ଚଳିତ ମାସରେ ବିବାହ କରିବାକୁ ଯାଉଛନ୍ତି ବରୁନ୍ ଧବନ, ବିବାହ ପାଇଁ ଅଲିବାଗରେ କଲେ ବୁକ୍ ହୋଟେଲ !

ଚଳିତ ମାସରେ ବିବାହ କରିବାକୁ ଯାଉଛନ୍ତି ବରୁନ୍ ଧବନ, ବିବାହ ପାଇଁ ଅଲିବାଗରେ କଲେ ବୁକ୍ ହୋଟେଲ !

ବଲିଉଡ଼ ଅଭିନେତା ବରୁନ୍ ଧବନ ଓ ନତାଶା ଦଲାଲ ନିଜ ପ୍ରେମ କାହାଣୀ ଯୋଗୁଁ ଖବରରେ ରୁହନ୍ତି । ସେପକ୍ଷରେ ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଅଛି । ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବରୁନ୍ ଓ ନତାଶା ଅଲିବାଗରେ ବିବାହ କରିବାକୁ ଯାଉଛନ୍ତି । ଏହି ପଞ୍ଜାବୀ ବିବାହ ପାଇଁ ପରିବାର ଏକ ଫାଇଭ ଷ୍ଟାର ହୋଟେଲ ବୁକ୍ କରିଛନ୍ତି ଏବଂ ମାତ୍ର ୨୦୦ଟି ବିଶେଷ ଅତିଥିକୁ ଡାକିଛନ୍ତି ।

୨୦୧୮ ରେ ନିଜ ଛୋଟ ବେଳର ସାଙ୍ଗ ନତାଶାଙ୍କ ସହିତ ସମ୍ପର୍କକୁ ଅଫିସିଆଲ କରିଥିବା ବରୁନ୍ ଦୁଇ ବର୍ଷ ଆଗରୁ ବିବାହ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ନିକଟରେ ଏକ ଇଣ୍ଟରଭିୟୁରେ ବରୁଣ ଧବନ କହିଥିଲେ ଯେ ହୋଇପାରେ ଚଳିତ ବର୍ଷ କିମ୍ବା ଯେତିକି ଶୀଘ୍ର ହେଉ ସେ ବିବାହ କରିନେବେ ।

ଗତ ମାସ ନଭେମ୍ବରରେ ନତାଶା ପ୍ରଥମ ଥର ପାଇଁ କରବାଚୌଥ ବ୍ରତ କରି ସମସ୍ତଙ୍କୁ ଚକିତ କରିଦେଲେ । ସେ ନିଜ ଶାଶୁ କରୁଣାଙ୍କ ସହିତ କରବାଚୌଥ ପାଳନ କରିବା ପାଇଁ ପହଞ୍ଚି ଥିଲେ । ସେ ନାଲି ରଙ୍ଗର ଶାଢୀରେ ସୁନିତା କପୂରଙ୍କ ଘରେ ହେଉଥିବା ସେଲିବ୍ରେସନକୁ ଯାଇଥିଲେ । ଗତ କିଛି ସମୟରୁ ଅନୁମାନ କରାଯାଉଥିଲା ଯେ ବରୁନ୍ ଓ ନତାଶା ଗୋପନୀୟ ଭାବେ ନିର୍ବନ୍ଧ ମଧ୍ୟ କରି ଦେଇଛନ୍ତି । କରିନା କପୂର ଖାନ୍ ଚେଟ୍ ସମୟରେ ବରୁନ୍ ଧବନଙ୍କ ନିର୍ବନ୍ଧକୁ ନେଇ ଖୁଲାସା କରିଥିଲେ ।

ଏହି ସମୟରେ କରିନା ନତାଶା ଦଲାଲଙ୍କୁ ‘ମଙ୍ଗେତର’ କହି ସମ୍ବୋଧନ କଲେ । ଏହି ସମୟରେ ବରୁନ୍ ଏହା ମଧ୍ୟ ଖୁଲାସା କଲେ ଯେ ସେ ଓ ନତାଶା ଲିବ ଇନ ସମ୍ପର୍କରେ ରହିବାକୁ ପସନ୍ଦ କରନ୍ତି, କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାର ଦେଖିବାକୁ ଚାହୁଁଛନ୍ତି । ଖବର ଆସିଥିଲା ଯେ ବରୁନ୍ ଓ ନତାଶା ଚଳିତ ବର୍ଷ ଥାଇଲାଣ୍ଡରେ ଡେଷ୍ଟିନେସନ ବିବାହ କରିବାକୁ ଯାଉଥିଲେ, କିନ୍ତୁ କରୋନା ଯୋଗୁଁ ବିବାହ ଯୋଜନାକୁ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ଦେଖିବା ବାକି ରହିଲା ଯେ ଏହି ଦମ୍ପତି କେବେ ବିବାହ କରିବେ ।

Leave a Reply

Your email address will not be published. Required fields are marked *