ରାମାୟଣ କହିଥାଏ – ଏହି ୪ଟି ଲୋକ କେବେ ମଧ୍ୟ ପିଠିରେ ଛୁରୀ ମାରିପାରନ୍ତି ! ଏମାନଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ…

ରାମାୟଣ କହିଥାଏ – ଏହି ୪ଟି ଲୋକ କେବେ ମଧ୍ୟ ପିଠିରେ ଛୁରୀ ମାରିପାରନ୍ତି ! ଏମାନଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ…

ଜୀବନରେ ସୁଖରେ ବଞ୍ଚିବା ପାଇଁ ଆମ ଧର୍ମ ଗ୍ରନ୍ଥ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିପାରେ । ଏଥିରେ ଅନେକ ଶିକ୍ଷଣୀୟ କଥା ବିଷୟରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ରାମାୟଣକୁ ହିଁ ଧରିନିଅନ୍ତୁ । ଏହାର ପ୍ରାୟତଃ ପ୍ରତ୍ୟେକ ଚୌପାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଲୁଚି ରହିଛି । ଉଦାହରଣ ସ୍ୱରୂପ, ଗୋଟିଏ ଚୌପାଇ ‘ସେବକ ସଠ ନୃପ କୃପନ କୁନାରୀ । କପଟୀ ମିତ୍ର ସୁଲ ସମ ଚାରି’ରେ ଏଭଳି ୪ ଜଣ ଲୋକଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁମାନଙ୍କ ଠାରୁ ଆମକୁ ଜୀବନରେ ଦୂରତା ବଜାୟ ନେବା ଉଚିତ । ଯଦି ଆପଣ ଏହି ଲୋକମାନଙ୍କ ନିକଟରେ ରୁହନ୍ତି, ତେବେ ସମସ୍ୟା ଆପଣଙ୍କ ପିଛା ଛାଡିବ ନାହିଁ ।

ମୂର୍ଖ ସେବକ:-

ରାମାୟଣ ଅନୁଯାୟୀ, ଆମକୁ ସେବକ ସଠ ଅର୍ଥାତ ମୂର୍ଖ ସେବକଙ୍କୁ ଘରେ ରଖିବା ଉଚିତ ନୁହେଁ । ସେ ଆପଣଙ୍କୁ କେବେ ମଧ୍ୟ କ୍ଷତି ପହଞ୍ଚାଇପାରନ୍ତି । ମୂର୍ଖ ହୋଇଥିବା ଯୋଗୁଁ ତାଙ୍କୁ କେବେ, କେଉଁଠାରେ, କିପରି କଥା କହିବା ଉଚିତ ସେ ବିଷୟରେ ଜଣାନଥାଏ । ସେ ନିଜ ମୁର୍ଖତାକୁ ପ୍ରଦର୍ଶନ କରି ଆପଣଙ୍କ ମାନ ପ୍ରତିଷ୍ଠାରେ ଆଘାତ ପହଞ୍ଚାଇ ପାରନ୍ତି । ତାଙ୍କ ଦ୍ୱାରା କେବେ, କେଉଁଠାରେ, କଣ ହୋଇଯିବ, ସେ ବିଷୟରେ କୁହାଯାଇପାରିବ ନାହିଁ । ସେଥିପାଇଁ ଏମାନଙ୍କ ଠାରୁ ଦୂରତା କରିନେବା ଦ୍ୱାରା ହିଁ ଲାଭ ହୋଇଥାଏ ।

କୃପଣ ରାଜା:-

ରାମାୟଣ ଅନୁଯାୟୀ, ଆମକୁ ନୃପ କୃପଣ ଅର୍ଥାତ କଞ୍ଜୁସ ରାଜାଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ଏହାର କାରଣ ଏହା ଯେ, ଜଣେ କଞ୍ଜୁସ ବ୍ୟକ୍ତି ନିଜର ଧନ ରକ୍ଷା କରିବାପାଇଁ କଣ ମଧ୍ୟ କରିପାରନ୍ତି । ସେ ଏହା ଚିନ୍ତା କରନ୍ତି ନାହିଁ ଯେ, ଆଉ ଅଲଗା ଲୋକମାନଙ୍କୁ ତାଙ୍କ କାରଣରୁ କେତେ ବଡ଼ କ୍ଷତି ହେବାକୁ ଯାଉଛି । ଏଥିପାଇଁ ଏଭଳି କଞ୍ଜୁସ ରାଜା କିମ୍ବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ୍ ।

ବେଶ୍ୟା ସ୍ତ୍ରୀ:-

ରାମାୟଣର ବିଶ୍ୱାସ ଅନୁଯାୟୀ, ଆମକୁ କୁନାରୀ ଅର୍ଥାତ ବେଶ୍ୟା ସ୍ତ୍ରୀ ଠାରୁ ଯଥାସମ୍ଭବ ଦୁରେଇ ରହିବା ଉଚିତ୍ । ଏହି ପ୍ରକାରର ସ୍ତ୍ରୀ ପରିବାରର ମର୍ଯ୍ୟାଦା ଏବଂ ସମ୍ମାନକୁ ହାନି କରିଥାନ୍ତି । ସେମାନଙ୍କୁ କେବଳ ନିଜ ସୁଖ ସୁବିଧା ସହ ସମ୍ପର୍କ ରହିଥାଏ । ଆପଣଙ୍କ ପରିବାର ଯେତେ ଦୁଃଖ ସହିଲେ ମଧ୍ୟ ତାଙ୍କର କୌଣସି ଫରକ୍ ପଡେନାହିଁ । ଏଥିପାଇଁ ଆପଣ ଏଭଳି ପ୍ରକାରର ସ୍ତ୍ରୀ ମାନଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏଥିରେ ଆପଣଙ୍କ କୂଳର ମଧ୍ୟ ଭଲ ହୋଇଥାଏ ।

ପ୍ରତାରକ ମିତ୍ର:-

ରାମାୟଣ କହିଥାଏ ଯେ, ଆମକୁ ଜୀବନରେ ପ୍ରତାରକ ମିତ୍ର ସହ ବନ୍ଧୁତ୍ୱ କରିବା ଉଚିତ୍ ନୁହେଁ । ପ୍ରତାରକ ମିତ୍ର ସେ ହୋଇଥାଏ, ଯିଏ ସୁଖରେ ଆପଣଙ୍କର ବହୁ ମାତ୍ରାରେ ସାଥ ଦେଇଥାଏ, କିନ୍ତୁ ଯେତେବେଳେ ଦୁଃଖ ବାଣ୍ଟିବାର ସମୟ ଆସିଥାଏ, ସେତେବେଳେ ଦୂରକୁ ଚାଲି ଯାଇଥାଏ । ଏହି ପ୍ରତାରକ ମିତ୍ର ନିଜ ଲାଭ ପାଇଁ ଆପଣଙ୍କ କ୍ଷତି କରାଇପାରନ୍ତି । ଏମାନଙ୍କ ସହ ରହିବା ଦ୍ୱାରା ଆପଣଙ୍କ ଉପରେ ବିପଦର ଆଶଙ୍କା ରହିଥାଏ । ଏଥିପାଇଁ ଏଭଳି ମିତ୍ର ସହ ବନ୍ଧୁତା ନ କଲେ ଭଲ ହେବ ।

ସୌଜନ୍ୟ : newstrend

Leave a Reply

Your email address will not be published. Required fields are marked *