ଅସ୍ଥମା ହେବା ମାତ୍ରେ ଏହି ଲକ୍ଷଣ ଦେଖାଯାଏ ! କରନ୍ତୁ ନାହିଁ ଅବହେଳା ନଚେତ୍ ଅସୁବିଧାରେ ପଡ଼ିପାରନ୍ତି…

ଅସ୍ଥମା ହେବା ମାତ୍ରେ ଏହି ଲକ୍ଷଣ ଦେଖାଯାଏ ! କରନ୍ତୁ ନାହିଁ ଅବହେଳା ନଚେତ୍ ଅସୁବିଧାରେ ପଡ଼ିପାରନ୍ତି…

ଆଜିକାର ସମୟରେ ସାରା ଦେଶର ଲୋକଙ୍କୁ ଅନେକଗୁଡ଼ିଏ ରୋଗ ଦେଖାଦେଉଛି । ସେମିତିରେ ଦେଖିବାକୁ ଗଲେ ଦୁନିଆରେ ଏପରି ଅନେକ ରୋଗ ଅଛି କିନ୍ତୁ ଲୋକେ ଏହି ରୋଗ ଗୁଡ଼ିକୁ ବେଳେବେଳେ ଅବହେଳା କରି ଦିଅନ୍ତି ଯାହା ଫଳରେ ଏମାନଙ୍କୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼େ । ଏହିସବୁ ରୋଗ ମଧ୍ୟରୁ ଏକ ରୋଗ ହେଉଛି ଅସ୍ଥମା ବା ଶ୍ଵାସ ରୋଗ, ଯାହାକୁ ଲୋକେ ଦମା ବୋଲି ମଧ୍ୟ କୁହନ୍ତି । ଏହି ରୋଗରେ ଶ୍ଵାସ ନଳୀ ଫୁଲିଯାଏ ଯାହା ଫଳରେ ନିଃଶ୍ବାସ ନେବାକୁ କଷ୍ଟ ଅନୁଭବ ହୁବ । ଯେତେବେଳେ ଶୀତ ଋତୁ ଆସେ ସେତେବେଳେ ଅସ୍ଥମା ରୋଗରେ ପୀଡ଼ିତ ଲୋକଙ୍କୁ ବହୁତ ଅଧିକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼େ । ଏହା ବ୍ୟତୀତ ବୃଦ୍ଧି ହେଉଥିବା ବାୟୁ ପ୍ରଦୂଷଣ କାରଣରୁ ମଧ୍ୟ ଅସ୍ଥମା ଭଳି ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।

ଯେପରିକି ଆମେ ସମସ୍ତେ ଜାଣୁ ଯେ କରୋନା ଭାଇରସ ମହାମାରୀ ସାରା ଦେଶରେ ପ୍ରସାରିତ । ଏମିତିରେ ଅସ୍ଥମା ରୋଗୀଙ୍କୁ ଏହି ସମୟରେ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ନହେଲେ ଏଥିରୁ ଆପଣଙ୍କ କଷ୍ଟ ଆହୁରି ଅଧିକ ବଢିଯିବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଅସ୍ଥମାର କିଛି ଆରମ୍ଭ ଲକ୍ଷଣ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯାହାକୁ ଆପଣ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ ନହେଲେ ଆପଣଙ୍କୁ ଏହାର ଅଧିକ ପରିଣାମ ଭୋଗିବାକୁ ପଡିପାରେ ।

ନିଃଶ୍ୱାସ ଫୁଲିବା ସମସ୍ୟା

ଯଦି ମନୁଷ୍ୟ ହାଲିଆ ହୋଇଯାଏ ତେବେ ଏମିତିରେ ଶ୍ଵାସ ଫୁଲିବା ସମସ୍ୟା ହୋଇଯାଏ କିନ୍ତୁ ବିନା କୌଣସି ପରିଶ୍ରମ ଓ ହାଲିଆ ହୋଇ ଯଦି ଆପଣଙ୍କୁ ନିଃଶ୍ବାସ ନେବାକୁ ଅସୁବ6ହୁଏ ତେବେ ଏହା ଅସ୍ଥମା ରୋଗର ଆରମ୍ଭ ହେବାର ସଂକେତ ଅଟେ । ଯଦି ଆପଣଙ୍କୁ ନିଜ ଶରୀରର ଏଭଳି କିଛି ଲକ୍ଷଣ ଦେଖାଯାଉଛି ତେବେ ଆପଣଙ୍କୁ ତୁରନ୍ତ ସାବଧାନ ହୋଇଯିବା ଉଚିତ ନହେଲେ ଏହାକୁ ଅବହେଳା କରିବା ଫଳରେ ଆପଣଙ୍କ ଅସୁବିଧା ଆହୁରି ବଢିଯିବ ।

ଛାତି ଚିପି ହେବା ଓ କଷ୍ଟ ଅନୁଭବ ହେବା

ଯଦି କୌଣସି ବ୍ୟକ୍ତିକୁ ହୃଦୟ ସହ ଜଡ଼ିତ ରୋଗ ଅଛି ତେବେ ଏମିତିରେ ଛାତିରେ ଚିପି ହେବା ଓ କଷ୍ଟ ଅନୁଭବ ହେବା ସାଧାରଣ କଥା ଅଟେ କିନ୍ତୁ ଯଦି କୌଣସି ବ୍ୟକ୍ତିକୁ ହୃଦୟ ସହ ଜଡ଼ିତ ସମସ୍ୟା ନାହିଁ ଏବଂ ତାକୁ ଏଭଳି ସମସ୍ୟା ହେଉଛି ତେବେ ତୁରନ୍ତ ସାବଧାନ ହୋଇଯାନ୍ତୁ ଏବଂ କୌଣସି ଭଲ ଡାକ୍ତରଙ୍କୁ ସମ୍ପର୍କ କରି ନିଜ ଚିକିତ୍ସା କରାନ୍ତୁ କାରଣ ଏହା ମଧ୍ୟ ଅସ୍ଥମା ଆରମ୍ଭର ଲକ୍ଷଣ ଅଟେ । ଯଦି ଆପଣ ଏହି ସଂକେତକୁ ଅବହେଳା କରନ୍ତି ତେବେ ଏହା ଫଳରେ ଆପଣଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ବାରମ୍ବାର କାଶ ହେବା

ଶୀତ ଋତୁରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକଗୁଡ଼ିଏ ସମସ୍ୟା ଉତ୍ପନ ହେବାକୁ ଲାଗେ । ଏହିସବୁ ସମସ୍ୟା ମଧ୍ୟରୁ କାଶ ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ସାଧାରଣ ସମସ୍ୟା ଅଟେ କିନ୍ତୁ ଯଦି ଆପଣଙ୍କୁ ବାରମ୍ବାର କାଶର ସମସ୍ୟା ହୁଏ ତେବେ ଏପରି ସ୍ଥିତିରେ ଆପଣ ତୁରନ୍ତ ସାବଧାନ ହୋଇଯିବା ଉଚିତ ଏବଂ କୌଣସି ଡାକ୍ତରକୁ ଦେଖାଇବା ଉଚିତ କାରଣ ଅସ୍ଥମାର ଏହା ଆରମ୍ଭ ଲକ୍ଷଣ ଅଟେ ।

ନିଃଶ୍ବାସ ନେବା ସମୟରେ ସିଟି ଭଳି ଶବ୍ଦ ଶୁଭିବା

ଯେପରିକି ଆମେ ସମସ୍ତେ ଜାଣୁ ଯେ ଶ୍ଵାସ ସହ ଜଡ଼ିତ ସମସ୍ୟା ବହୁତ ଗଭୀର ସମସ୍ୟା ଅଟେ । ଯଦି ଆପଣଙ୍କୁ ଶ୍ଵାସ ସହ ଜଡ଼ିତ କୌଣସି ସମସ୍ୟା ହୁଏ ତେବେ ଏହାକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଯଦି ଆପଣଙ୍କୁ ନିଃଶ୍ୱାସ ନେବା ସମୟରେ ସିଟି ଶବ୍ଦ ଶୁଭାଯାଏ କିମ୍ବା ମନ ଖରାପ ହେଲା ବୋଲି ଶବ୍ଦ ଶୁଭାଯାଏ ତେବେ ଏହା ଅସ୍ଥମାର ଆରମ୍ଭ ଲକ୍ଷଣ ହୋଇପାରେ । ଏପରି ସ୍ଥିତିରେ ଆପଣ ତୁରନ୍ତ ଡାକ୍ତର ସହ ଯାଞ୍ଚ କରାନ୍ତୁ ।

Leave a Reply

Your email address will not be published. Required fields are marked *