କଶ୍ମୀରା ଶାହଙ୍କ ୧୪ ଥର ଗର୍ଭାବସ୍ଥା ହେଲା ବିଫଳ ପରେ ସଲମାନ ଦେଲେ ଏହି ପରାମର୍ଶ ଏବଂ ଏହି ଦମ୍ପତି ସାଜିଲେ ଯାଆଁଳା ଛୁଆଙ୍କ ମାତାପିତା…

କଶ୍ମୀରା ଶାହଙ୍କ ୧୪ ଥର ଗର୍ଭାବସ୍ଥା ହେଲା ବିଫଳ ପରେ ସଲମାନ ଦେଲେ ଏହି ପରାମର୍ଶ ଏବଂ ଏହି ଦମ୍ପତି ସାଜିଲେ ଯାଆଁଳା ଛୁଆଙ୍କ ମାତାପିତା…

ଅନେକଗୁଡ଼ିଏ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ଟିଭି ଧାରାବାହିକରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କଶ୍ମୀରା ଶାହ ଗତ କିଛି ସମୟରୁ ବିଗ ବସ୍ ଘରେ ପହଞ୍ଚିଛନ୍ତି । ଏଥର ବିଗ ବସ୍ ସିଜନ ୧୪ରେ କଶ୍ମୀରା କିଛି ସମୟ ପାଇଁ ନଜର ଆସିଥିଲେ କିନ୍ତୁ ଏଠାରେ ସେ ଖୁବ ପ୍ରଶଂସା ହାସଲ କଲେ । ଏବଂ ଏତିକିନୁହେଁ କଶ୍ମୀରା ଶାହ ନିଜ ବାସ୍ତବ ଜୀବନକୁ ନେଇ ମଧ୍ୟ ଅନେକ ଥର ଖବରରେ ଓ ଚର୍ଚ୍ଚାରେ ରହି ଆସିଛନ୍ତି । ଯେପରିକି କିଛି ଦିନ ଆଗରୁ ହୋଇଥିଲା । ଯେତେବେଳେ ତାଙ୍କ ସ୍ୱାମୀ କୃଷ୍ଣା ଅଭିଷେକ ତାଙ୍କ ବୋଲଡ଼ ଫୋଟୋସୁଟର କିଛି ଫଟୋ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।

ଏଥିସହ ଯଦି ଆଲୋଚନା କରିବା ଏମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତେବେ ଆମେ ଆପଣଙ୍କୁ ଜଣାଇଦେଉକି ଅଭିନେତ୍ରୀ କଶ୍ମୀରା କୃଷ୍ଣା ଅଭିଷେକଙ୍କ ସହିତ ୨୦୧୩ରେ ବିବାହ କରିଥିଲେ ଏବଂ ଆଜି ସେ ନିଜ ବୈବାହିକ ଜୀବନରେ ଖୁବ୍ର ଆନନ୍ଦରେ ଅଛନ୍ତି । କିନ୍ତୁ ଅନେକ ଥର ଏପରି ଦେଖାଯାଏ ଯେ କଶ୍ମୀରାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରାଯାଏ । ଏହା ପଛର ସବୁଠାରୁ ବଡ଼ କାରଣ ଏହିକିଯେ କୃଷ୍ଣା ଅଭିଷେକଙ୍କ ସହିତ କଶ୍ମୀରାଙ୍କ ଏହା ଦ୍ୱିତୀୟ ବିବାହ ଅଟେ ଓ ବୋଧହୁଏ ଏଥିପାଇଁ ଅନେକ ଥର ସେ ପ୍ରଶ୍ନରେ ଘେରିଯାନ୍ତି ।

ସେପଟେ ଯଦି ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିବା ତେବେ ଆମେ ଆପଣଙ୍କୁ ସୁଚାଇଦେଉଛୁ ଯେ ଏମାନଙ୍କ ଦେଖା ଚଳଚ୍ଚିତ୍ର ‘ପପୁ ପାସ ହୋ ଗୟା’ ସେଟରୁ ଆରମ୍ଭ ହୋଇଥିଲା । ଏହା ପରଠାରୁ ଏ ଦୁହେଁ ସୁଟିଂ ପରେ ମଧ୍ୟ ଏକାଠି ସମୟ ଅତିବାହିତ କରିବାକୁ ଲାଗିଲେ ଏବଂ ଅନେକ ଥର ମିଡ଼ିଆରେ ଏମାନଙ୍କ ସମ୍ପର୍କରେ ଥିବା ଖବର ଆସିଲା ଯାହାକୁ ପରେ ସେମାନେ ସ୍ୱୀକାର କରି ନେଲେ । ସୁଚାଇଦେଉଛୁ ଯେ କଶ୍ମୀରା ନିଜ ପ୍ରଥମ ସ୍ୱାମୀ ବ୍ରେଡ଼ ଲିଷ୍ଟରମ୍ୟାନକୁ ୨୦୦୭ରେ ହିଁ ଛାଡ଼ପତ୍ର ଦେଇ ଦେଇଥିଲେ ଏହା ପରେ ୨୦୧୩ ମସିହାରେ ସେ କୃଷ୍ଣା ଅଭିଷେକକୁ ବିବାହ କରିନେଲେ ।

କିନ୍ତୁ ଜୀବନସାଥୀ ପାଇବା ମାମଲାରେ ଏତେ କଷ୍ଟ ସହି ମଧ୍ୟ ତାଙ୍କ ଅସୁବିଧା ଶେଷ ହେଲା ନାହିଁ । ଜଣାଇଦେଉଛୁ ଯେ କଶ୍ମୀରା ପ୍ରାକୃତିକ ଗର୍ଭାବସ୍ଥା ନ ହେବା ବିଷୟରେ ପରେ ଜଣାପଡ଼ିଲା ତାପରେ ସେ ଆଇବିଏଫ ଉପାୟ କରିବାକୁ ନିଷ୍ପତ୍ତି ନେଲେ । ନିଜର ଏକ ଇଣ୍ଟରଭିୟୁ ସମୟରେ କଶ୍ମୀରା ନିଜ ଦୁଃଖ ପ୍ରକାଶ କରି କହିଥିଲେ ଯେ ଥରେ ଦୁଇଥର ନୁହେଁ ବରଂ ୧୪ ଥର ସେ ଗର୍ଭବତୀ ହେବାକୁ ଚେଷ୍ଟା କଲେ କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ ତାପରେ ସେ ବହୁତ ସମୟ ପାଇଁ ଦୁଃଖିତ ହୋଇଯାଇଥିଲେ ଓ ଡ଼ିପ୍ରେସନରେ ଚାଲି ଯାଇଥିଲେ ।

ପରେ ସଲମାନ ଖାଁ ତାଙ୍କୁ ଏକ ପରାମର୍ଶ ଦେଲେ ଯାହା ତାଙ୍କ ପାଇଁ ଏକ ଆଶାର କିରଣ ଭଳି ସାବ୍ୟସ୍ତ ହେଲା । ସଲମାନ କଶ୍ମୀରାଙ୍କୁ ମାଁ ହେବା ପାଇଁ ସେରୋଗେସି ଉପାୟ ଆପଣେଇବାକୁ କହିଲେ ଯେଉଁଥିରୁ ତାଙ୍କୁ ସଫଳତା ମିଳିଲା ଏବଂ ସେ ୨୦୧୭ ମସିହାରେ ମାଁ ହୋଇଗଲେ । ଏବଂ ଏଥର ତାଙ୍କ ଖୁସି ଦୁଇଗୁଣ ହୋଇ ମିଳିଲା କାରଣ ସେ ଦୁଇଟି ଯାଆଁଳା ଛୁଆର ମାଁ ହୋଇଗଲେ । ଏବଂ ଆଜି କଶ୍ମୀରା ନିଜ ସୁଖୀ ବୈବାହିକ ଜୀବନ ଓ ନିଜ ସନ୍ତାନ ମାନଙ୍କ ସହ ଖୁସିରେ ଜୀବନ ବ୍ୟତୀତ କରୁଛନ୍ତି ।

ସେପଟେ ଯଦି ଆଲୋଚନା କରିବା ତେବେ କଶ୍ମୀରା କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଆପଣଙ୍କୁ ଜଣାଇଦେଉଛୁ ସେ ‘ଶିକାରୀ’, ‘ପପ୍ପୁ ପାସ ହୋ ଗୟା’ ଓ ‘ଇଟ୍ସ ଏଣ୍ଟରଟେଂମେଣ୍ଟ’ ଭଳି ବଡ଼ ବଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯେଉଁଥିରୁ ସେ ଅନେକଗୁଡ଼ିଏ ବଡ଼ ଓ ଜଣାଶୁଣା ଅଭିନେତାଙ୍କ ସହିତ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *