ମକର ସଂକ୍ରାନ୍ତିରେ ଦାନ କରନ୍ତୁ ଏହି ଜିନିଷଗୁଡିକ ବୃଦ୍ଧି ପାଇବ ଧାନସମ୍ପତ୍ତି ଏବଂ ଜୀବନ ସୁଖ ଓ ଶାନ୍ତିମୟ ରହିବ !

ମକର ସଂକ୍ରାନ୍ତିରେ ଦାନ କରନ୍ତୁ ଏହି ଜିନିଷଗୁଡିକ ବୃଦ୍ଧି ପାଇବ ଧାନସମ୍ପତ୍ତି ଏବଂ ଜୀବନ ସୁଖ ଓ ଶାନ୍ତିମୟ ରହିବ !

ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ବିଭିନ୍ନ ଉପାୟରେ ପାଳନ କରାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଏଥର ମକର ସଙ୍କ୍ରାନ୍ତି ପର୍ବ ୧୪ଜାନୁଆରୀରେ ପାଳନ କରାଯିବ । ପରମ୍ପରା ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ଏବଂ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ, ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ମଙ୍ଗଳ କାର୍ଯ୍ୟ ମକର ସଂକ୍ରାନ୍ତିରୁ ଆରମ୍ଭ ହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ମକର ସଂକ୍ରାନ୍ତି ଦିନ ଦାନ କରିବା ଅତ୍ୟନ୍ତ ପୁଣ୍ୟ ଅଟେ । ଏହି ଦିନ ପବିତ୍ର ନଦୀ କିମ୍ବା ପାଣି କୁଣ୍ଡରେ ସ୍ନାନ କରି ଦାନ କଲେ ଅତ୍ୟନ୍ତ ପୁଣ୍ୟ ମିଳେ ।

ଶାସ୍ତ୍ର ଅନୁଯାୟୀ ଏପରି କିଛି ପଦାର୍ଥ ଅଛି ଯଦି ତାହା ମକର ସଂକ୍ରାନ୍ତି ଦିନ ଦାନ କରାଯାଏ, ତେବେ ଜଣେ ବ୍ୟକ୍ତିକୁ ଦୁଇଗୁଣ ଅଧିକ ଫଳ ପ୍ରାପ୍ତ ହୁଏ । ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମରେ ଆପଣଙ୍କୁ ଏପରି କିଛି ବିଶେଷ ଜିନିଷ ବିଷୟରେ ସୂଚନା ଦେବାକୁ ଯାଉଛୁ ଯଦି ତାହା ଆପଣ ମକର ସଂକ୍ରାନ୍ତିରେ ଦାନ କରନ୍ତି, ତେବେ ଏହା ଆପଣଙ୍କ ଜୀବନ ସୁଖମୟ ହେବ ।

ମକର ସଂକ୍ରାନ୍ତି ଦିନ ଦାନ କରନ୍ତୁ ଏହି ଜିନିଷ ଗୁଡିକ ସୂର୍ଯ୍ୟଦେବ ହେବେ ପ୍ରସନ୍ନ

ମକର ସଂକ୍ରାନ୍ତି ପର୍ବରେ ଗୁଡ ଏବଂ ରାଶି ଦାନ କରିବା ଅତ୍ୟନ୍ତ ପୁଣ୍ୟ କାମ ବୋଲି କୁହାଯାଏ । ଯଦି ଆମେ ମକର ସଂକ୍ରାନ୍ତିରେ ଗୁଡ଼ ଏବଂ ରାଶି ଦାନ କରୁ, ତେବେ ଏହା ଭାଗ୍ୟଚକ୍ରରେ ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତିକୁ ଦୃଢ କରିଥାଏ । ଏହି ଜିନିଷ ଦାନ କଲେ ସୂର୍ଯ୍ୟ ଭଗବାନ ପ୍ରସନ୍ନ ହୁଅନ୍ତି । ସମାଜରେ ସମ୍ମାନ ବୃଦ୍ଧି ହୁଏ, କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହୋଇଥାଏ ।

ଖେଚେଡ଼ି ଦାନ

ଯଦି ମକର ସଂକ୍ରାନ୍ତି ପର୍ବରେ ଖେଚେଡ଼ି ଦାନ କରାଯାଏ ତେବେ ଜୀବନର ଅନେକ ଅସୁବିଧା ଦୂର ହୋଇଥାଏ । ମକର ସଂକ୍ରାନ୍ତିକୁ ଖେଚେଡ଼ି ପର୍ବ ମଧ୍ୟ କୁହାଯାଏ । ଏହି ଦିନ ପ୍ରସାଦ ଆକାରରେ ଖେଚେଡ଼ି ବିତରଣ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ମକର ସଂକ୍ରାନ୍ତିରେ ଖେଚେଡ଼ି ଦାନ କରିବା ଦ୍ୱାରା ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ । କେବଳ ଏତିକି ନୁହେଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ ।

ଲୁଣ ଦାନ

ଯଦି ଆପଣ ମକର ସଂକ୍ରାନ୍ତି ଦିନ ଲୁଣ ଦାନ କରନ୍ତି, ତେବେ ଏହା ଆପଣଙ୍କର ଖରାପ ସମୟ ସମାପ୍ତ କରିଦେଇଥାଏ ।

ପୋଷାକ

ମକର ସଂକ୍ରାନ୍ତି ଦିନ, ଗରିବ ଓ ଦୀନ ଦରିଦ୍ର ବ୍ୟକ୍ତିଙ୍କୁ ନୂତନ ପୋଷାକ ଦାନ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହି ଦିନ କରାଯାଇଥିବା ପୋଷାକ ଦାନକୁ ମହାତ୍ଵଦାନ କୁହାଯାଏ ।

କଳା ରାଶି ଦାନ

ଶନି ଦେବତାଙ୍କୁ ସବୁଠାରୁ କ୍ରୋଧିତ ଇଶ୍ୱର ବୋଲି ବିବେଚନା କରାଯାଏ । ଯଦି ତାଙ୍କର ଖରାପ ଦୃଷ୍ଟି ଶକ୍ତି ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ, ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ବହୁବିଧ ସମସ୍ୟା ଉପୁଜିଥାଏ, କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବ ସନ୍ତୁଷ୍ଟ ହୁଅନ୍ତି, ସେହି ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତି ଉପରେ ଶନିଦଶାର ପ୍ରଭାବ ଥାଏ, ତେବେ ଏପରି ପରିସ୍ଥିତିରେ, ସେହି ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ଏକ ତମ୍ବା ପାତ୍ରରେ କଳା ରାଶି ପୂର୍ଣ କରି ଏକ ଗରିବ ଲୋକକୁ ଦାନ କରିବା ଉଚିତ୍ । ଯଦି ଆପଣ ଏହି ପ୍ରତିକାର କରନ୍ତି, ଏହା ଆପଣଙ୍କ ରାଶିରେ ଥିବା ଶନି ଦୋଷକୁ ଦୂର କରିଥାଏ । ଏହା ଦ୍ୱାରା ବ୍ୟବସାୟରେ ଉନ୍ନତି ହୁଏ ଏବଂ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *