ଫେସନ୍ ରେମ୍ପରେ ଚାଲୁଥିବା ସମୟରେ ପଡ଼ିଗଲେ ଏହି ଅଭିନେତ୍ରୀଗଣ, Oops ମୁମେଣ୍ଟର ହେଲେ ଶିକାର !

ଫେସନ୍ ରେମ୍ପରେ ଚାଲୁଥିବା ସମୟରେ ପଡ଼ିଗଲେ ଏହି ଅଭିନେତ୍ରୀଗଣ, Oops ମୁମେଣ୍ଟର ହେଲେ ଶିକାର !

ରେମ୍ପ ୱାକ୍ କରିବା ଯେତିକି ସହଜ ଦେଖାଯାଏ, ସେଥିରୁ ବହୁ ଅଧିକ ଗୁଣ କଷ୍ଟକର ହୋଇଥାଏ । ହାଇ ହିଲ ଓ ଅଜବ ଡ୍ରେସ୍ ସହିତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କ୍ୟାମେରା ଓ ଦର୍ଶକଙ୍କ ସମ୍ମୁଖରେ ଚାଲିବା ଖୁବ୍ କଠିନ କାର୍ଯ୍ୟ ଅଟେ । ଏଥିରେ ଟିକିଏ ଭୁଲ୍ ମଧ୍ୟ ଭାରି ପଡ଼ିଥାଏ ଏବଂ ଏହି କଥାକୁ ବଲିଉଡ଼ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଭଲ ଭାବରେ ଜାଣିଛନ୍ତି ।

ସାଧାରଣତଃ ବଲିଉଡ଼ ନାୟିକା ମାନଙ୍କୁ ନୂତନ କଲେକ୍ସନ ସହିତ ରେମ୍ପ ୱାକ୍ କରୁଥିବାର ଦେଖାଯାଏ । କିଛି ଏପରି ନାୟିକା ମଧ୍ୟ ଅଛନ୍ତି, ଯିଏକି ରେମ୍ପରେ ଦୁର୍ଘଟଣାର ଶିକାର ହେଉ ହେଉ ବଞ୍ଚିଗଲେ । ଏହି ଅଭିନେତ୍ରୀ ମାନେ ବେଳେବେଳେ ପୋଷକରେ ଛନ୍ଦି ହୋଇଯାଆନ୍ତି ତ ଆଉ କେବେ ଏମାନଙ୍କ ହାଇ ହିଲ୍ କାରଣରୁ ସେମାନେ ନିଜ ନିୟନ୍ତ୍ରଣ ହରେଇ ବସନ୍ତି। ଯଦିଓ ନିଜ ଆତ୍ମବିଶ୍ବାସ ଯୋଗୁଁ ଏମାନେ ଉପ୍ସ ମୁମେଣ୍ଟର ଶିକାର ହେଉ ହେଉ ରକ୍ଷା ପାଇଗଲେ । ଆସନ୍ତୁ ଜାଣିବା, ଏହି ସୂଚୀରେ କେଉଁ କେଉଁ ଅଭିନେତ୍ରୀଙ୍କ ନାମ ରହିଛି ସାମିଲ…..

ୟାମୀ ଗୌତମ

ଅଭିନେତ୍ରୀ ୟାମୀ ଗୌତମଙ୍କ ପାଇଁ ୨୦୧୯ ରେ ରେମ୍ପ ୱାକ କରିବା ବହୁତ ମହଙ୍ଗା ପଡ଼ିଥିଲା । ବାସ୍ତବରେ ଡିଜାଇନର ଯୋଡ଼ି ଗୌରୀ-ନେନିକାଙ୍କ ପାଇଁ ୟାମୀ ଶୋ ଷ୍ଟପର ହୋଇ ରେମ୍ପ ୱାକ୍ କରୁଥିଲେ । ୟାମୀ ଯେପରି ରେମ୍ପରେ ଚାଲିବା ଆରମ୍ଭ କଲେ, ସେତେବେଳେ ସେ ନିଜ ଗାଉନରେ ଛନ୍ଦି ହୋଇଗଲେ ଓ ତଳେ ଖସୁ ଖସୁ ରହିଗଲେ । ଯଦିଓ ୟାମୀ ନିଜ ରେମ୍ପ ୱାକ୍ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ସହିତ ଶେଷ କଲେ ।

କଙ୍ଗନା ରନୌତ

୨୦୧୪ରେ କଙ୍ଗନା ଡିଜାଇନର ନମ୍ରତା ଜୋଶପୁରୀଙ୍କ ପାଇଁ ଶୋ ଷ୍ଟପର ହୋଇ ରେମ୍ପରେ ଓଲ୍ହାଇଥିଲେ କିନ୍ତୁ ଭାରି ଗାଉନ କାରଣରୁ କଙ୍ଗନା ଉପ୍ସ ମୁମେଣ୍ଟର ଶିକାର ହେଉ ହେଉ ରହିଗଲେ । ବାସ୍ତବରେ କଙ୍ଗନାଙ୍କ ଗାଉନ ତାଙ୍କ ସେଣ୍ଡଲ ସହିତ ଫଶି ଯାଇଥିଲା । ଏହିପରି କଙ୍ଗନାଙ୍କ ସହ ବଡ଼ ଦୁର୍ଘଟଣା ମଧ୍ୟ ଘଟି ଯାଇଥାନ୍ତା ।

ସୋନାକ୍ସି ସିହ୍ନା

ସେହିପରି ସୋନାକ୍ସି ବହୁଗୁଡ଼ିଏ ଡିଜାଇନରଙ୍କ ପାଇଁ ରେମ୍ପ ୱାକ୍ କରିଛନ୍ତି, କିନ୍ତୁ ୨୦୧୦ରେ ବେଙ୍ଗାଳୁରୁରେ ବ୍ଲେଡ଼ର୍ସ ପ୍ରାଇଡ଼ ରେମ୍ପ ୱାକ୍ ସୋନାକ୍ସି କେବେ ମଧ୍ୟ ଭୁଲିପାରିବ ନାହିଁ । ସୋନାକ୍ସି ବ୍ରାଉନ ପାର୍ଟି ଗାଉନ ପିନ୍ଧି ରେମ୍ପକୁ ଓଲ୍ହାଇଥିଲେ । ଏହି ସମୟରେ ତାଙ୍କ ଗାଉନ ସେଣ୍ଡଲ ତଳେ ଫସିଗଲା ଓ ଅଭିନେତ୍ରୀ ମୁହଁ ମାଡ଼ି ତଳେ ପଡ଼ୁ ପଡୁ ବଞ୍ଚିଗଲେ । ଯଦିଓ ସୋନାକ୍ସି ସେଥିରୁ ଭୟ କଲେ ନାହିଁ ଓ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ ନିଜ ୱାକ୍ ପୂରଣ କଲେ ।

ସୁଶ୍ମିତା ସେନ୍

ବିଶ୍ୱ ସୁନ୍ଦରୀ ରହିଥିବା ସୁଶ୍ମିତା ସେନଙ୍କ ରେମ୍ପ ୱାକ୍ ସହିତ ପୁରୁଣା ସମ୍ପର୍କ ରହିଛି । ସୁଶ୍ମିତା ଅନେକଗୁଡ଼ିଏ ରେମ୍ପ ୱାକ୍ କରିଛନ୍ତି କିନ୍ତୁ ଅନେକ ଥର ସେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଥରେ ଇଣ୍ଡିଆ ଇଣ୍ଟରନେସନାଲ ଜ୍ଵଲେରି ୱିକ୍ ସମୟରେ ସୁଶ୍ମିତା ଓଜନିଆ ଲେହେଙ୍ଗା ଓ ହୀରାର ଗହଣା ପିନ୍ଧିଥିଲେ, ସେତେବେଳେ ଅନେକ ଥର ସେ ସେହି ଲେହେଙ୍ଗା ପାଇଁ ଚିନ୍ତିତ ହୋଇଥିଲେ ।

ଅନ୍ୟପଟେ ସୁଶ୍ମିତା ସେନଙ୍କ ଗାଉନ ସେଣ୍ଡଲ ତଳେ ଫଶି ଯାଇଥିଲା, ସେତେବେଳେ ସେ ସାହାଯ୍ୟ ପାଇଁ ନିଜ ମାଁଙ୍କୁ ଡାକିଥିଲେ ।

ପୁନମ୍ ଢ଼ିଲୋ

ଗତ ଯୁଗର ସୁନ୍ଦରୀ ଅଭିନେତ୍ରୀ ପୁନମ ଢ଼ିଲୋ ମଧ୍ୟ ରେମ୍ପ ୱାକରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ବାସ୍ତବରେ ଥରେ ଡିଜାଇନର ବିକ୍ରମ ଫଡଣବିସଙ୍କ ପାଇଁ ପୁନମ୍ ୱାକ୍ କରୁଥିଲେ, ସେତେବେଳେ ହଠାତ ତାଙ୍କ ପାଦ ଏପଟେ ସେପଟେ ପଡ଼ିବାକୁ ଲାଗିଲା ଏବଂ ସେ ନିଜକୁ ସମ୍ଭାଳି ପାରିଲେ ନାହିଁ । ଯଦିଓ ସେ ନିଜ ରେମ୍ପ ୱାକ୍ ପୂରଣ କଲେ ।

ଶ୍ରୀଦେବୀ

ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ଥରେ ରେମ୍ପରୁ ପଡୁ ପଡୁ ବଞ୍ଚିଥିଲେ । ୨୦୧୦ରେ ଶ୍ରୀଦେବୀ ଡିଜାଇନର ନିତା ଲୁଲ୍ଲାଙ୍କ ପାଇଁ ଏକ ଲମ୍ବା ସିମରୀ ଗାଉନ ପିନ୍ଧି ରେମ୍ପ କରିଥିଲେ, ଏହି ସମୟରେ ତାଙ୍କ ଗାଉନ ସେଣ୍ଡଲ ତଳକୁ ଆସିଗଲା । ଯଦିଓ ଶ୍ରୀଦେବୀ ନିଜ ଆତ୍ମବିଶ୍ବାସର ସହ ୱାକ୍ ପୂରଣ କଲେ ।

ସୋନା ମହାପାତ୍ର

ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ରଙ୍କୁ ମଧ୍ୟ ୨୦୧୩ ରେ ଲେକମେ ଫେସନ ୱିକ୍ ସମୟରେ ରେମ୍ପ ୱାକ୍ କରିବା ବହୁତ ମହଙ୍ଗା ପଡିଥିଲା । ଏହି ସମୟରେ ସେ ନୀଳ ରଙ୍ଗର ଗାଉନ ପିନ୍ଧିଥିଲେ ଓ ଗାଉନରେ ସେ ଏପରି ଭାବରେ ଛନ୍ଦି ହୋଇଗଲେ ଯେ ତଳେ ପଡ଼ିଗଲେ।

Leave a Reply

Your email address will not be published. Required fields are marked *