କୃଷ୍ଣଦାସୀର ଅଭିନେତ୍ରୀ ପ୍ରୀତି ତଲେରେଜା ତାଙ୍କ ସ୍ୱାମୀଙ୍କ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅଭିଜିତ ପେଟକର ମାରପିଟ କରୁଛନ୍ତି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଛନ୍ତି ଏବଂ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଛନ୍ତି । ପ୍ରୀତି ଖଡକପାଡା କଲ୍ୟାଣ ପୋଲିସ ଷ୍ଟେସନରେ ଏଥିପାଇଁ ଏକ ମାମଲା ଦାଖଲ କରିଛନ୍ତି । ପ୍ରୀତି ସୋସିଆଲ ମିଡିଆରେ ତାଙ୍କ ଉପରେ ହେଉଥିବା ଅତ୍ୟାଚାରର ଫଟୋ ସେୟାର କରିଥିଲେ । ତାଙ୍କ ମୁହଁରେ ଏକାଧିକ ଆଘାତ ଲାଗିଛି । ସେ ସିସିଟିଭି ଫୁଟେଜ ମଧ୍ୟ ଦେଖାଇଛନ୍ତି ଯେଉଁଥିରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ ମାରୁଛନ୍ତି ।
He can beat me and my family in public but I can't expose him in public? Why? If I do so! It's for PR?
what a mentality we ppl have🙏— Preity talreja (@preitytalreja) January 4, 2021
ସୋସିଆଲ ମିଡିଆରେ ପ୍ରୀତି ନିଜର ଯନ୍ତ୍ରଣା ପ୍ରକାଶ କରି କହିଛନ୍ତି ଯେ ସେ କ୍ରମାଗତ ଭାବରେ ଘରୋଇ ହିଂସା ଏବଂ ପାରିବାରିକ ହିଂସା ଶିକାର ହେଉଛନ୍ତି ।
I have submitted a complaint of fraud and forceful conversion assault and even mental and physical torture at khadakpada police station and even at ACP/DCP office but no reply from your end @MumbaiPolice @CMOMaharashtra @CPMumbaiPolice
— Preity talreja (@preitytalreja) December 29, 2020
ପ୍ରୀତି ଅଭିଯୋଗ କରିଛନ୍ତି ଯେ ସେ ପୂର୍ବରୁ ମଧ୍ୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ , କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, ଏହା ପରେ ସେ ସୋସିଆଲ ମିଡିଆରେ ସିଏମ ଉଦ୍ଧବ ଠାକରେ ଓ ପିଏମଓଙ୍କୁ ଟ୍ୟାଗ୍ ନିଜ ଉପରେ ହେଉଥିବା ଅତ୍ୟାଚାର କଥା କହିଥିଲେ । ତେବେ ବର୍ତ୍ତମାନ ଖଡକପଡା କଲ୍ୟାଣ ପୋଲିସ୍ ପ୍ରୀତିଙ୍କ ଅଭିଯୋଗର ଭିତ୍ତିଭୂମିରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ଦାଖଲ କରିଛି ।
ସେ ଲେଖିଛନ୍ତି, ‘ ସମ୍ମାନିତ ସିଏମ ସାର୍, ମୁଁ ମୋର ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣୁଛି ଯେ, ସିଏ ମୋତେ ପ୍ରେମ ନାମରେ ପ୍ରତାରଣା କରିଛନ୍ତି, ନିଜ ସ୍ୱାର୍ଥ ପାଇଁ ମତେ ବ୍ୟବହାର କରିଛନ୍ତି, ଏକ ନକଲି ମୁସଲିମ୍ ବିବାହ କରି ମୋତେ ବିବାହିତ ହେବାର ମିଛ ନାଟକ କରିଛନ୍ତି ଏବଂ ମତେ ଅକଥନୀୟ ଶାରୀରିକ ନିର୍ଯାତନା ଦିଆଯାଇଛି । ‘
Respected cm sir I have filed a complaint against My husband who has cheated me in the name of love and used me and arranged a fake muslim marriage to convince me that I am his wife officially I have been mentally and physically tortured @CMOMaharashtra @OfficeofUT @PMOIndia
— Preity talreja (@preitytalreja) January 1, 2021
ପ୍ରୀତିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ଦାଖଲ ହୋଇଛି ଏବଂ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରୀତି ୩ବର୍ଷ ପୂର୍ବେ ଜିମ୍ ମାଲିକ ଅଭିଜିତ ପେଟକରଙ୍କୁ ବିବାହ କରିଥିଲେ । ପ୍ରୀତି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସ୍ୱାମୀ ଅଭିଜିତ ମୁସଲମାନ ଏବଂ ଉଭୟ ମସଜିଦରେ ବିବାହ କରିଥିଲେ ।
After showing evidence complain is not been registered at kalyan khadakpada police station@CMOMaharashtra @ThaneCityPolice @MumbaiPolice @PMOIndia pic.twitter.com/Mc1GVRnWQG
— Preity talreja (@preitytalreja) January 1, 2021
ତାଙ୍କୁ ମୁସଲିମ ଆଇନ ଅନୁଯାୟୀ ମସଜିଦରୁ ପ୍ରମାଣପତ୍ର ଦିଆଯାଇନଥିଲା, ବର୍ତ୍ତମାନ ଅଭିଜିତ ଧର୍ମ ପରିବର୍ତ୍ତନ ପାଇଁ ପ୍ରୀତିଙ୍କୁ ଅତ୍ୟାଚାର କରୁଛି । ସ୍ୱାମୀଙ୍କ ଅତ୍ୟାଚାରରେ ଅସନ୍ତୁଷ୍ଟ ହୋଇ ସେ ବିବାହ ଭାଙ୍ଗିବାକୁ ସ୍ଥିର କରିଛନ୍ତି ।
FIR is done thankyou everyone for support but this is just a Beginning journey is difficult I know I will stand still and keep fighting no matter what ppl say thankyou @MumbaiPolice @ThaneCityPolice @SunainaHoley @KiritSomaiya @sharmarekha rupali daunde mam and gaikar sir
— Preity talreja (@preitytalreja) January 6, 2021
ଅଭିନେତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ଆଇନଗତ ଦଲିଲରେ ନିଜ ନାମ ଅଭିଜିତ ପେଟକର ଲେଖିଥାନ୍ତି । ସେ ୩ବର୍ଷ ଧରି ପ୍ରେମ ନାମରେ ମୋତେ ପ୍ରତାରଣା କରୁଛନ୍ତି । ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କାହାକୁ ଭଲ ପାଇବା କିମ୍ବା ବିଶ୍ୱାସ କରିବା ଭୁଲ୍ କି ବୋଲି ପ୍ରୀତି ପ୍ରଶ୍ନ କରିଛନ୍ତି । ପ୍ରୀତି ଏହି ମାମଲାରେ ମହାରାଷ୍ଟ୍ର ସରକାର, ପୋଲିସ ଏବଂ ଅନ୍ୟମାନଙ୍କ ଠାରୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କ୍ରମାଗତ ଭାବରେ ସାହାଯ୍ୟ ଲୋଡିଛନ୍ତି । ପୋଲିସ ଅଭିନେତ୍ରୀଙ୍କ ସ୍ୱାମୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି କାର୍ଯ୍ୟ ଆରମ୍ଭ କରିଛି ।