ବଲିଉଡରେ ସଲମାନ ଖାନଙ୍କୁ ‘ରବିନହୁଡ୍’ କୁହାଯାଏ । ସଲମାନଙ୍କ ପରିବାରର ସମସ୍ତେ ଅଭିନୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ସଲମାନଙ୍କ ପରିବାରରେ କିଛି ସଦସ୍ୟ ଅଛନ୍ତି ଯେଉଁମାନେ ନିଜକୁ ବଲିଉଡର ଲାଇମଲାଇଟରୁ ଦୂରେଇ ରୁହନ୍ତି । ଏଥିରେ ସଲମାନଙ୍କ ଉଭୟ ଭଉଣୀ ଅର୍ପିତା ଖାନ ଏବଂ ଅଲଭିରା ଖାନ ଅଛନ୍ତି । ସଲମାନଙ୍କ ଭଉଣୀ ଅର୍ପିତା ପ୍ରାୟତଃ କ୍ୟାମେରା ଆଗରେ ଦେଖାଯାନ୍ତି, କିନ୍ତୁ ଅଲଭିରା ଖାନ୍ ଫିଲ୍ମ ପ୍ରଡ୍ୟୁସର ହେବା ପରେ ମଧ୍ୟ କ୍ୟାମେରା ଠାରୁ ଦୂରରେ ରହିଥାନ୍ତି । ସଲମାନଙ୍କ ଭଉଣୀ ଅଲଭିରା ଅତୁଲ ଅଗ୍ନିହୋତ୍ରୀଙ୍କୁ ବିବାହ କରିଥିଲେ, କିନ୍ତୁ ତାଙ୍କ ବିବାହ ଏତେ ସହଜରେ ହୋଇନଥିଲା । ଆଜି ଆପଣଙ୍କୁ ସେମାନଙ୍କ ବିବାହ ପଛରେ ଜଡିତ କିଛି ରୋଚକ ତଥ୍ୟ ସହିତ ପରିଚିତ କରାଇବାକୁ ଯାଉଛୁ :-
ବାସ୍ତବରେ, ଯେତେବେଳେ ସଲମାନଙ୍କ ଭଉଣୀ ଅଲଭିରା ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ, ସେତେବେଳେ ତାଙ୍କର ପ୍ରେମ କାହାଣୀର ଆରମ୍ଭ ହୋଇଥିଲା । ଫିଲ୍ମ ‘ଜାଗୃତି’ (୧୯୯୩)ର ସୁଟିଂ ସମୟରେ ସଲମାନଙ୍କ ଭଉଣୀ ଅଲଭିରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବାରେ ଲାଗିଲା ଏବଂ ଦୁହେଁ ଧୀରେ ଧୀରେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଏହି ଚଳଚ୍ଚିତ୍ରରେ ସଲମାନ ଖାନ ହିରୋ ଥିଲେ ।
ଅଲଭିରା ଏବଂ ଅତୁଲ ମଧ୍ୟ ସୁଟିଂ ସେଟରେ ପରସ୍ପର ସହିତ କିଛି ସମୟ ବିତାଉଥିଲେ ଏବଂ ଯେତେବେଳେ ଦୁହେଁ ପରସ୍ପରକୁ ଭେଟିବାକୁ ଲାଗିଲେ ତାଙ୍କୁ ପ୍ରେମର ନିଶା ଧୀରେ ଧୀରେ ଚଢ଼ିବାରେ ଲାଗିଲା । ଯଦିଓ ଦୁହେଁ ଏକ ବିଜ୍ଞାପନର ସୁଟିଂ ସମୟରେ ମଧ୍ୟ ସାକ୍ଷାତ କରିଥିଲେ କିନ୍ତୁ ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା ।
କିନ୍ତୁ କୋୖତୁହଳର ବିଷୟ ହେଉଛି କି, ଅତୁଲ ଅଗ୍ନିହୋତ୍ରୀ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଖୁବ୍ ଡରୁଥିଲେ । ଅତୁଲଙ୍କ ମନରେ ଭୟ ଥିଲା ଯେ ସଲମାନ ତାଙ୍କ ଭଉଣୀ ଅଲଭିରାଙ୍କୁ ତାଙ୍କ ସହିତ ବିବାହ କରିବେ ନାହିଁ ଏବଂ ତାଙ୍କ ଉପରେ କ୍ରୋଧିତ ହେବେ ।
ଅବଶ୍ୟ, ଯେତେବେଳେ ଅତୁଲ ତାଙ୍କର ଏବଂ ଅଲଭିରାଙ୍କ ସମ୍ପର୍କ ବିଷୟରେ କହିଥିଲେ, ସଲମାନ ଏହାର ଠିକ ବିପରୀତ କାର୍ଯ୍ୟ କରିଥିଲେ । ଯେତେବେଳେ ସଲମାନ ତାଙ୍କ ଭଉଣୀର ପ୍ରେମ ସମ୍ପର୍କ ବିଷୟରେ ଜାଣିଲେ, ସେତେବେଳେ ସେ ଆଦୌ ରାଗି ନଥିଲେ ଏବଂ ନିଜ ତରଫରୁ ଉଭୟଙ୍କ ସମ୍ପର୍କକୁ ଅନୁମୋଦନ କରିଥିଲେ । ସଲମାନ ମଧ୍ୟ ଅତୁଲ ଅଗ୍ନିହୋତ୍ରୀଙ୍କୁ ବଲିଉଡରେ କ୍ୟାରିୟର କରିବାରେ ସାହାଯ୍ୟ କରିଥିଲେ । ସଲମାନ ଖାନ ଅତୁଲଙ୍କ ଫିଲ୍ମ ବୀରଗତିରେ କାମ କରିଥିଲେ । ଯଦିଓ ସଲମାନ ଚିହିଁକରି ମଧ୍ୟ ତାଙ୍କ ଭିଣୋଇ ଅତୁଲଙ୍କୁ ହିଟ୍ ଫିଲ୍ମ ଦେଇପାରିନଥିଲେ । ସଲମାନଙ୍କ ସୁପାରିଶ କ୍ରମେ ଅତୁଲ ବଲିଉଡରେ ଅନେକ ଚଳଚ୍ଚିତ୍ର ମଧ୍ୟ ପାଇଥିଲେ ।
କେବଳ ସଲମାନ ନୁହଁନ୍ତି, ଅତୁଲ ଏବଂ ଅଲଭିରାଙ୍କ ବିବାହରେ ତାଙ୍କ ପରିବାରର କୋୖଣସି ଆପତ୍ତି ନଥିଲା । ହିନ୍ଦୁ-ମୁସଲମାନ ପ୍ରସଙ୍ଗ ତାଙ୍କ ପରିବାର ପାଇଁ କିଛି ଗୁରୁତ୍ୱ ବହନ କରୁନଥିଲା, ତେଣୁ ତାଙ୍କ ପିତା ସଲିମ ଖାନ ମଧ୍ୟ ଏହି ସମ୍ପର୍କରେ ରାଜି ହୋଇଥିଲେ ଏବଂ ଦୁହେଁ ୧୯୯୬ରେ ବିବାହ କରିଥିଲେ । ଅତୁଲ ଏବଂ ଅଲଭିରାଙ୍କ ବିବାହକୁ ୨୪ ବର୍ଷ ପୂରଣ ହୋଇଛି ।
ଅଲଭିରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅ ଅୟାନ ଏବଂ ଝିଅ ଅଲିଜେହ । ସଲମାନଙ୍କ ପରିବାର ସହିତ ଅଲିଜେହଙ୍କୁ ପ୍ରାୟତଃ ଦେଖିବାକୁ ମିଳେ ।
ଆପଣଙ୍କୁ କହିରଖୁଛୁ ଯେ ଅତୁଲ ଅଗ୍ନିହୋତ୍ରୀ ୧୯୮୩ ଚଳଚ୍ଚିତ୍ର ‘ପସନ୍ଦ ଅପନି ଅପନି’ରେ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବରେ କାର୍ଯ୍ୟ କରିଥିଲେ । ୧୯୯୩ ମସିହାରେ ଅତୁଲଙ୍କ ପ୍ରଥମ ଚଳଚ୍ଚିତ୍ର ‘ସାର୍’ ଆସିଥିଲା । ଏହା ପରେ ସେ ‘ଆତିଷ’, ‘ନାରାଜ’, ‘ହୋତେ ହୋତେ ପ୍ୟାର ହୋ ଗୟା’, ସମେତ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ସୁନ୍ଦର ହୋଇଥିଲେ ମଧ୍ୟ ଅଲଭିରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବେ କାମ କରିନାହାନ୍ତି ।
ଯେତେବେଳେ ଅତୁଲ ହିରୋ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିପାରିନଥିଲେ ସେତେବେଳେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ନିଜ କାର୍ଯ୍ୟପନ୍ଥା ବାଛିଥିଲେ । ସେ ‘ହେଲୋ’, ‘ବଡିଗାର୍ଡ’, ଓ ‘ତେରୀ’ ଏବଂ ‘ଭାରତ’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯେଉଁଥିରେ ସଲମାନ ଖାନ କାମ କରିଛନ୍ତି ।