ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏହି ସୁନ୍ଦର ଫଟୋଗୁଡ଼ିକୁ ଦେଖିଲେ ଆପଣଙ୍କର ମଧ୍ୟ ଉଡିଯିବ ହୋସ !

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏହି ସୁନ୍ଦର ଫଟୋଗୁଡ଼ିକୁ ଦେଖିଲେ ଆପଣଙ୍କର ମଧ୍ୟ ଉଡିଯିବ ହୋସ !

ସମସ୍ତେ ଜାଣନ୍ତି ଯେ ଯେତେବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କୌଣସି ଇଭେଣ୍ଟକୁ ଯାଆନ୍ତି, ତେବେ ନିଜ ଲୁକ୍ ଓ ଷ୍ଟାଇଲରେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇର ଏକ ଇଭେଣ୍ଟକୁ ଯାଇଥିଲେ, ଯେଉଁଠାରେ ସେ ମାର୍କ ବଙ୍ଗାରନେରଙ୍କ ଦ୍ଵାରା ଡିଜାଇନ ହୋଇଥିବା ଏକ ନୀଳ ରଙ୍ଗର ୱାନ୍ ସାଇଡେଡ଼ ଅଫସୋଲ୍ଡର ଗାଉନ୍ ପିନ୍ଧିଥିଲେ । ସେ ଏହି ଲୁକରେ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ । ଯେତେବେଳେ ଆପଣ ତାଙ୍କ ଇଭେଣ୍ଟ ସମୟର ଫଟୋ ଦେଖିବେ, ସେତେବେଳେ ଆପଣ ମଧ୍ୟ ନିଜକୁ ନିୟନ୍ତ୍ରଣ କରିପାରିବେ ନାହିଁ । ସେଠାରେ ଉପସ୍ଥିତ ଲୋକଙ୍କ ସହ ମଧ୍ୟ ଠିକ୍ ଏହା ହିଁ ଘଟିଥିଲା । ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପରେ ସେଠାରେ ଉପସ୍ଥିତି ଥିବା ସମସ୍ତ ଦର୍ଶକଙ୍କ ହୋସ୍ ଉଡିଯାଇଥିଲା ଏବଂ ସେଠାରେ ଉପସ୍ଥିତ ଜନତା ଐଶ୍ୱର୍ଯ୍ୟାଙ୍କ ସହ ସେଲଫି ନେବାକୁ ପ୍ରତିଦ୍ଵନ୍ଦିତା ଆରମ୍ଭ କରିଦେଇଥିଲେ ।

ଫୋଟଗୁଡ଼ିକ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ଲୋକମାନେ କିପରି ପଛରେ ଠିଆ ହୋଇଛନ୍ତି ଏବଂ ଐଶଙ୍କ ସହ ସେଲଫି ନେଉଛନ୍ତି । କେବଳ ଏତିକି ନୁହେଁ, ସେ ନିଜର ଅନେକ ପ୍ରଶଂସକଙ୍କୁ ଅଟୋଗ୍ରାଫ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଐଶ୍ୱର୍ଯ୍ୟା ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଫନେ ଖାନ’ ଏବଂ ‘ଲେଡିଜ୍ ଆଣ୍ଡ ଜେଣ୍ଟିଲମ୍ୟାନ’ରେ ନଜର ଆସିବେ । ଏହା ବ୍ୟତୀତ ସେ ‘ସମୀନ’ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ।

ସମୀନ ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଏହି ଚଳଚ୍ଚିତ୍ରରେ ଏକ ସରୋଗେଟ୍ ମାତା ଭୂମିକାରେ ଅଭିନୟ କରୁଛନ୍ତି । ଐଶ୍ୱର୍ଯ୍ୟା ବର୍ତ୍ତମାନ ତାଙ୍କ ଫିଲ୍ମ ଫନେ ଖାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହା ଜୁନ ମାସରେ ଇଦ ଅବସରରେ ମୁକ୍ତିଲାଭ କରିବ । ଏହା ସହିତ ଐଶ୍ୱର୍ଯ୍ୟାଙ୍କୁ ୧୯୬୮ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦିନ ଔର ରାତ’ର ରିମେକରେ କାମ କରିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ସେ ଅଭିନେତ୍ରୀ ନର୍ଗିସଙ୍କ ଭୂମିକାରେ ନଜର ଆସିବେ ।

ଐଶ୍ୱର୍ଯ୍ୟା ସେହି ନୀଳ ରଙ୍ଗର ଗାଉନରେ ବହୁତ ସୁନ୍ଦର ଦେଖାଯାଉଥଲେ । ବାସ୍ତବରେ ଆପଣ ଯେତେବେଳେ ତାଙ୍କର ଫଟୋଗୁଡିକ ଦେଖିବେ, ଆପଣ ନିଜେ ବୁଝିପାରିବେ କାହିଁକି ଆମେ ତାଙ୍କୁ ଏତେ ପ୍ରଶଂସା କରୁଛୁ । ଏହି ଫଟୋଗୁଡିକ ଦେଖିବା ପରେ, କେହି ବିଶ୍ୱାସ କରିପାରିବେ ନାହିଁ ଯେ ସେ ଏକ ଶିଶୁ କନ୍ୟାର ମାତା, ବୋଧହୁଏ ସେଥିପାଇଁ ସେ ବିଶ୍ୱ ସୁନ୍ଦରୀର ଆଖ୍ୟା ପାଇଛନ୍ତି ଏବଂ ତାଙ୍କର ସୌନ୍ଦର୍ଯ୍ୟ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଅଛି । ଆମେ ପ୍ରାର୍ଥନା କରୁଛୁ ଯେ ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟ ଏବଂ ଖୁସି ସବୁବେଳେ ଏହିପରି ବଜାୟ ରହୁ ।

Leave a Reply

Your email address will not be published. Required fields are marked *