୬୩ ବର୍ଷ ହେଲା ‘ରାମାୟଣ’ର ରାମ ଅରୁଣ ଗୋବିଲ, ଓଡିସନରେ ହୋଇଯାଇଥିଲେ ରିଜେକ୍ଟ ! କିନ୍ତୁ ପୁଣି ଗୋଟିଏ କୋଲ ବଦଳାଇ ଦେଇଥିଲା ଜୀବନ …

୬୩ ବର୍ଷ ହେଲା ‘ରାମାୟଣ’ର ରାମ ଅରୁଣ ଗୋବିଲ, ଓଡିସନରେ ହୋଇଯାଇଥିଲେ ରିଜେକ୍ଟ ! କିନ୍ତୁ ପୁଣି ଗୋଟିଏ କୋଲ ବଦଳାଇ ଦେଇଥିଲା ଜୀବନ …

ରାମାୟଣ ଉପରେ ତ ଅନେକ ଟିଭି ସିରିଏଲ ଏବଂ ଫିଲ୍ମ ତିଆରି ହୋଇ ସାରିଛି । କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣ ଆଜିବି ଲୋକଙ୍କୁ ସବୁଠାରୁ ଅଧିକ ପସନ୍ଦ ଅଟେ । ଏଥିରେ କାମ କରୁଥିବା ସବୁ ଚରିତ୍ର ବ୍ୟକ୍ତି ମାନେ ମଧ୍ୟ ବହୁତ ଲୋକପ୍ରିୟ ହୋଇ ଯାଇଥିଲେ । ସେଥିମଧ୍ୟରୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତି ଅରୁଣ ଗୋବିଲ ମଧ୍ୟ ସାମିଲ ଅଛନ୍ତି । ଜାନୁୟାରୀ ୧୨ରେ ଉତ୍ତରପ୍ରଦେଶର ମେରଠରେ ଜନ୍ମଗ୍ରହଣ କରିଥିବା ଅରୁଣ ନିଜର ୬୩ ତମ ଜନ୍ମଦିନ ପାଳନ କରିଛନ୍ତି ।

ରାମାୟଣରେ ‘ରାମ’ ଚରିତ୍ରରେ ଅଭିନୟ କରି ତାଙ୍କୁ ଖୁବ୍ ଲୋକପ୍ରିୟତା ଅର୍ଜନ ହୋଇଥିଲା । ଏମିତିକି ଲୋକେ ତାଙ୍କୁ ରାମଙ୍କ ଭଳି ଇଜ୍ଜତ ଏବଂ ମାନ ସମ୍ମାନର ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ଅରୁଣ ‘ରାମାୟଣ’ରେ ରାମ ଚରିତ୍ର କୁ ଖୁବ ଭଲ ଭାବରେ ପ୍ରଦର୍ଶନ କରିଥିଲେ । କିନ୍ତୁ ଏହି ରୋଲ ହାସଲ କରିବା ତାଙ୍କ ପକ୍ଷରେ ଏତେ ସହଜ ନଥିଲା । ଓଡିସନ ଦେବା ପରେ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା । କିନ୍ତୁ ପରେ ଏକ ଫୋନ କୋଲ ତାଙ୍କ ଜୀବନ ବଦଳାଇ ଦେଇଥିଲା ।

ଅରୁଣ ଗୋବିଲ ଏକ ଇଣ୍ଟରଭିଉରେ ନିଜର କାହାଣୀ ଶୁଣାଇ କହିଥିଲେ ଯେ ସେ ରାମାନନ୍ଦ ସାଗରଙ୍କ ଶୋ’ ବିକ୍ରମ ଏବଂ ବେତାଲରେ କାମ କରୁଥିଲେ । ସେତେବେଳେ ତାଙ୍କୁ ଜଣା ପଡ଼ିଥିଲା ଯେ ରାମାନନ୍ଦ ସାଗର ରାମାୟଣ ବନାଇବାକୁ ଯାଉଛନ୍ତି । ଏମିତିରେ ସେ ଭାବିଲେ ଯେ ମୋତେ ରାମ ଚରିତ୍ରରେ ଅଭିନୟ କରିବା ଉଚିତ୍ । ଏହି କଥା ସେ ରାମାନନ୍ଦ ସାଗରଙ୍କୁ ମଧ୍ୟ କହିଲେ । କିନ୍ତୁ ଅରୁଣଙ୍କ ମୁଁହରୁ ଏପରି କଥା ଶୁଣି ସେ ଏକ୍ଟର ମାନଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ସେ କେବେ ଭାବି ନଥିଲେ ଯେ ଅରୁଣ ତାଙ୍କୁ କେବେ ରାମଙ୍କ ରୋଲ ମାଗିବେ ବୋଲି ।

ରାମାନନ୍ଦ ସାଗର ତାଙ୍କୁ କହିଥିଲେ ଯେ ସମୟ ଆସିଲେ ତାଙ୍କୁ ସୂଚନା ଦିଆଯିବ । ପୁଣି କିଛି ମାସ ପରେ ତାଙ୍କୁ ଓଡିସନ ପାଇଁ ବ୍ୟବହାର ଡକା ଯାଇଥିଲା । ସେଥିରେ ରାମଙ୍କ ରୋଲ ପାଇଁ ଅନେକ ଲୋକ ଆସିଥିଲେ । ଅରୁଣ ଓଡିସନ ଦେଲେ କିନ୍ତୁ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା । ତାଙ୍କୁ ତାଙ୍କ ରିଜେକ୍ସନର କାରଣ ଜଣା ନଥିଲା । ତାଙ୍କ ବଦଳରେ ଅନ୍ୟ ଜଣେ ଆକ୍ଟରଙ୍କୁ ନିଆଯାଇଥିଲା ।

ତାପରେ ରାମାୟଣର ଶୁଟିଂ ଟେଷ୍ଟ ମଧ୍ୟ ଆସିଗଲା । କିଛି ମାସ ବିତିଗଲା । ତାପରେ ହଠାତ ଦିନେ ରାମାନନ୍ଦ ସାଗର ଅରୁଣଙ୍କୁ କୋଲ କରି ତାଙ୍କୁ ସାକ୍ଷାତ କରିବାକୁ ଡକାଇଲେ । ଯେତେବେଳେ ଅରୁଣ ସେଠାରେ ପହଁଚିଲେ ସେତେବେଳେ ତାଙ୍କୁ କୁହାଗଲା ଯେ ସିଲେକ୍ସନ କମିଟି ତାଙ୍କୁ ରାମ ରୋଲ ପାଇଁ ସିଲେକ୍ଟ କରିଛି । ଏହି କଥା ଶୁଣି ଅରୁଣ ଖୁସି ହୋଇଗଲେ । ତାଙ୍କର ମାସ ମାସର ଅପେକ୍ଷା ସଫଳ ହେଲା ।

ଏହି ରାମ ରୋଲ ତାଙ୍କୁ ହୁଏତ ଲୋକପ୍ରିୟତା ଦେଇଥିଲା କିନ୍ତୁ ଏହି ଲୋକପ୍ରିୟତା ତାଙ୍କ କ୍ୟାରିଅରକୁ ଭାରି ପଡ଼ିଥିଲା । ତାଙ୍କ ଉପରେ ରାମଙ୍କ ଛବି ଏପରି ପ୍ରଭାବ ପକାଇଥିଲା ଯେ ତାଙ୍କୁ ଅନ୍ୟ କୌଣସି ରୋଲ ମିଳି ନଥିଲା । ଲୋକେ ତାଙ୍କୁ ରାମ ବ୍ୟତୀତ ଅନ୍ୟ କୌଣସି ଚରିତ୍ରରେ ଦେଖିବାକୁ ପସନ୍ଦ କରୁ ନଥିଲେ । ରାମାୟଣ ପୂର୍ବରୁ ସେ କେତେକ ସିରିଏଲରେ କାମ କରିଥିଲେ । କିନ୍ତୁ ରାମାୟଣ ପରେ ତାଙ୍କୁ କାମ ମିଳିବା ବନ୍ଦ ହୋଇ ଯାଇଥିଲା ।

କ୍ୟାରିଅର ଉପରେ ବିପଦ ଥିବାରୁ ସେ ଓଡ଼ିଆ ଏବଂ ବଙ୍ଗାଳି ଭଳି ଫିଲ୍ମରେ କାମ କରିବାକୁ ମଧ୍ୟ ବାଧ୍ୟ ହୋଇଗଲେ । ଆମେ ତାଙ୍କୁ ବିକ୍ରମ ବେତାଳ, ରାମାୟଣର ଅତିରିକ୍ତରେ ‘ବସେରା’, ‘ଏହେସାସ କହାନୀ ଘର ଘର କୀ’, ‘କେସେ କହୁଁ’, ‘ଅପରାଜିତା’, ‘ଅନ୍ତରା’, ‘ସାଂଝି’, ଭଳି ଶୋ’ରେ ଦେଖି ସାରିଛୁ ।

Leave a Reply

Your email address will not be published. Required fields are marked *