ଘରର ଏହି ଦିଗରେ ରଖନ୍ତୁ ମାତା ଲକ୍ଷ୍ମୀଙ୍କର ଫଟୋ ! ଚମକି ଉଠିବ ଆପଣଙ୍କ ଭାଗ୍ୟ…

ଘରର ଏହି ଦିଗରେ ରଖନ୍ତୁ ମାତା ଲକ୍ଷ୍ମୀଙ୍କର ଫଟୋ ! ଚମକି ଉଠିବ ଆପଣଙ୍କ ଭାଗ୍ୟ…

ଟଙ୍କା ଏପରି ଏକ ଜିନିଷ ଯାହା ସମସ୍ତେ ପାଇବାକୁ ଚାହାନ୍ତି । ଯଦି କୌଣସି ବ୍ୟକ୍ତି କହୁଛନ୍ତି ଯେ ତାଙ୍କର ଟଙ୍କା ପ୍ରତି ଲୋଭ ନାହିଁ ତେବେ ସେ ମିଛ କହୁଛନ୍ତି । ଆଜିର ଯୁଗରେ ଟଙ୍କା ଆମର ଅତ୍ୟାବଶ୍ୟକ ହୋଇଗଲାଣି । ଆଜିକାଲି ଯୁଗରେ ଟଙ୍କା ସମସ୍ତଙ୍କୁ ଆବଶ୍ୟକ । ଆପଣ ହୁଏତ କହିପାରନ୍ତି ଯେ ଆପଣ ବିଳାସ ବ୍ୟସନକୁ ଭଲ ପାଆନ୍ତି ନାହିଁ ଏବଂ ଖୁବ କମ୍ ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟାନ୍ତି, ଆପଣଙ୍କୁ ଟଙ୍କାର ଆବଶ୍ୟକତା ନାହିଁ କିନ୍ତୁ ଯେତେବେଳେ କିଛି ଅଘଟଣ ଘଟିଯିବ କିମ୍ବା ହଠାତ୍ ଆପଣ ଗୁରୁତର ରୋଗରେ ପୀଡିତ ହୋଇଯାନ୍ତି ତେବେ ଏହିପରି ସ୍ଥଳରେ ଆପଣଙ୍କୁ କେବଳ ଟଙ୍କା ହିଁ ସାହାଯ୍ୟ କରିପାରିବ । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ଜମା ପୁଞ୍ଜି ରହିବା ନିହାତି ଆବଶ୍ୟକ ।

ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ବହୁତ ପରିଶ୍ରମ କରନ୍ତି । କିନ୍ତୁ ଏହା ସତ୍ୟ ଯେ କିଛି ଲୋକଙ୍କର ଦୁର୍ଭାଗ୍ୟ ହେତୁ ସେମାନେ କଠିନ ପରିଶ୍ରମ କରି ମଧ୍ୟ ଫଳ ପାଆନ୍ତି ନାହିଁ । ଯଦିଓ ଟଙ୍କା ସେମାନଙ୍କ ହାତକୁ ଆସେ କିନ୍ତୁ କୌଣସି ନ କୌଣସି କାରଣରୁ ଏହା ଅଧିକ ସମୟ ତିଷ୍ଠି ରହିପାରେନାହିଁ । ଯଦି ଆପଣଙ୍କର ମଧ୍ୟ ଏହିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଟେନସନ୍ ନିଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ସମାଧାନ କହିବୁ ଯାହା ଆପଣଙ୍କ ଟଙ୍କା ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ କରିଦେବ ।

ସମସ୍ତେ ଜାଣନ୍ତି ହିନ୍ଦୁ ଧର୍ମରେ ଲକ୍ଷ୍ମୀଦେବୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଯଦି ଆପଣ ମଧ୍ୟ ଧନ ଅର୍ଜନ କରିବାକୁ ଚାହାଁନ୍ତି, ତେବେ ଆପଣ ପ୍ରଥମେ ଲକ୍ଷ୍ମୀଦେବୀଙ୍କୁ ସନ୍ତୁଷ୍ଟ କରିବା ଉଚିତ । କୁହାଯାଏ ଯେ ଲକ୍ଷ୍ମୀଦେବୀଙ୍କର ଆଶୀର୍ବାଦ ଯେଉଁ ବ୍ୟକ୍ତି ଉପରେ ଥାଏ, ସେହିବ୍ୟକ୍ତିଙ୍କ ଘରେ ଟଙ୍କା ସମ୍ବନ୍ଧୀୟ କୌଣସି ଅସୁବିଧା ହୁଏ ନାହିଁ । ଯଦିଓ ଲକ୍ଷ୍ମୀଦେବୀଙ୍କୁ ଖୁସି କରିବାର ଅନେକ ଉପାୟ ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ସହଜ ଏବଂ ସରଳ ସମାଧାନ କହିବାକୁ ଯାଉଛୁ ।

ଏହି ସମସ୍ୟାର ସମାଧାନ ପାଇଁ ଆପଣ ଘରେ ଲକ୍ଷ୍ମୀଦେବୀଙ୍କର ଫଟୋ ଲଗାନ୍ତୁ । ଆପଣ ଏହି ଫଟୋକୁ ଆପଣଙ୍କ ଶୋଇବା ଘର, ହଲ୍ କିମ୍ବା ଠାକୁର ଘରେ ରଖିପାରିବେ । କିନ୍ତୁ ଏହାକୁ ଲଗାଇବା ବେଳେ ଆପଣଙ୍କୁ ଏହାର ଦିଗ ପ୍ରତି ଵିଶେଷ ଧ୍ୟାନ ଦେବାକୁ ହେବ । ସଠିକ୍ ଦିଗରେ ଲକ୍ଷ୍ମୀଦେବୀଙ୍କର ଫଟୋ ରହିଲେ ଘରକୁ ସୁଖ, ଶାନ୍ତି ଏବଂ ଧନ ଆସିଥାଏ କିନ୍ତୁ ଫୋଟକୁ ଭୁଲ ଦିଗରେ ରହିଲେ ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଲକ୍ଷ୍ମୀଦେବୀଙ୍କର ଫଟୋ କେଉଁ ଦିଗରେ ରଖିବା ଉଚିତ ।

ଯଦି ଆମେ ବାସ୍ତୁଶାସ୍ତ୍ର ଅନୁସାରେ ଦେଖିବା ତେବେ ଲକ୍ଷ୍ମୀଙ୍କ ଫଟୋ ଏପରି ଜାଗାରେ ରଖାଯିବା ଉଚିତ୍ ଯେପରି ତାଙ୍କ ମୁହଁ ସର୍ବଦା ପୂର୍ବ ଦିଗକୁ ରହିବ । ଯଦି ଆପଣ ପଶ୍ଚିମ ଦିଗ କାନ୍ଥରେ ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତି ତେବେ ତାଙ୍କ ମୁହଁ ସର୍ବଦା ପୂର୍ବ ଦିଗକୁ ରହିବ । ଲକ୍ଷ୍ମୀଦେବୀ ଏହି ଦିଗରେ ଅବସ୍ଥାନ କଲେ ପ୍ରଥମେ ସୂର୍ଯ୍ୟ ଭଗବାନଙ୍କୁ ଦେଖନ୍ତି । ଏହା ଯୋଗୁ ଆପଣଙ୍କ ଘରେ ସକରାତ୍ମକ ଉର୍ଜା ପ୍ରବାହିତ ହୁଏ । ଏହି ସକରାତ୍ମକ ଉର୍ଜା ଘରେ ରହୁଥିବା ଲୋକମାନଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ । ସେମାନେ ନିଜ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ଅଧିକ ଅର୍ଥ ଉପାର୍ଜନ କରନ୍ତି ।

Leave a Reply

Your email address will not be published. Required fields are marked *