ସାମ୍ନାକୁ ଆସିଲା ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ! ବିରାଟ ଓ ଅନୁଷ୍କା ନୁହେଁ ବରଂ ଏହି ବ୍ୟକ୍ତି ସେୟାର କରିଛନ୍ତି ଫଟୋ …

ସାମ୍ନାକୁ ଆସିଲା ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ! ବିରାଟ ଓ ଅନୁଷ୍କା ନୁହେଁ ବରଂ ଏହି ବ୍ୟକ୍ତି ସେୟାର କରିଛନ୍ତି ଫଟୋ …

ଗତ ୧୧ ଜାନୁୟାରୀ ୨୦୨୧ରେ ବିରାଟଙ୍କ ଘରେ ଜନ୍ମ ନେଇଛନ୍ତି ଏକ କୁନି ପରୀ । ସେହି ଦିନଠୁ ବିରାଟ ଓ ଅନୁଷ୍କାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଫ୍ୟାନ ମାନେ ବିରାଟ ଓ ଅନୁଷ୍କାଙ୍କ ଝିଅକୁ ଦେଖବା ପାଈଁ ବ୍ୟାକୁଳ ହୋଇପଡିଲେଣି । ଇତି ମଧ୍ୟରେ ଝିଅର କକୁ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି ଝିଅର ପ୍ରଥମ ଫଟୋ । ଆଜ୍ଞା ହଁ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ସେୟାର କରିଛନ୍ତି ବିରାଟଙ୍କ ଝିଅର ପ୍ରଥମ ଲୁକ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛନ୍ତି ବିରାଟ ଓ ଅନୁଷ୍କାଙ୍କ ଝିଅ ଏବଂ ଏବେ ସେ ପୁରା ସୁସ୍ଥ ଅଛନ୍ତି । ଗତ ସୋମବାର ଦିନ ବିରାଟଙ୍କ ଘରକୁ ଆସିଛନ୍ତି ଏହି ନୂଆ ଅତିଥି ।

ଏଥିପାଇଁ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ କୁନି ପରୀର ଆଗମନରେ ଘରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଫଟୋ ସୋସିଆଲ ମିଡ଼ିଆରେ ସେୟାର ହେବା ମାତ୍ରେ ଫ୍ୟାନ ମାନେ ଲାଇକ ଓ କମେଣ୍ଟର ବର୍ଷା କରିଦେଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ଏହି ଫଟୋକୁ ସେୟାର କରିଛନ୍ତି ।

ଏହି ଫଟୋରେ ବିରାଟଙ୍କ ଝିଅର କୁନି କୁନି ପାଦ ଦୁଇଟି ଦେଖାଯାଉଛି ଏବଂ ବିକାଶ ଏଥିରେ ଏକ ସୁନ୍ଦର ୱେଲକମ ମଧ୍ୟ ଲେଖିଛନ୍ତି । ଏହି ଫଟୋଟି ଦେଖିବା ପରେ ଲୋକ ବିକାଶ,ବିରାଟ ଓ ଅନୁଷ୍କାଙ୍କୁ କ୍ରମାଗତ ଭାବେ ଶୁଭକାମନା ଜଣାଇଚାଲିଛନ୍ତି ।

ସର୍ବପ୍ରଥମେ ବିରାଟ କୋହଲିହିଁ ସୋସିଆଲ ମିଡିଆରେ ନିଜ ଝିଅ ବିଷୟରେ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ । ସେ ନିଜ ଟ୍ୱିଟରେ କହିଛନ୍ତି ଯେ ଆଜି ଆମକୁ ଏକ ଝିଅ ଆଶୀର୍ବାଦ ରୂପରେ ମିଳିଛି । ଆମେ ଆପଣଙ୍କ ଭଲପାଇବା ଏବଂ ଶୁଭକାମନା ପାଈଁ ଧନ୍ୟବାଦ ଜଣାଉଛୁ । ଅନୁଷ୍କା ଏବଂ ଝିଅ ଦୁହେଁ ସୁସ୍ଥ ଅଛନ୍ତି । ଆମେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ଆଶା କରୁଚୁ ଆପଣମାନେ ଆମ ଗୋପାନୀୟତାକୁ ସମ୍ମାନ ଦେବେ ।

ପୂର୍ଵ ବର୍ଷ ଅଗଷ୍ଟରେ ବିରାଟ କୋହଲି ଏକ ଫଟୋ ପୋଷ୍ଟ କରି ଅନୁଷ୍କା ପ୍ରେଗନେଣ୍ଟ ଥିବାର ସୂଚନା ଦେଇଥିଲେ । ସେବେଠୁ ସମସ୍ତେ ବିରାଟ ଓ ଅନୁଷ୍କାଙ୍କ ଛୁଆ ହେବାର ଆଶାରେ ଥିଲେ ଯାହା ଗତ ୧୧ତାରିଖ ଦିନ ପୁରଣ ହୋଇସାରିଛି ।

ବିରାଟ ଏବେ ପାଟର୍ନୀଟି ଲିଭରେ ଅଛନ୍ତି । ୱାନ ଡେ ଏବଂ T-20 ପରେ ଏଡିଲେଡ଼ରେ ହୋଇଥିବା ଟେଷ୍ଟ ମ୍ୟାଚରେ ମଧ୍ୟ ସେ ଭାଗ ନେଇଥିଲେ । କିନ୍ତୁ ଏହାପରେ ହୋଇଥିବ ୩ଟି ଟେଷ୍ଟ ମ୍ୟାଚ ସେ ଖେଳିନାହାନ୍ତି । ଶେଷ ଟେଷ୍ଟ ମ୍ୟାଚ ଜାନୁଆରୀ ୧୫ରେ ବ୍ରେସବିନରେ ଖେଳାଯିବ ।

Leave a Reply

Your email address will not be published. Required fields are marked *