Facebook ବନ୍ଧୁଙ୍କୁ ବିବାହ କରିବା ପଡିଲା ମହଙ୍ଗା ! ହନିମୁନ୍ ପରେ ବରପାତ୍ର କଲା ଏହି ଘୃଣ୍ୟକାଣ୍ଡ…

Facebook ବନ୍ଧୁଙ୍କୁ ବିବାହ କରିବା ପଡିଲା ମହଙ୍ଗା ! ହନିମୁନ୍ ପରେ ବରପାତ୍ର କଲା ଏହି ଘୃଣ୍ୟକାଣ୍ଡ…

Facebookର ପ୍ରେମ ସର୍ବଦା ସଫଳ ହେବ ଏହା ଜରୁରୀ ନୁହେଁ । ବିଶେଷକରି ଯେତେବେଳେ ଆମେ କୌଣସି ଅଜଣା ବ୍ୟକ୍ତି ଉପରେ ଅଧିକ ବିଶ୍ୱାସ କରିଥାଉ, ତେବେ ପ୍ରତାରଣା ମିଳିବାର ସମ୍ଭାବନା ମଧ୍ୟ ଥାଏ । ଏଭଳି ଏକ ପ୍ରତାରଣାର ଶୀକର ହୋଇଛନ୍ତି କୋଲକାତାରେ ରହୁଥିବା ଏକ ଝିଅ । ଏହି ଝିଅଟି ୟୁପିର ଫତେହପୁରରେ ରହୁଥିବା ଜଣେ ପୁଅଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ ଏବଂ ଦୁହେଁଙ୍କ ବନ୍ଧୁତ୍ଵ ଘନିଷ୍ଠ ହେଲା । ପରିଶେଷରେ ଏହି ବନ୍ଧୁତ୍ଵ ପ୍ରେମର ରୂପରେଖା ନେଲା । ଦୁହେଁ କୋର୍ଟ ବିବାହ ମଧ୍ୟ କରିଥିଲେ କିନ୍ତୁ ବିବାହ ପରେ ବର, ଝିଅର ଅଳଙ୍କାର ଏବଂ ଟଙ୍କା ନେଇ ଫେରାର ହୋଇଯାଇଛି । ବର୍ତ୍ତମାନ ପୀଡିତା ନ୍ୟାୟ ପାଇଁ ପୋଲିସ ଥାନାରେ ମାମଲା ରଜ୍ଜୁ କରିଛି ଓ ଥାନାର ଚକର କାଟୁଛନ୍ତି ।

ବାସ୍ତବରେ ପୀଡିତା ମହିଳାଙ୍କ ବନ୍ଧୁତା ସୋସିଆଲ ମିଡିଆ ୱେବସାଇଟ ଫେସବୁକରେ ଫତେହପୁରର ବାସିନ୍ଦା ଅଭିଷେକ ଆର୍ଯ୍ୟଙ୍କ ସହ ହୋଇଥିଲା । କିଛିଦିନର କଥାବାର୍ତ୍ତା ପରେ ସେମାନଙ୍କ ଦୂର ପାରିବାରିକ ସମ୍ପର୍କ ମଧ୍ୟ ପରିଚୟ ଦେଇ ଦୁହେଁ ଆହୁରି ନିକଟତର ହେଲେ । ଖୁବଶୀଘ୍ର ଅଭିଷେକ ପୀଡିତାଙ୍କ ଉପରେ ବିବାହର ଚାପ ପକାଇବାକୁ ଲାଗିଲେ । ସେ ମହିଳାଙ୍କୁ ଧମକ ଦେଇଥିଲେ କି ଯଦି ସେ ତାଙ୍କୁ ବିବାହ ନ କରନ୍ତି; ତେବେ ସେ ବେକରେ ବ୍ଲେଡ ଲଗାଇ ଆତ୍ମହତ୍ୟା କରିବେ ।

ଏହାପରେ ଯୁବକ ଦିଲ୍ଲୀରୁ ବିମାନ ଧରି ମହିଳାଙ୍କୁ ଦେଖାକରିବା ପାଇଁ କୋଲକାତା ଆସିଥିଲେ । ସେଠାରେ ସେ ଆତ୍ମହତ୍ୟାର ଧମକ ଏବଂ ଇମୋଶନାଲ ଚାପ ପକାଇ ମହିଳାଙ୍କୁ ବିବାହ ପାଇଁ ରାଜି କରାଇଥିଲେ । ଦୁହେଁ କୋର୍ଟରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଯୁବକ ନିଜର ପ୍ରକୃତ ରଙ୍ଗ ଦେଖେଇଥିଲେ । ସେ ମହିଳାଙ୍କ ଘରୁ ୩ଲକ୍ଷର ଗହଣା ଏବଂ ୧ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଯେତେବେଳେ ମହିଳା ଏହି କଥା ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ଏହାପରେ ସେ କୋଲକାତା ପୋଲିସ ସହିତ ଯୁବକଙ୍କୁ ଖୋଜିବାକୁ ଫତେହପୁର ଆସିଥିଲେ । ଏଠାରେ ଅଭିଷେକଙ୍କ ଘର ତାଲା ଲାଗିଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦୁଇ ରାଜ୍ୟର ପୋଲିସ ଏହି ଠକ୍ ଯୁବକଙ୍କୁ ଖୋଜୁଛି । ପିଡୀତାଙ୍କ ମାଆ କହିଛନ୍ତି ଯେ ଏହି ଭଳି ପୁଅମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ । ଯାହାଫଳରେ ଏହିପରି ପୁଆମାନେ ଅନ୍ୟ କୌଣସି ଦ୍ୱିତୀୟ ଝିଅଙ୍କୁ ପ୍ରତାରଣା ଦେବେ ନାହିଁ ।

ଏଥିସହିତ ପୀଡିତା କହିଛନ୍ତି ଯେ ଅଭିଷେକ ବିବାହ କରିବାକୁ ନେଇ ସର୍ବଦା ଚାପ ପକାଉଥିଲେ । ସେ ମତେ ଗଳାରେ ବ୍ଲେଡ ଲଗାଇ ଆତ୍ମହତ୍ୟା କରିଦେବି ବୋଲି ଧମକ ଦେଉଥିଲେ । ମୁଁ ତାଙ୍କ କଥାରେ ଆସିଗଲି ଏବଂ ବିବାହ ପାଇଁ ରାଜି ହୋଇଗଲି । କିନ୍ତୁ ମୁଁ ଜାଣିନଥିଲି ଯେ, ସେ ମୋ ଜୀବନକୁ ନର୍କ କରିଦେବେ ।

ଯଦି ଆପଣ ମଧ୍ୟ ଫେସବୁକରେ କୌଣସି ଅଜଣା ବ୍ୟକ୍ତିଙ୍କ ସାଙ୍ଗ ହେଉଛନ୍ତି; ତେବେ ସତର୍କତା ସହ ରୁହନ୍ତୁ । ଆଖି ବନ୍ଦ କରି କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ । ବିଶେଷକରି ଯେତେବେଳେ କଥା ବିବାହ ଉପରେ ଆସେ, ତେବେ କୌଣସି ପରିଚିତ ଲୋକଙ୍କ ଘରେ ହିଁ ସମ୍ପର୍କ ଯୋଡନ୍ତୁ । କିମ୍ବା ପ୍ରଥମେ ପୁଆର ପରିପାର୍ଶ୍ୱକୁ ଭଲ ଭାବରେ ଯାଞ୍ଚ କରନ୍ତୁ ଅନ୍ୟଥା ଏହି ଝିଅ ଭଳି ଆପଣ ମଧ୍ୟ ପ୍ରତାରଣାର ଶିକାର ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *