିନ୍ତୁ ଯଦି ଜଣେ ମହିଳା ନିଜଠାରୁ ଛୋଟ ବୟସର ଯୁବକକୁ ଡେଟ୍ କରେ ସେତେବେଳେ ଲୋକମାନେ କୁହନ୍ତି ଏହା କଣ ଭୁଲ୍ କରୁଛି ?’

ଜଣାଇଦେଉଛୁ ଯେ ମଳାଇକା ଅରୋଡ଼ା ୨୦୧୯ ରେ ଅର୍ଜୁନ କପୂରଙ୍କ ଜନ୍ମଦିନ ଅବସରରେ ନିଜ ସମ୍ପର୍କକୁ ସ୍ୱୀକୃତି ପ୍ରଦାନ କରିଥିଲେ । ମଳାଇକା ଅର୍ଜୁନଙ୍କ ସହିତ ନିଜ ପ୍ରଥମ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ସେହିପରି, ମଳାଇକା ଓ ଅର୍ଜୁନ ଏହା ପୂର୍ବରୁ ସବୁ ସ୍ଥାନରେ ଏକାଠି ଦେଖାଯାଉଥିଲେ, କିନ୍ତୁ ସେତେବେଳେ ଯାଏ ସେ ଦୁହେଁ ଏହା ସ୍ୱୀକାର କରି ନଥିଲେ ଯେ ଦୁହେଁ ସମ୍ପର୍କରେ ଅଛନ୍ତି ଓ ପରସ୍ପରକୁ ଡେଟ୍ କରୁଛନ୍ତି । ଅର୍ଜୁନ ଓ ମଳାଇକା ନିକଟରେ କ୍ରିସ୍ ମସ୍ ଓ ନୂତନ ବର୍ଷ ଅବସରରେ ଏକାଠି ଛୁଟି କାଟିବା ପାଇଁ ଗୋଆ ଯାଇଥିଲେ । ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଯାଇଥିଲା । ଦୁହିଁଙ୍କୁ ନେଇ ଏପରି କୁହାଯାଉଥିଲା ଯେ ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ କୌଣସି ମାମଲାକୁ ନେଇ କିଛି କହି ନାହାଁନ୍ତି ।

Leave a Reply

Your email address will not be published. Required fields are marked *