ସତରେ କଣ ନୁସରତ ଜହା୍ଂ ଏବଂ ନିଖିଲଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି, ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ…..

ସତରେ କଣ ନୁସରତ ଜହା୍ଂ ଏବଂ ନିଖିଲଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି, ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ…..

ତୃଣମୂଳ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହା୍ଂ ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଶିରୋନାମାରେ ରହିଥାନ୍ତି। ବେଳେବେଳେ ନିଜର ସୁନ୍ଦର ଫଟୋଜୁ ନେଇ ଚର୍ଚ୍ଚାରେ ରହିଥାନ୍ତି ତ ପୁଣି କେବେ ନିଜର ଅପୂର୍ବ ଶୈଳୀକୁ ନେଇ ସମସ୍ତଙ୍କ ହୃଦୟରେ ଛାଇ ପରି ରହି ଯାଆନ୍ତି । ପରନ୍ତୁ ବର୍ତ୍ତମାନ ନୁସରତ ଜହା୍ଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି । ବାସ୍ତବରେ, ସୋସିଆଲ ମିଡିଆରେ ନୁସରତ ଜହା୍ଂଙ୍କ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅଭିନେତ୍ରୀ ନୁସରତ ଜହା୍ଂ ଜଣେ ବଙ୍ଗୀୟ ଅଭିନେତ୍ରୀ ହେଲେ ମଧ୍ୟ ତାଙ୍କର ପ୍ରଶଂସକ ସାରା ଭାରତ ବର୍ଷରେ ରହିଛନ୍ତି । ଏହି କାରଣ ହେତୁ ତାଙ୍କ ସହିତ ଜଡିତ ଯେ କୋୖଣସି ଘଟଣା ହେଲେ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିର ଭାଇରାଲ ହୋଇଯାଇଥାଏ । ବର୍ତ୍ତମାନ ସମୟରେ ତାଙ୍କର ଏକ ଫୋଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଅଭିନେତା ୟଶ ଦାସ ଗୁପ୍ତାଙ୍କ ବହୁତ ନିକଟତର ଥିବା ନଜର ଆସିଛନ୍ତି । ଏହି ଫୋଟ ହେତୁ ନୁସରାତଙ୍କ ବିବାହ ଭାଙ୍ଗିବାକୁ ନେଇ ସୋସିଆଲ ମିଡିଆରେ ଦାବି କରାଯାଉଛି ।

ବର୍ତ୍ତମାନ ସମୟରେ ନୁସରତ “ଏସଓଏସ କୋଲକାତା” ଚଳଚ୍ଚିତ୍ରରେ କାମ କରୁଛନ୍ତି । ତେଣୁ ଏହି ଚଳଚ୍ଚିତ୍ରର ଏକ ଦୃଶ୍ୟରେ ସେ ସହ-କଳାକାର ଅଭିନେତା ୟଶ ଦାସ ଗୁପ୍ତାଙ୍କ ସହିତ ଅତି ନିକଟତର ନଜର ଆସିଛନ୍ତି । ଏହା ପରେ ଏହି ଖବର ମଧ୍ୟ ସାମ୍ନାକୁ ଆସିଥିଲା ​​କି ନୁସରତ ଜହା୍ଂ ଏବଂ ଯଶ ଦାସ ଗୁପ୍ତା ରାଜସ୍ଥାନ ଗସ୍ତରେ ଯାଇଥିଲେ । ଏହି କଥାକୁ ନେଇ ବର୍ତ୍ତମାନ ବହୁତ କଳ୍ପନାଜଳ୍ପନା ଲାଗି ରହିଛି । ପରନ୍ତୁ ଯେତେବେଳେ ନୁସରତଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରା ଯାଇଥିଲା, ସେତେବେଳେ ସେ ନିଜ ପ୍ରତିକ୍ରିୟା ରଖିଥିଲେ ।

ବିବାହ ଭାଙ୍ଗିବା ଖବର ଉପରେ ନୁସରତ ନୀରବତା ଭଙ୍ଗ କରିଛନ୍ତି

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଖବର ବିଷୟରେ ଯେତେବେଳେ ନୁସରତ ଜହା୍ଂଙ୍କୁ ପଚରା ଯାଇଥିଲା ସେତେବେଳେ ସେ ନିଜ ଢ଼ଙ୍କରେ ଉତ୍ତର ଦେବା ସହିତ କହିଥିଲେ କି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବାର ଅଧିକାର ଜନସାଧାରଣଙ୍କ ପାଖରେ ନାହିଁ। ଏହା ସହିତ ସେ କହିଛନ୍ତି କି ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ମଧ୍ୟ କହିବି ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ କି ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ସକାରାତ୍ମକ ଅଟନ୍ତି ।

ନୁସରତ ଜହା୍ଂ ନିଜ ବ୍ୟକ୍ତିଗତ କଥାକୁ ନେଇ କହିଛନ୍ତି କି ମୋତେ ଅନେକ ସମୟରେ ଟ୍ରୋଲ କରାଯାଉଛି । ଏହିପରି ମୁଁ ଲୋକ ମାନଙ୍କୁ କେବଳ ଏତିକି ହିଁ କହିବାକୁ ଚାହୁଁଛି କି ମୋତେ କେବଳ ମୋର କାର୍ଯ୍ୟ ଏବଂ ଅଭିନୟ ଯୋଗୁଁ ହିଁ ଚିହ୍ନନ୍ତୁ। ମୋ ବ୍ୟକ୍ତିଗତ ଜୀବନରେ ଯାହା ଘଟୁଛି ସେଥିରେ କାହାର କିଛି ସମ୍ପର୍କ ରହିବା ଉଚିତ ନୁହେଁ । ମୋ ବ୍ୟକ୍ତିଗତ ଜୀବନକୁ ନେଇ ମୁଁ ସୁଖୀ କିମ୍ବା ଦୁଃଖୀ, ଏଥିରେ କାହାର ମଧ୍ୟ କୌଣସି ଅର୍ଥ ରହିବା ଉଚିତ ନୁହେଁ ।

ନୁସରତ ଜହା୍ଂଙ୍କ ବିବାହ ଭାଙ୍ଗିବାର ଗୁଜବ ଉପରେ ୟଶ ଦାସ ଗୁପ୍ତା କହିଛନ୍ତି କି ତାଙ୍କୁ ନୁସରତଙ୍କ ଘରୋଇ ସମସ୍ୟା ବିଷୟରେ କୌଣସି ଧାରଣା ନାହିଁ । ଏହା ସହିତ ସେ ରାଜସ୍ଥାନ ଯାତ୍ରା ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି କି ମୁଁ ପ୍ରତିବର୍ଷ ସଡ଼କ ଯାତ୍ରା କରିଥାଏ, କିନ୍ତୁ ଚଳିତ ବର୍ଷ ରାଜସ୍ଥାନକୁ ଯାଇଥିଲି । ଏହିପରି ମୋ ସହିତ ଯେ କେହି ହେଲେ ମଧ୍ୟ ଆସି ପାରିବେ । ସେ ନୁସରତଙ୍କ ବିବାହ ବିଷୟରେ ମଧ୍ୟ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ବିଷୟ ଅଟେ ଏବଂ ଏହି ବିଷୟରେ କେବଳ ତାଙ୍କୁ ହିଁ ପଚାରିବା ଉଚିତ ।

୨୦୧୯ ମସିହାରେ ନୁସରତ ଜହା୍ଂଙ୍କ ବିବାହ ହୋଇଥିଲା

୨୦୧୯ ମସିହାରେ ନୁସରତ ଜହା୍ଂ ନିଖିଲ ଜୈନାଙ୍କୁ ତୁର୍କୀରେ ବିବାହ କରିଥିଲେ। ବିବାହ ପର ଠାରୁ ହିଁ ନୁସରତ ହେଡଲାଇନରେ ରହି ଆସିଛନ୍ତି । କେବଳ ଏତିକି ନୁହେଁ ବରଂ ନୁସରତ ବିବାହ ପରେ ସାଂସଦ ଭାବରେ ମଧ୍ୟ ଶପଥ ଗ୍ରହଣ କରିଥିଲେ। କହିରଖୁଛୁ କି ମୁସଲମାନ ହୋଇଥିଲେ ମଧ୍ୟ ନୁସରତ ହିନ୍ଦୁ ପର୍ବ ପାଳନ କରନ୍ତି, ଯେଉଁଥି ପାଇଁ ତାଙ୍କ ବିରୋଧରେ ମଧ୍ୟ ଜାରି ହୋଇସାରିଛି । ତଥାପି ତାଙ୍କୁ ଏଥିରୁ କିଛି ମଧ୍ୟ ଫରକ ପଡୁ ନାହିଁ ।

ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ କି ନୁସରତ ୨୦୧୯ ମସିହାରେ ପଶ୍ଚିମବଙ୍ଗର ବଶୀରହାଟ ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁ ଠାରେ ସେ ବିଜେପି ପ୍ରାର୍ଥୀ ସାୟନ୍ତନ ବସୁଙ୍କ ବିପକ୍ଷରେ ୩୫୦,୦୦୦ ଭୋଟରେ ବିଜୟଲାଭ କରିଥିଲେ । ଏହିପରି ପରିସ୍ଥିତିରେ ବର୍ତ୍ତମାନ ସେ ସାଂସଦ ଭାବରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି ।

Leave a Reply

Your email address will not be published. Required fields are marked *