ରାଖୀ ସାୱନ୍ତଙ୍କ ମା’ ଶିକାର ହୋଇଛନ୍ତି ଏହି ଗମ୍ଭୀର ରୋଗରେ ! ଭାଇ କରିଲେ ମା’ଙ୍କ ରୋଗର ଖୁଲାସା…

ରାଖୀ ସାୱନ୍ତଙ୍କ ମା’ ଶିକାର ହୋଇଛନ୍ତି ଏହି ଗମ୍ଭୀର ରୋଗରେ ! ଭାଇ କରିଲେ ମା’ଙ୍କ ରୋଗର ଖୁଲାସା…

ବିଗ୍ ବୋସ୍ ଦୁନିଆକୁ ଯେବେଠାରୁ ରାଖୀ ସାୱନ୍ତଙ୍କର ଏଣ୍ଟ୍ରି ହୋଇଛି ସେହିଠାରୁ ସବୁ ଲୋକଙ୍କ ମୁଁହରେ ଏଣ୍ଟରଟେନମେଣ୍ଟ କଥା ଆସିଲେ କେବଳ ରାଖୀ ସାୱନ୍ତଙ୍କ ନାମ ଆସିଥାଏ । କେବଳ ସେତିକ ନୁହେଁ ନିକଟରେ ଯେତେବେଳେ ଫେମିଲି ବିକରେ ପରିବାର ଲୋକଙ୍କ ସହିତ ଦେଖା କରିବାକୁ ନିଜ ଘରେ ପହଁଚିଲେ ସେତେବେଳେ ସମସ୍ତେ ଏଣ୍ଟରଟେନମେଣ୍ଟ ନାମରେ ରାଖୀ ସାୱନ୍ତଙ୍କ ନାମ ନେଲେ । ଏଥିରେ ରାଖୀ ସାୱନ୍ତ ଭିଡ଼ିଓ କୋଲ୍ ଜରିଆରେ ନିଜ ମା’ଙ୍କ ସହିତ କଥା ହୋଇଥିଲେ ।

ଏହି ସମୟରେ ରାଖୀ ନିଜ ମା’ଙ୍କ ହାଲଚାଲ୍ ପଚାରିଥିଲେ ଏବଂ ତାଙ୍କ ମା ହସ୍ପିଟାଲରେ ଭର୍ତ୍ତି ଥିବା କଥା କହିଥିଲେ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ଶୁଣି ରାଖୀ ସାୱନ୍ତ ଦୁଃଖିତ ହୋଇ ଯାଇଥିଲେ ଏବଂ କାନ୍ଦିବାରେ ଲାଗିଥିଲେ । କହିରଖୁଛୁ ଯେ ରାଖୀଙ୍କ ମା’ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ କୋଲରେ କହିଥିଲେ । ଏଥିରେ ରାଖୀ କହିଥିଲେ ଯେ ମା’ ମୁଁ ଯେତେବେଳେ ପର୍ଯ୍ୟନ୍ତ ନଫେରିଛି ସେତେ ପର୍ଯ୍ୟନ୍ତ ଠିକ୍ ରହିବ…

ଏବେ ରାଖୀଙ୍କ ଭାଇ ଏକ ଇଣ୍ଟରଭିଉ ଜରିଆରେ ଏହି ଖୁଲାସା କରିଛନ୍ତି ଯେ ତାଙ୍କ ମା’ଙ୍କ ପେଟରେ ଟ୍ୟୁମର୍ ଅଛି ଯାହାକୁ ଯେତେ ଶୀଘ୍ର ସମ୍ଭବ ଠିକ୍ କରିବା ଜରୁରୀ ଅଟେ । ଏଥିପାଇଁ ରାଖୀଙ୍କ ମା’ଙ୍କର ସର୍ଜରୀ କରାଯାଉଛି । ରାଖୀଙ୍କ ଭାଇ ରାକେଶ୍ ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭିଉରେ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା କଥା କହିଛନ୍ତି । ତାଙ୍କର ଏକ ମେଜର୍ ଅପରେସନ୍ ହେବା କଥା ମଧ୍ୟ କହିଛନ୍ତି କାରଣ ତାଙ୍କ ପେଟରେ ଟ୍ୟୁମର୍ ହୋଇଛି ।

ସେ କହିଛନ୍ତି ଯେ ରାଖୀଙ୍କ ଅନୁପସ୍ଥିତିରେ ମୋତେ ଏପରି ନିଷ୍ପତ୍ତି ନେବାକୁ ପଡ଼ିଲା । କାରଣ ଡାକ୍ତରଙ୍କ କହିବା କଥା ଯେ ଆମେ ଏତେ ଅପେକ୍ଷା କରି ପାରିବୁନି ଏବଂ ଇଣ୍ଟରନାଲ୍ ବ୍ଳିଡିଂ ମଧ୍ୟ ବଢ଼ୁଛି । ତେଣୁ ଆମକୁ ଖୁବଶୀଘ୍ର ଚିକିତ୍ସା କରିବାକୁ ପଡ଼ିବ । ତେଣୁ ମୁଁ ଏପରି ମିଷ୍ପତି ନେଇଛି ଏବଂ ଆଶା କରୁଛି ଯେପରି ସବୁକିଛି ଠିକ୍ ହୋଇଯିବ ।

ପୁଣି ଅନ୍ୟ ପକ୍ଷରେ ରାଖୀ ସାୱନ୍ତ ଭିଡ଼ିଓ କଲିଙ୍ଗ ଜରିଆରେ ଯେତେବେଳେ ମା’ଙ୍କ ସହିତ କଥା ହେଲେ ସେତେବେଳେ ସେ ତାଙ୍କ ମାଙ୍କୁ କହିଛନ୍ତି ଯେ – ‘ମା ଯେତେ ପର୍ଯ୍ୟନ୍ତ ମୁଁ ବାହାରରୁ ନଆସିଛି ସେତେ ପର୍ଯ୍ୟନ୍ତ ତୁମେ ଠିକ୍ ରହିବ । ବାସ୍ ତୁମେ ସୁସ୍ଥ ରୁହ ମୁଁ ତୁମ ପାଇଁ ବ୍ରତ ରଖିବି… ।’

Leave a Reply

Your email address will not be published. Required fields are marked *