ପ୍ରେମିକ ସହ ସମ୍ପର୍କ ଭାଙ୍ଗି କାଜୋଲ କରିଥିଲେ ଅଜୟ ଦେବଗନଙ୍କ ସହ ବିବାହ ! ସମ୍ପର୍କରେ କେହିବି ଖୁସି ନଥିଲେ

ପ୍ରେମିକ ସହ ସମ୍ପର୍କ ଭାଙ୍ଗି କାଜୋଲ କରିଥିଲେ ଅଜୟ ଦେବଗନଙ୍କ ସହ ବିବାହ ! ସମ୍ପର୍କରେ କେହିବି ଖୁସି ନଥିଲେ

ବଲିଉଡର ମୋଷ୍ଟ ଫେଭରେଟ ଯୋଡି ଅଜୟ ଏବଂ କାଜୋଲ ସେମାନଙ୍କ ପ୍ରେମ କାହାଣୀ ପାଇଁ ଖୁବ ଚର୍ଚ୍ଚିତ । ଏହି ଦୁଇଜଣଙ୍କ ଯୋଡି କେବଳ ରିଅଲ ଲାଇଫରେ ହିଟ୍ ନୁହେଁ, ରିଲ ଲାଇଫରେ ମଧ୍ୟ ହିଟ୍ । ଦୁହେଁ ଏକାଠି ପରଦାରେ ଅନେକ ହିଟ୍ ଫିଲ୍ମ ମଧ୍ୟ କରିଛନ୍ତି । ଚଳଚ୍ଚିତ୍ରର ସେଟରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ହେଲା ଏବଂ ପରେ ଦୁହେଁ ସେମାନଙ୍କର ପୂର୍ବ ପାର୍ଟନରଙ୍କୁ ଛାଡିଦେଲେ । କାଜୋଲ ପ୍ରାୟତ ତାଙ୍କ ପ୍ରେମ କାହାଣୀ ବିଷୟରେ ସୋସିଆଲ ମିଡିଆରେ ସେୟାର କରନ୍ତି । ଏଥର ସେ ଅଜୟ ଦେବଗନଙ୍କ ପ୍ରେମରେ କିପରି ପଡିଲେ ତାହାର ପୁରା କାହାଣୀ ଜଣାଇଛନ୍ତି ଯାହା ତାଙ୍କ ପ୍ରଶଂସକ ମାନେ ଖୁବ ପସନ୍ଦ କରିଛନ୍ତି ।

ବଲିଉଡ ଅଭିନେତ୍ରୀ କାଜୋଲ ଜଣେ ଖୁବ ଭଲ ଅଭିନେତ୍ରୀ । ସେ ତାଙ୍କ ଅଭିନୟ ପାଇଁ ଜଣାଶୁଣା, କିନ୍ତୁ ଆଜିକାଲି ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ କାଜୋଲ ମିଡିଆ ସାମ୍ନାରେ ତାଙ୍କର ଏବଂ ଅଜୟଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ । ଏହି ସମୟରେ ସେ କହିଥିଲେ ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିପରି ? ବିବାହ ପୂର୍ବରୁ ଏବଂ ବିବାହ ପରେ କ’ଣ ଦୁହିଁଙ୍କ ମଧ୍ୟରେ କଣ ପରିବର୍ତ୍ତନ ହୋଇଛି ? ଏବଂ ସେ ଅଜୟଙ୍କ ରୋମାଣ୍ଟିକ ମୁଡ଼କୁ ନେଇ ମଧ୍ୟ ଅନେକ ଖୁଲାସା କରିଛନ୍ତି ।

ପୂର୍ବତନ ପ୍ରେମିକଙ୍କ ବିଷୟରେ କହିଛନ୍ତି କାଜଲ

ଅଭିନେତ୍ରୀ କାଜୋଲ କହିଛନ୍ତି ଯେ ଯେତେବେଳେ ସେ ଅଜୟ ଦେବଗନଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ତାଙ୍କର ବନ୍ଧୁତା ବଢୁଥିଲା, ସେତେବେଳେ ସେ ଅନ୍ୟ ଜଣଙ୍କୁ ଡେଟ୍ କରୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେତେବେଳେ ମୋର ସମ୍ପର୍କ ଭଲ ଚାଲୁ ନଥିଲା ଏବଂ ତା’ପରେ ଅଳ୍ପ ସମୟ ମଧ୍ୟରେ ମୋର ବ୍ରେକଅପ୍ ହୋଇଗଲା । କେବଳ ଏତିକି ନୁହେଁ, ସେ କହିଥିଲେ ଯେ ସେହି ସମୟରେ ଅଜୟ ମଧ୍ୟ ଆଉଜଣଙ୍କୁ ଡେଟ୍ କରୁଥିଲେ । ପରେ ଆମେ ଦୁହେଁ ଆମର ଏକ୍ସ ପାର୍ଟନରଙ୍କୁ ଛାଡି ପରସ୍ପର ସହ ସମ୍ପର୍କରେ ବାନ୍ଧିହେଲୁ ।

୪ବର୍ଷ ଯାଏଁ କରିଥିଲୁ ଡେଟ

କାଜୋଲ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅଜୟଙ୍କୁ ଚାରି ବର୍ଷ ଡେଟ୍ କରିଥିଲେ ଏବଂ ତାହା ପରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ‘ଇସ୍କ’ ଫିଲ୍ମର ସେଟରୁ ଆରମ୍ଭ ହୋଇଥିଲା । ଏହା ପରେ ଦୁହେଁ ପରସ୍ପର ପ୍ରତି ଉତ୍ସର୍ଗୀକୃତ ରହିଲେ ଏବଂ ବର୍ତ୍ତମାନ ସେମାନଙ୍କର ସମ୍ପର୍କ ଖୁବ୍ ମଜବୁତ ଅଟେ । କାଜୋଲ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପାପା କାଜୋଲଙ୍କର ବିବାହ କରିବାର ନିଷ୍ପତ୍ତିରେ ଖୁସି ନଥିଲେ ଏବଂ ତାଙ୍କ ଉପରେ ୪ଦିନ ରାଗିଥିଲେ । ସେ ଚାହୁଁଥିଲେ ଯେ କାଜୋଲ ତାଙ୍କ କ୍ୟାରିୟର ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ବିବାହ ପରେ ଦୁହେଁ ପରସ୍ପରର ଭଲ ଯତ୍ନ ନେଉଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ବହୁତ ସମନ୍ୱୟ ଅଛି । କାଜୋଲ ଆହୁରି ମଧ୍ୟ କହିଥିଲେ ଯେ ସେ ବହୁତ କଥାବାର୍ତ୍ତା କରନ୍ତି ସେଥିପାଇଁ ଅଜୟ ତାଙ୍କୁ କେବେ ବି କିଛି କୁହନ୍ତି ନାହିଁ ।

କାଜୋଲ ‘କଭି ଖୁସି କଭି ଗମ’ ଫିଲ୍ମ ସମୟରେ ଥିଲେ ଗର୍ଭବତୀ

ଫିଲ୍ମ ‘କଭି ଖୁସି କଭି ଗମ’ର ସୁଟିଂ ସମୟରେ କାଜୋଲ ଗର୍ଭବତୀ ହୋଇଥିଲେ, କିନ୍ତୁ ତାଙ୍କର ଗର୍ଭପାତ ହୋଇଯାଇଥିଲା । ଏହା ପରେ ସେ ନୟାସାଙ୍କୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଅଜୟ ଏବଂ କାଜୋଲଙ୍କର ଦୁଇଟି ସନ୍ତାନ ଅଛନ୍ତି । କାଜୋଲ ଆହୁରି କହିଛନ୍ତି ଯେ ଦୁହେଁ ରୋମାଣ୍ଟିକ ନହେଲେ ମଧ୍ୟ ପରସ୍ପରର ଯତ୍ନ ନିଅନ୍ତି, ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ବହୁତ ପ୍ରେମ ରହିଛି ।

Leave a Reply

Your email address will not be published. Required fields are marked *