୧୦ ବର୍ଷର ଶିଶୁର ମାଁ ଅଟନ୍ତି ଏହି ଅଭିନେତ୍ରୀ ଜଣକ, ଦେଖାଯାଆନ୍ତି କଲେଜ ଛାତ୍ରୀ ଭଳି ! ଦେଖନ୍ତୁ ଫୋଟ

୧୦ ବର୍ଷର ଶିଶୁର ମାଁ ଅଟନ୍ତି ଏହି ଅଭିନେତ୍ରୀ ଜଣକ, ଦେଖାଯାଆନ୍ତି କଲେଜ ଛାତ୍ରୀ ଭଳି ! ଦେଖନ୍ତୁ ଫୋଟ

ବଲିଉଡ଼ ଅଭିନେତ୍ରୀ ଓ ଟି ସିରିଜର ମାଲିକଙ୍କ ସ୍ତ୍ରୀ ଦିବ୍ୟା ଖୋସଲା କୁମାର ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ ୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ନିଜ ପରିବାର ସହ ଗୋଆରେ ଛୁଟି କାଟି ଫେରିଛନ୍ତି । ଏଥି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ନିଜ ଚଳଚ୍ଚିତ୍ରର ଶୁଟିଂକୁ ଫେରି ଯାଇଛନ୍ତି । ଯେଉଁଠାରେ ତାଙ୍କ ଗୋଲାପୀ ରଙ୍ଗର ଡ୍ରେସ୍ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଯାଇଛି । ଦିବ୍ୟାଙ୍କ ଲେଟେଷ୍ଟ ଫଟୋ ଖୁବ୍ ଭାଇରାଲ ହେଉଛି ।

ବାସ୍ତବରେ ଦିବ୍ୟା ନିଜ ଇଂଷ୍ଟାଗ୍ରାମରେ ଲେଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରୁ ସେ ଗୋଲାପୀ ରଙ୍ଗର ପୋଷାକରେ ବିନା ମେକପ୍ ଲୁକ୍ସରେ ନଜର ଆସୁଛନ୍ତି ।

ଖୋଲା କେଶ ଓ ପ୍ରିଣ୍ଟେଡ଼ ଡ୍ରେସ୍ ପିନ୍ଧି ଦିବ୍ୟା ବହୁତ ଗ୍ଲେମର୍ସ ଲାଗୁଛନ୍ତି । ନିଜ ଶୁଟିଂ ସେଟରୁ ଦିବ୍ୟା ଏହି ଫଟୋ ସେୟାର କରିଛନ୍ତି ।

ଦିବ୍ୟା ନିଜ ଭେନିଟି ଭେନ୍ ବାହାରେ ଠିଆ ହୋଇ ମଧ୍ୟ ପୋଜ୍ ଦେଇଛନ୍ତି ।

ଫଟୋକୁ ସେୟାର କରି ଦିବ୍ୟା କେପ୍ସନରେ ଲେଖିଛନ୍ତି ଯେ – ବାସ୍ତବ ଜୀବନରେ ସେ ହିଁ ଜିଅନ୍ତି ଯିଏ ସକାଳୁ ସକାଳୁ ଚା ପିଅନ୍ତି ।

ଦିବ୍ୟା ନିଜ ଫିଟ୍ ଓ ଗ୍ଲେମର୍ସ ଲୁକ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ଦିବ୍ୟା ନିଜ ଫିଟନେସ୍ ପାଇଁ ବ୍ୟାୟାମ ଓ ଯୋଗ କରନ୍ତି ।

ସୁଚାଇଦେଉଛୁ ଯେ ୩୫ ବର୍ଷୀୟା ଦିବ୍ୟା ଖୋସଲା କୁମାର ୨୦୦୫ ରେ ବୈଷ୍ଣ ଦେବୀ ମନ୍ଦିରରେ ଭୂଷଣ କୁମାରଙ୍କ ସହିତ ବିବାହ କରିଥିଲେ । ୨୦୧୧ ରେ ଯୋଡ଼ିଙ୍କ ପୁଅ ରୁହାନ ଜନ୍ମ ଗ୍ରହଣ କଲେ, ଯିଏକି ବର୍ତ୍ତମାନ ୯ ବର୍ଷର ହୋଇଯାଇଛି ।

ଦିବ୍ୟା ନିଜ କ୍ୟାରିୟରର ଆରମ୍ଭ ଏକ ମଡେଲ ଭାବେ କରିଥିଲେ। ସେ ଚଳଚ୍ଚିତ୍ର ଅବ ତୁମ୍ହାରେ ହବାଲେ ବତନ ସାଥିଓ (୨୦୦୪) ଜରିଆରେ ବି-ଟାଉନରେ ଡେବ୍ୟୁ କରିଥିଲେ ।

ପାଖାପାଖି ୨୦ଟି ମ୍ୟୁଜିକ୍ ଭିଡ଼ିଓର ନିର୍ଦ୍ଦେଶନା ଦେବା ପରେ ସେ ଚଳଚ୍ଚିତ୍ରରେ ଏକ ନିର୍ଦ୍ଦେଶକ ଭାବେ ଜଡ଼ିତ ହେଲେ । ୟାରୀଆଁ (୨୦୧୪), ସନମ ରେ (୨୦୧୬) ଭଳି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଥିବା ଦିବ୍ୟା ଚଳଚ୍ଚିତ୍ର ରଏ (୨୦୧୬)ରୁ ଏକ ନିର୍ମାତା ଭାବେ ଜଡ଼ିତ ହେଲେ । ଗତ କିଛି ଦିନରୁ ଦିବ୍ୟା ଗୋଟିଏ ପରେ ଗୋଟିଏ ଅନେକଗୁଡ଼ିଏ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ଯାହା ବହୁତ ସୁପରହିଟ୍ ହୋଇଥିଲା ।

ଶେଷଥର ପାଇଁ ସେ ତେରୀ ଆଖୋ ମେ ମ୍ୟୁଜିକ ଭିଡ଼ିଓରେ ନଜର ଆସିଥିଲେ, ଯେଉଁଥିରେ ଅଭିନେତା ପର୍ଲ ପୁରୀ ମଧ୍ୟ ତାଙ୍କ ସହିତ ନଜର ଆସିଥିଲେ ।

ସେପଟେ ଖୁବଶୀଘ୍ର ସେ ଜନ ଅବ୍ରାହମଙ୍କ ସହିତ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ରେ ନଜର ଆସିବେ । ଚଳଚ୍ଚିତ୍ରକୁ ମିଳାପ ଜବେରୀ ନିର୍ଦ୍ଦେଶନା ଦେଉଛନ୍ତି । ଚଳଚ୍ଚିତ୍ର ୨୧ ମେ ୨୦୨୧କୁ ମୁକ୍ତିଲାଭ କରିବ । ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଇଦ୍ ପର୍ବ ସ୍ଥିର କରାଯାଇଛି । ଶୁଟିଂ ବିଷୟରେ ଆଲୋଚନା କରିବା ତେବେ ସତ୍ୟମେବ ଜୟତେ ୨ର ସୁଟିଂ ଲଖନୌର ଭିନ୍ନ ଭିନ୍ନ ସ୍ଥାନରେ କରାଯିବ ।

Leave a Reply

Your email address will not be published. Required fields are marked *