ଅବସର ଗ୍ରହଣ କରିବା ପରେ ଧୋନି ବିକ୍ରୟ କରୁଛନ୍ତି ବିଲାତି ବାଇଗଣ ଓ ଦୁଗ୍ଧ, ଭିତରୁ ଏପରି ଦେଖାଯାଏ ଧୋନିଙ୍କ ଫାର୍ମ !

ଅବସର ଗ୍ରହଣ କରିବା ପରେ ଧୋନି ବିକ୍ରୟ କରୁଛନ୍ତି ବିଲାତି ବାଇଗଣ ଓ ଦୁଗ୍ଧ, ଭିତରୁ ଏପରି ଦେଖାଯାଏ ଧୋନିଙ୍କ ଫାର୍ମ !

ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ପୂର୍ବ କପ୍ତାନ ମହେନ୍ଦ୍ର ସିଂହ ଧୋନି ସନ୍ୟାସ ନେବା ପରେ ଡେରି ଫାର୍ମ ସହିତ ଜୈବିକ ଚାଷ କରୁଛନ୍ତି । ଧୋନି ରାଞ୍ଚିର ଧୁର୍ବା ସ୍ଥିତ ସେମ୍ବୋରେ ୫୫ ହେକ୍ଟରରେ ଚାଷ କରୁଛନ୍ତି ଯେଉଁଥିରେ ଡେରି ଫାର୍ମ ସଙ୍ଗେ ସଙ୍ଗେ ଜୈବିକ ଚାଷ ମଧ୍ୟ ହେଉଛି । ଧୋନୀଙ୍କ ଫାର୍ମ ହାଉସରେ ବର୍ତ୍ତମାନ ଋତୁକାଳୀନ ପନିପରିବା ଉତ୍ପାଦିତ ହେଉଛି । ବର୍ତ୍ତମାନ ତାଙ୍କ ଫାର୍ମ ହାଉସରେ ଟମାଟୋ, ଫୁଲକୋବି, ପତ୍ରକୋବି, ବ୍ରୋକଲି ଚାଷ ହେଉଛି ଯେଉଁଥିରେ ବର୍ତ୍ତମାନ ବିଲାତି ବାଇଗଣ ଉତ୍ପାଦନ କରାଯାଉଛି ।

ଧୋନୀଙ୍କ ଫାର୍ମ ହାଉସରେ ପ୍ରତିଦିନ ୮୦ କିଲୋ ବିଲାତି ବାଇଗଣ ତୋଳା ଯାଉଛି । ବଜାରରେ ଏହାର ବହୁତ ଚାହିଦା ରହିଛି ଏବଂ ସକାଳୁ ହିଁ ସମସ୍ତ ଟମାଟୋ ଶେଷ ହୋଇଯାଏ । ଟମାଟୋ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ଜୈବିକ ରୂପେ କରାଯାଉଛି । ଆଗାମୀ ସପ୍ତାହରେ ରାଞ୍ଚିର ଲୋକମାନେ ଧୋନୀଙ୍କ ଫାର୍ମ ହାଉସରେ ଉତ୍ପାଦିତ କୋବିର ସ୍ୱାଦ ମଧ୍ୟ ନେଇପାରିବେ । ବର୍ତ୍ତମାନ ଧୋନୀଙ୍କ ଫାର୍ମ ହାଉସର ଟମାଟୋ ୪୦ ଟଙ୍କା ପ୍ରତିକିଲୋ ବିକ୍ରି ହେଉଛି ।

ସେପଟେ, ଧୋନୀଙ୍କ ଫାର୍ମ ହାଉସରେ ପ୍ରତିଦିନ ପାଖାପାଖି ୩୦୦ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଏବଂ ତାଙ୍କ ଦୁଗ୍ଧ ସିଧାସଳଖ ବଜାରରେ ବିକ୍ରି ହେଉଛି । ୫୫ ଟଙ୍କା ପ୍ରତି କିଲୋ ଦରରେ ଦୁଗ୍ଧର ମୂଲ୍ୟ ରଖାଯାଇଛି ଯାହା କିଛି ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଏ । ଧୋନି ଭାରତୀୟ ନସଲର ସାହିବାଲ ଓ ଫ୍ରାନ୍ସର ନସଲ ଫ୍ରିଜିୟନ ଗାଈ ରଖିଛନ୍ତି । ଧୋନୀଙ୍କ ଗୋଶାଳାରେ ବର୍ତ୍ତମାନ ୭୦ ଟି ଗାଈ ଅଛି । ଏହିସବୁକୁ ପଞ୍ଜାବରୁ ଅଣାଯାଇଛି ।

ଧୋନୀଙ୍କ ଫାର୍ମ ହାଉସର ଦେଖାଶୁଣା ଶିବନନ୍ଦନ ଓ ତାଙ୍କ ସ୍ତ୍ରୀ ସୁମନ ୟାଦବ କରନ୍ତି । ସମସ୍ତ ପନିପରିବା ବ୍ୟବସାୟ ଏମାନଙ୍କ ଦାୟିତ୍ୱରେ ଥାଏ । ଶିବନନ୍ଦନ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ସେ ଧୋନୀଙ୍କ ଆକାଉଣ୍ଟରେ ପକାଇ ଦେଇଛନ୍ତି । ଧୋନି ନିଜ ଫାର୍ମ ହାଉସରେ ଉତ୍ପାଦିତ ପନିପରିବା ଓ ଡେରି ଫାର୍ମରୁ ଖୁବ ଆନନ୍ଦିତ ଅଛନ୍ତି ।

ଶିବନନ୍ଦନ ଆଜତକକୁ କହିଛନ୍ତି ଯେ ଧୋନି ଯେବେମଧ୍ୟ ରାଞ୍ଚିରେ ରୁହନ୍ତି ସେତେବେଳେ ସେ ପ୍ରତି ଦୁଇ ତିନି ଦିନ ପରେ ଏହି ଫାର୍ମ ହାଉସକୁ ଦେଖିବା ପାଇଁ ଆସନ୍ତି । ସେ କହିଛନ୍ତି ଯେ ଯେପରି ଭାବରେ ପନିପରିବାକୁ ଜୈବିକ ଭାବେ ଚାଷ କରାଯାଉଛି ଧୋନି ଏହାକୁ ଦେଖି ବହୁତ ଆନନ୍ଦିତ ଅଛନ୍ତି । ପନିପରିବା ଓ ଦୁଗ୍ଧ ବିକ୍ରି କରି ଯେଉଁ ଟଙ୍କା ମିଳେ ତାହାକୁ ସିଧାସଳଖ ଧୋନୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଏ । ଧୋନି ଡେରି ଫାର୍ମରେ ରଖାଯାଇଥିବା ଗାଈ ମାନଙ୍କ ପାଖକୁ ଯାଇ କିଛି ସମୟ ଅତିବାହିତ କରନ୍ତି।

Leave a Reply

Your email address will not be published. Required fields are marked *