ବଲିଉଡର ଏହି ଅଭିନେତ୍ରୀମାନଙ୍କୁ ମିଳିଥିଲା ହିରୋ ଠାରୁ ଅଧିକ ଫି’ ! ଜଣେ ସଲମାନଙ୍କ ଷ୍ଟାରଡମକୁ ହେଇଥିଲେ ଟକ୍କର…

ବଲିଉଡର ଏହି ଅଭିନେତ୍ରୀମାନଙ୍କୁ ମିଳିଥିଲା ହିରୋ ଠାରୁ ଅଧିକ ଫି’ ! ଜଣେ ସଲମାନଙ୍କ ଷ୍ଟାରଡମକୁ ହେଇଥିଲେ ଟକ୍କର…

ବଲିଉଡକୁ ‘ମେଲ ଡୋମିନେଟେଡ଼ ଇଣ୍ଡଷ୍ଟ୍ରି’ କୁହାଯାଏ । ଅର୍ଥାତ ସେହି ଇଣ୍ଡଷ୍ଟ୍ରି ଯେଉଁଠାରେ ଅଭିନେତାମାନଙ୍କ ପ୍ରାଧାନ୍ୟ ରହିଥାଏ । ହିରୋଇନଙ୍କ ତୁଳନାରେ ହିରୋଙ୍କ ଝୁଡ଼ିରେ ଦମଦାର ଚରିତ୍ର ଏବଂ ବହୁତ ଅଧିକ ଫି’ ଆସିଥାଏ । ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଏହି କଥା ଉଠିଥାଏ କି ଫିଲ୍ମର ନିର୍ମାତାମାନେ ନିଜ ଫିଲ୍ମର ହିରୋଇନ ଠାରୁ ଅଧିକ ଫି’ ହିରୋଙ୍କୁ ଦେଇଥାନ୍ତି । ତଥାପି, କେତେକ କ୍ଷେତ୍ରରେ ଏହା ହୁଏ ନାହିଁ । ଅନେକ ଥର ଏଭଳି ହୋଇଛି କି ଯେତେବେଳେ ହିରୋଇନଙ୍କ ଷ୍ଟାରଡମ ହିରୋ ଉପରେ ଭାରି ପଡିଥାଏ । ସେତେବେଳେ ଅଧିକ ଫି’ର ଚେକ ହିରୋଇନ ନାମରେ କଟାହୁଏ । ଆଜ୍ଞା ହଁ, ଅନେକ ଅଭିନେତ୍ରୀ ନିଜର ଦମଦାର ଅଭିନୟ ଦ୍ଵାରା ଏହା ପ୍ରମାଣ କରିଛନ୍ତି କି ସେ ନିଜ ଫିଲ୍ମର ହିରୋ ଠାରୁ ଅଧିକ ଫି’ର ଚେକ ଘରକୁ ନେଇଯିବା ପାଇଁ ଯୋଗ୍ୟ ଅଟନ୍ତି ।

ଦୀପିକା ପାଦୁକୋନ:-

ବଲିଉଡର ନମ୍ବର ୱାନ ହିରୋଇନ ଦୀପିକା ପାଦୁକୋନ ଫି’ ଦୃଷ୍ଟିରୁ ମହାନାୟକ ଅମିତାଭ ବଚ୍ଚନ ଏବଂ ସିମ୍ବା ରଣବୀର ସିଂଙ୍କୁ ମଧ୍ୟ ପରାସ୍ତ କରିଛନ୍ତି । ଫିଲ୍ମ ପଦ୍ମାବତ ପାଇଁ ଦୀପିକାଙ୍କୁ ୧୨କୋଟି ଟଙ୍କା ଫି’ ମିଳିଥିଲା । ଯେତେବେଳେ ଖିଲଜୀର ଚରିତ୍ରର ଅଭିନୟ କରିଥିବା ରଣବୀର ସିଂ ୧୦ରୁ୧୧କୋଟି ଟଙ୍କା ମଧ୍ୟରେ ଫି’ ଚାର୍ଜ କରିଥିଲେ ଏବଂ ସାହିଦ ତାଙ୍କ ଠାରୁ ମଧ୍ୟ କମ୍ କରିଥିଲେ ।

କେବଳ ଏତିକି ନୁହେଁ ଫିଲ୍ମ ‘ପିକୁ’ ପାଇଁ ମଧ୍ୟ ଦୀପିକାଙ୍କୁ ଶତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ଅଧିକ ଫି’ ମିଳିଥିଲା । ନିଜେ ବିଗ୍ ବି ଏହି କଥାକୁ ସ୍ୱୀକାର କରିଥିଲେ ।

ମାଧୁରୀ ଦୀକ୍ଷିତ:-

ସୁପରଷ୍ଟାର ଶ୍ରୀଦେବୀଙ୍କ ଷ୍ଟାରଡମର ଚମକକୁ ଫିକା କରିଥିବା ମାଧୁରୀ ଦୀକ୍ଷିତ ୯୦ ଦଶକରେ ଯେଉଁ ଫିଲ୍ମରେ କାମ କରୁଥିଲେ, ସେହି ଫିଲ୍ମର ହିରୋ ହେଇଯାଉଥିଲେ । ମାଧୁରୀ ଆଗରେ ୯୦ଦଶକର ହିରୋଙ୍କୁ ମଧ୍ୟ ଭୁଲି ଯାଉଥିଲେ । ଏବଂ କିଛି ଏଭଳି ଘଟିଥିଲା ସଲମାନ ଖାନ ସହିତ ମଧ୍ୟ । ୧୯୯୪ରେ ଆସିଥିବା ଫିଲ୍ମ ‘ହମ ଆପକେ ହେଁ କନ’ରେ ମାଧୁରୀ ଦୀକ୍ଷିତ ଫିଲ୍ମର ହିରୋ ସଲମାନ ଖାନ ଉପରେ ଭାରି ପଡ଼ିଥିଲେ । ଦର୍ଶକଙ୍କ ବହୁତ ତାଳି ଏବଂ ପ୍ରଶଂସା ମାଧୁରୀଙ୍କ ପକ୍ଷରେ ଆସିଥିଲା । କେବଳ ଏତିକି ନୁହେଁ, ସେହି ସମୟରେ ସୁରଜ ବଡ଼ଜାତ୍ୟା ମାଧୁରୀଙ୍କୁ ସଲମାନଙ୍କ ଠାରୁ ଅଧିକ ଫି’ରେ ଦସ୍ତଖତ କରାଇଥିଲେ । ମାଧୁରୀଙ୍କୁ ଫିଲ୍ମ ପାଇଁ ୩କୋଟି ଟଙ୍କା ମିଳିଥିଲା ଯେତେବେଳେ କି ସଲମାନଙ୍କୁ ତାଙ୍କ ଠାରୁ କମ୍ ମିଳିଥିଲା ।

କରିନା କପୁର ଖାନ:-

କରିନା କପୁର ଖାନ ଷ୍ଟାରଡମ ଦୃଷ୍ଟିରୁ ଅନେକ କଳାକାରଙ୍କୁ ସିଧାସଳଖ ଟକ୍କର ଦିଅନ୍ତି । ନିଜ ସର୍ତ୍ତରେ ଫିଲ୍ମ ଦସ୍ତଖତ କରୁଥିବା କରିନା କପୁର ଖାନ ମଧ୍ୟ ଅନେକ ଥର ଫିଲ୍ମର ହିରୋ ଠାରୁ ଅଧିକ ଫି’ ନେଇସାରିଛନ୍ତି । ସୂଚନା ଅନୁସାରେ, ଫିଲ୍ମ ‘କୁର୍ବାନ’ ପାଇଁ କରିନା ନିଜର ସ୍ୱାମୀ ସୈଫ ଅଲି ଖାନଙ୍କ ଠାରୁ ଅଧିକ ଫି’ ନେଇଥିଲେ ।

ଏବଂ କିଛି ଏଭଳି ଫିଲ୍ମ ‘ବିରେ ଦି ୱେଡିଂ’ର ସମୟରେ ମଧ୍ୟ ହୋଇଥିଲା । କରିନା ଏହି ଫିଲ୍ମର ସବୁଠାରୁ ଦାମୀ ଷ୍ଟାର ଥିଲେ । କରିନା ଏହି ଫିଲ୍ମ ୭କୋଟିରେ ଦସ୍ତଖତ କରିଥିଲେ, ଯେତେବେଳେ କି ତାଙ୍କର ପିଆନ୍ସ ଭୂମିକାରେ ଅଭିନୟ କରିଥିବା ସୁମିତ ବ୍ୟାସଙ୍କୁ ୮୦ ଲକ୍ଷ ଫି’ ମିଳିଥିଲା ।

ଫିଲ୍ମ ‘କି ଆଣ୍ଡ କା’ ପାଇଁ ମଧ୍ୟ କରିନା ହିରୋ ଅର୍ଜୁନ କପୁରଙ୍କ ଠାରୁ ଅଧିକ ଫି’ ନେଇଥିଲେ । କେବଳ ଏତିକି ନୁହେଁ ଫିଲ୍ମ ‘ଗୋରୀ ତେରୀ ପ୍ୟାର ମେ’ର ସମୟରେ ମଧ୍ୟ କରିନା ଇମ୍ରାନ ଖାନଙ୍କ ଅପେକ୍ଷା ବହୁତ ଅଧିକ ଫି’ ଚାର୍ଜ କରିଥିଲେ ।

ଆଲିଆ ଭଟ୍ଟ:-

ଫିଲ୍ମ ‘ରାଜି’ରେ ଅଭିନୟ କରିଥିବା ସହମତର ଚରିତ୍ର ଆଲିଆ ଭଟ୍ଟଙ୍କ ଏପର୍ଯ୍ୟନ୍ତର ସବୁଠାରୁ ଦମଦାର ଅଭିନୟ ଅଟେ । ‘ରାଜି’ ପାଇଁ ଆଲିଆ ଭଟ୍ଟ ୧୦କୋଟି ଟଙ୍କା ଫି’ ଚାର୍ଜ କରିଥିଲେ, ଯେତେବେଳେ କି ବିକି କୌଶଲଙ୍କୁ ମାତ୍ର ୩କୋଟି ଟଙ୍କା ଫି’ ମିଳିଥିଲା ।

କଙ୍ଗନା ରନାୱତ:-

ପଙ୍ଗେବାଜ ଅଭିନେତ୍ରୀ କଙ୍ଗନା ରନାୱତ ବଲିଉଡରେ ନିଜର ଅନେକ ଥର ଦେଖେଇ ସାରିଛନ୍ତି । ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ ପାଇଁ କଙ୍ଗନାଙ୍କୁ ଫିଲ୍ମର ହିରୋ ରାଜକୁମାର ରାଓଙ୍କ ଠାରୁ ଅଧିକ ଫି’ ମିଳିଥିଲା ।

ଫିଲ୍ମ ‘କଟ୍ଟି ବଟ୍ଟି’ ପାଇଁ ମଧ୍ୟ କଙ୍ଗନା ଇମ୍ରାନ ଖାନଙ୍କଠାରୁ ଅଧିକ ଫି’ ନେଇଥିଲେ । କେବଳ ଏତିକି ନୁହେଁ, ଫିଲ୍ମ  ‘ମଣିକର୍ଣ୍ଣିକା’ ସମୟରେ ମଧ୍ୟ କଙ୍ଗନା ଫିଲ୍ମର ସବୁଠାରୁ ଦାମୀ କଳାକାର ଥିଲେ ।

ପ୍ରିୟଙ୍କା ଚୋପ୍ରା:-

ବଲିଉଡର ଦେଶୀ ଗାର୍ଲ ଅନେକ ଫିଲ୍ମରେ ଦମଦାର ଅଭିନୟ କରିସାରିଛନ୍ତି । ଫିଲ୍ମ ‘ମେରି କମ’ର ହିରୋ ପ୍ରକୃତରେ ପ୍ରିୟଙ୍କା ଚୋପ୍ରା ହିଁ ଥିଲେ । ଏହି କାରଣ ଅଟେ କି ତାଙ୍କୁ ଫିଲ୍ମର ହିରୋ ଦର୍ଶନ କୁମାରଙ୍କଠାରୁ ଅନେକ ଗୁଣ ଅଧିକ ଫି’ ମିଳିଥିଲା ।

ପ୍ରୀତି ଜିଣ୍ଟା:-

ଫିଲ୍ମ ‘ସୋଲଜର’, ‘ସଂଘର୍ଷ’, ଏବଂ ‘ହର ଦିଲ ଜୋ ପ୍ୟାର କରେଗା’ର ସଫଳତା ପରେ ପ୍ରୀତି ଜିଣ୍ଟା ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ସ୍ଥାନିତ ହେବାରେ ସଫଳ ହୋଇଥିଲେ । ଯାହାର ଲାଭ ତାଙ୍କୁ ଫିଲ୍ମ ‘ମିଶନ କାଶ୍ମୀର’କୁ ଦସ୍ତଖତ କରିବାବେଳେ ମିଳିଥିଲା । ‘ମିଶନ କାଶ୍ମୀର’ ପାଇଁ ପ୍ରୀତିଙ୍କୁ ୧୫ଲକ୍ଷ ଫି’ ମିଳିଥିଲା ଯେତେବେଳେ କେବଳ ୨ଟି ଫିଲ୍ମ ପୁରୁଣା ହ୍ରିତିକ ରୋଶନ ଏହି ଫିଲ୍ମ ୧୧ଲକ୍ଷ ଟଙ୍କାରେ ଦସ୍ତଖତ କରିଥିଲେ ।

ଶ୍ରଦ୍ଧା କପୁର:-

୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଛିଛୋରେ’ରେ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା, ଯଦିଓ ଏହି ଫିଲ୍ମ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ କାରଣରୁ ବହୁତ ମନେ ପକାଯାଏ । ତଥାପି ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁର ଅଧିକ ଫି’ ନେଇଥିଲେ । ଶ୍ରଦ୍ଧା ୭କୋଟି ଟଙ୍କା ଫି’ ଚାର୍ଜ କରିଥିବା ବେଳେ ସୁଶାନ୍ତଙ୍କ ଫି’ ତାଙ୍କ ଠାରୁ କମ୍ ଥିଲା ।

କେବଳ ଏତିକି ନୁହେଁ ଫିଲ୍ମ ସ୍ତ୍ରୀ ପାଇଁ ମଧ୍ୟ ଶ୍ରଦ୍ଧାକୁ ୭କୋଟି ଟଙ୍କା ଫି’ ମିଳିଥିଲା, ଯେତେବେଳେ କି ରାଜକୁମାର ରାଓଙ୍କୁ ୬କୋଟି ଟଙ୍କା ମିଳିଥିଲା ।

ରେଖା:-

google

୧୯୮୮ରେ ଆସିଥିବା ଫିଲ୍ମ ‘ଖୁନ ଭରି ମାଙ୍ଗ’ରେ ରେଖା ଦମଦାର ଅଭିନୟ କରି ଏହି ଫିଲ୍ମକୁ ସ୍ମରଣୀୟ କରିଦେଇଥିଲେ । ଖବର ଅନୁସାରେ ରେଖାଙ୍କୁ ଏହି ଫିଲ୍ମ ପାଇଁ କବୀର ବେଦୀଙ୍କଠାରୁ ଦୁଇଗୁଣ ଫି’ ମିଳିଥିଲା ।

Leave a Reply

Your email address will not be published. Required fields are marked *