ବୋଲିଉଡ଼ ଏହି ପାଞ୍ଚ ଜଣ ଅଭିନେତ୍ରୀ ଯାଆଁଳା ପିଲାଙ୍କ ମାଆ ଅଟନ୍ତି ! ଏମାନଙ୍କ ମଧ୍ୟରୁ ୫ନମ୍ବର ଅଭିନେତ୍ରୀ ଏକାସାଥିରେ ତିନିଟି ସନ୍ତାନକୁ ଜନ୍ମ ଦେଇଥିଲେ…

ବୋଲିଉଡ଼ ଏହି ପାଞ୍ଚ ଜଣ ଅଭିନେତ୍ରୀ ଯାଆଁଳା ପିଲାଙ୍କ ମାଆ ଅଟନ୍ତି ! ଏମାନଙ୍କ ମଧ୍ୟରୁ ୫ନମ୍ବର ଅଭିନେତ୍ରୀ ଏକାସାଥିରେ ତିନିଟି ସନ୍ତାନକୁ ଜନ୍ମ ଦେଇଥିଲେ…

ଜଣେ ମହିଳାର ଜୀବନରେ ମା’ ହେବା ସମୟ ସବୁଠାରୁ ଖୁସିର ସମୟ ହୋଇଥାଏ । ମା’ ହେବାର ଅନୁଭବ ସବୁ ମହିଳାଙ୍କ ମଧ୍ୟରେ ସାମାନ୍ୟ ହିଁ ହୋଇଥାଏ, ପୁଣି ସେ ସାଧାରଣ ମହିଳା ହୋଇଥାନ୍ତୁ କିମ୍ବା ବୋଲିଉଡ଼ ଅଭିନେତ୍ରୀ ହୁଅନ୍ତୁ । ଆଜିକାର ଏହି ପୋଷ୍ଟ ଜରିଆରେ ଆମେ ଆପଣଙ୍କୁ ବୋଲିଉଡ଼ର କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ନାମ ଶୁଣି ଆପଣ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇଯିବେ । ତେଣୁ ଆସନ୍ତୁ ଜାଣିବା ଯେ ବାସ୍ତବରେ ସେମାନେ କେଉଁ ଅଭିନେତ୍ରୀ ଅଟନ୍ତି ଯେଉଁ ମାନେ ଯାଆଁଳା ପିଲାର ମା’ ଅଟନ୍ତି ।

ସେଲିନା ଜେଟଲି :-

ଆପଣଙ୍କୁ କହିରଖୁଛୁ ଯେ ବୋଲିଉଡ଼ ଅଭିନେତ୍ରୀ ଯେଉଁମାନେ ଯାଆଁଳା ପିଲାର ମା’ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରଥମ ନାମ ଆସୁଛି ସେଲିନା ଜେଟଲି । ବୋଲିଉଡ଼ରେ ଜଣେ ବୋଲଡ଼ ଅଭିନେତ୍ରୀ ଭାବରେ ନିଜର ପରିଚୟ ବନାଇଥିବା ଅଭିନେତ୍ରୀ ସେଲିନା ଜେଟଲି ଅନେକ ହିନ୍ଦୀ ଫିଲ୍ମରେ କାମ କରିବା ପରେ ୨୦୧୧ରେ ସେଲିନା ଜେଟଲି ବିଦେଶର ବିଜନେସ ମ୍ୟାନ ପିଟର ହଗଙ୍କୁ ବିବାହ କରିଥିଲେ ଏବଂ ଫିଲ୍ମ ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଥିଲେ । ବିବାହର କିଛିବର୍ଷ ପରେ ସେଲିନା ଦୁଇ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଯାହାଙ୍କ ନାମ ଥିଲା ବିରାଜ ଏବଂ ବେଷଟିଙ୍ଗ ।

ଲିସା ରେ :-

ଆପଣ ଏହି ନାମ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ କହିରଖୁଛୁ ଯେ ଫିଲ୍ମ କସୁର ସହିତ ବୋଲିଉଡ଼ରେ ପ୍ରାରମ୍ଭ କରିଥିବା ଲିସା ରେ ବିବାହିତ ଅଟନ୍ତି ଏବଂ ଦୁଇ ଯାଆଁଳା ପିଲାଙ୍କ ମା’ ମଧ୍ୟ ହୋଇ ସାରିଛନ୍ତି । କହିରଖୁଛୁ ଯେ କସୁର, ୱାଟର ଏବଂ ବିରାପନ ଭଳି ଫିଲ୍ମରେ ଶାନଦାର ଅଭିନୟ କରିଥିବା ଲିସା ରେ ହଠାତ କ୍ୟାନ୍ସର ଭଳି ଗମ୍ଭୀର ରୋଗ ଦ୍ୱାରା ପୀଡ଼ିତ ହୋଇ ଯାଇଥିଲେ । ଯେଉଁ କାରଣରୁ ତାଙ୍କୁ ଫିଲ୍ମ ଦୁନିଆକୁ ବିଦାୟ ଦେବାକୁ ପଡ଼ିଥିଲା । ଯେତେବେଳେ ସେ ବୋଲିଉଡ଼ କୁ ଫେରିଥିଲେ ସେତେବେଳେ ବୋଲିଉଡ଼ରେ ସବୁକିଛି ବଦଳି ଯାଇଥିଲା । ତେଣୁ ସେତେବେଳେ ଲିସା ରେ ବିବାହ କରି ସଂସାର କରିବା ହିଁ ଉପଯୁକ୍ତ ବୋଲି ଭାବିଥିଲେ ।

ସନୀ ଲିଓନୀ :-

କହିରଖୁଛୁ ଯେ ଲୋକପ୍ରିୟ ପର୍ନ ଷ୍ଟାର ଏବଂ ଏକ ବୋଲିଉଡ଼ ଷ୍ଟାର୍ ଭାବରେ ନିଜର ପରିଚୟ ବନାଇଥିବା ଅଭିନେତ୍ରୀ ସନୀ ଲିଓନୀ କୌଣସି ଶିଶୁ କୁ ଜନ୍ମ ଦେଇ ନାହାଁନ୍ତି ତଥାପି ସେ ତିନୋଟି ପିଲାର ମା’ ଅଟନ୍ତି । ଆପଣଙ୍କୁ କହିରଖୁଛୁ ଯେ ନିଜ ସ୍ୱାମୀ ଡେନିୟଲଙ୍କ ସହିତ ସରୋଗାସୀ ଜରିଆରେ ସର୍ବପ୍ରଥମେ ସନୀ ଲିଓନୀ ଦୁଇ ଯାଆଁଳା ପିଲାର ମା’ ହୋଇଥିଲେ । ଏବଂ ଏହାପରେ ସେ ଏକ ଲକ୍ଷ୍ମୀ ନାମକ ଝିଅକୁ ମଧ୍ୟ କୋଳେଇ ନେଇଥିଲେ ।

ମାନ୍ୟତା ଦତ୍ତ :-

ମାନ୍ୟତା ଦତ୍ତ କୌଣସି ଫିଲ୍ମ ଷ୍ଟାର୍ ନୁହଁନ୍ତି କିନ୍ତୁ ସେ ନିଜ କ୍ୟାରିଅରର ଆରମ୍ଭ ଫିଲ୍ମରୁ ହିଁ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ ଫିଲ୍ମ ଗଙ୍ଗାଜଳରେ ସେ ଏକ ଆଇଟମ ଡାନ୍ସର ଭାବରେ କାମ କରିଥିଲେ । ଏହାପରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବିବାହ କରିବା ପରେ ମାନ୍ୟତା ଏକ ବଡ଼ ନାମ ହୋଇ ଯାଇଛି । ସଞ୍ଜୟଙ୍କୁ ବିବାହ କରିବା ପରେ ମାନ୍ୟତା ଦୁଇ ଯାଆଁଳା ପିଲାଙ୍କୁ ଜନ୍ମ ଦେଇଛନ୍ତି ଯେଉଁଥିରୁ ଜଣେ ପୁଅ ଏବଂ ଜଣେ ଝିଅ ଅଟନ୍ତି ।

ଫରହା ଖାନ :-

ବୋଲିଉଡ଼ର ଲୋକପ୍ରିୟ ଡାନ୍ସ ଡ଼ାଇରେକ୍ଟର ଫରହା ଖାନ ନିଜ ଠାରୁ ୮ ବର୍ଷର ସାନ ସିରିଷ କୁନ୍ଦରଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କେବଳ ଦୁଇଟି ସନ୍ତାନ ନୁହେଁ ବରଂ ୩ଟି ସନ୍ତାନକୁ ଏକା ସାଥିରେ ଜନ୍ମ ଦେଇଥିଲେ । ଫରହାଙ୍କ ତିନି ପିଲା ଏବେ ବଡ଼ ହୋଇ ଯାଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ଦୁଇଜଣ ଝିଅ ଏବଂ ଜଣେ ପୁଅ ଅଟେ ।

Leave a Reply

Your email address will not be published. Required fields are marked *