ସଲମାନ ଖାନଙ୍କ ହିରୋଇନ ରମ୍ଭା ଏବେ ବୋଲିଉଡ଼ ଠାରୁ ଦୂରରେ ! କାନାଡ଼ାରେ ରହନ୍ତି …

ସଲମାନ ଖାନଙ୍କ ହିରୋଇନ ରମ୍ଭା ଏବେ ବୋଲିଉଡ଼ ଠାରୁ ଦୂରରେ ! କାନାଡ଼ାରେ ରହନ୍ତି …

ସଲମାନ ଖାନଙ୍କ ସହିତ ‘ବନ୍ଧନ’ ଏବଂ ‘ଜୁଡ଼ୱା’ ଭଳି ହିଟ୍ ଫିଲ୍ମରେ କାମ କରିଥିବା ରମ୍ଭା ଏବେ ତିନି ପିଲାର ମା ଅଟନ୍ତି । ରମ୍ଭା ନିଜ ସ୍ୱାମୀ ଏବଂ ତିନି ପିଲାଙ୍କ ସହିତ କାନାଡ଼ାରେ ରହନ୍ତି । ରମ୍ଭା ଗତ କିଛି ବର୍ଷ ହେବ ଫିଲ୍ମରେ ନଜର ଆସି ନାହାଁନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହନ୍ତି । ନିଜର ଏବଂ ନିଜ ପରିବାରରର ଫୋଟ ସେୟାର କରିଥାନ୍ତି ।

ରମ୍ଭାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ । ତାଙ୍କ ଝିଅଙ୍କ ନାମ ଲାନ୍ୟା ଏବଂ ସାଶା ଅଟେ । ଲାନ୍ୟା ତାଙ୍କ ବଡ଼ ଝିଅ ଅଟନ୍ତି ଯାହାଙ୍କ ଜନ୍ମ ୨୦୧୧ରେ ହୋଇଥିଲା ଏବଂ ସାଶା ସାନ ଝିଅ ଯାହାଙ୍କ ଜନ୍ମ ୨୦୧୫ରେ ହୋଇଥିଲା ।

୨୦୧୮ରେ ତାଙ୍କ ପୁଅ ଜନ୍ମ ହୋଇଥିଲେ । ତାଙ୍କ ପୁଅଙ୍କ ନାମ ଶିବିନ ଅଟେ । ତାଙ୍କ ପୁଅ ବର୍ତ୍ତମାନ ଦୁଇ ବର୍ଷର ହୋଇ ଗଲେଣି । କାନାଡ଼ାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଚମକ ଧମକ ଠାରୁ ଦୂରରେ ସେ ଗୁମନାମର ଜୀବନ ବିତାଉଛନ୍ତି କିନ୍ତୁ ସେ ସେଥିରେ ଖୁସି ମଧ୍ୟ ଅଛନ୍ତି ।

୨୦୦୮ରେ ସେ ବିଜନେସ ମ୍ୟାନ ବିଜୟ ପଦ୍ମନାଭଣଙ୍କୁ ବିବାହ କରିଛନ୍ତି । ରମ୍ଭାଙ୍କ ବିବାହକୁ ନେଇ ଏକ ଖବର ଆସିଥିଲା ଯେ ବିବାହର କିଛି ବର୍ଷ ପରେ ହିଁ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିଲା । ଏହି କାରଣରୁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । କିଛି ବର୍ଷ ପରେ ବୁଝାମଣା ପରେ ସେ ଘରକୁ ଫେରି ଆସିଥିଲେ ।

୨୦୧୮ରେ ସଲମାନ ଯେତେବେଳେ ଦବଙ୍ଗର ଶୋ’ ପାଇଁ କାନାଡ଼ା ଯାଇଥିଲେ ସେତେବେଳେ ରମ୍ଭା ନିଜ ପରିବାର ସହିତ ସଲମାନଙ୍କୁ ଦେଖା କରିବାକୁ ଆସିଥିଲେ । ସଲମାନ ଖାନ ଏବଂ ତାଙ୍କ ଫୋଟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା । ସଲମାନଙ୍କ ସହିତ ରମ୍ଭା ୧୯୯୭ରେ ଆସିଥିବା ସୁପରହିଟ ଫିଲ୍ମ ଜୁଡ଼ୱାରେ କାମ କରିଥିଲେ । ଏହା ବ୍ୟତୀତ ବନ୍ଧନ ଫିଲ୍ମରେ ମଧ୍ୟ ସଲମାନଙ୍କ ସହିତ କାମ କରିଥିଲେ ।

କହିରଖୁଛୁ ଯେ ସେ ମୋଟ ୧୭ଟି ବୋଲିଉଡ଼ ଫିଲ୍ମ ଏବଂ ୧୦୦ରୁ ଅଧିକ ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରିଛନ୍ତି । ରମ୍ଭା ୧୯୯୫ରେ ଆସିଥିବା ଫିଲ୍ମ ‘ଜଲ୍ଲାଦ’ରୁ ବୋଲିଉଡ଼ରେ ଏଣ୍ଟ୍ରି କରିଥିଲେ । ରମ୍ଭା ବୋଲିଉଡ଼ର ବଡ଼ ବଡ଼ ଅଭିନେତାଙ୍କ ସହିତ କାମ କରିଛନ୍ତି । ଏହି ଅଭିନେତାଙ୍କ ମଧ୍ୟରୁ ସଲମାନ ଖାନ, ରଜନୀକାନ୍ତ, ଗୋବିନ୍ଦା, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ରହିଛି ।

ଆପଣଙ୍କୁ କହିରଖୁଛୁ ଯେ ରମ୍ଭାଙ୍କ ଅସଲ ନାମ ବିଜୟଲକ୍ଷ୍ମୀ ଅଟେ । ତାଙ୍କ ଜନ୍ମ ଜୁନ ୫, ୧୯୭୬ରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ହୋଇଥିଲା । ହୁଏତ ଅଧିକାଂଶ ଲୋକ ବିଜୟଲକ୍ଷ୍ମୀଙ୍କୁ ରମ୍ଭାଙ୍କ ନାମରେ ଜାଣିଛନ୍ତି । ଏହା ଏଥିପାଇଁ କାରଣ ସେ ଅଧିକାଂଶ ଫିଲ୍ମରେ ରମ୍ଭା ନାମରେ କାମ କରିଛନ୍ତି । ରମ୍ଭା ୧୬ ବର୍ଷ ବୟସରେ ହିଁ ଫିଲ୍ମରେ କାମ କରିବା ଆରମ୍ଭ କରି ଦେଇଥିଲେ ।

ସାଉଥ ଫିଲ୍ମରେ କାମ କରିବା ପରେ ରମ୍ଭା ବୋଲିଉଡ଼ରେ ଏଣ୍ଟ୍ରି ନେଇଥିଲେ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ‘ସଜନା’, ‘ମେ ତେରେ ପ୍ୟାର ମେ ପାଗଲ’, ‘କ୍ରୋଧ’, ‘ବେଟି ନମ୍ବର 1’, ‘ଘରବାଲି ବାହାରବାଲି’, ‘କ୍ୟୋକି ମେ ଝୁଠ ନେହି ବୋଲତା’, ‘ଜାନୀ ଦୁଶମନ’ : ଏକ ଅନୋଖି କାହାନୀ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିଅର ଏତେ ଖାସ୍ ଚାଲି ନଥିଲା । କିଛି ଫିଲ୍ମ ହିଟ୍ ଥିଲା କିନ୍ତୁ ଅଧିକାଂଶ ଫିଲ୍ମରେ ଅସଫଳତା ମିଳିଥିଲା ।

ଲୋକେ ତାଙ୍କୁ ଦିବ୍ୟା ଭାରତୀଙ୍କ ନକଲ ବୋଲି କହୁଥିଲେ । ବୋଲିଉଡ଼ରେ ରମ୍ଭାଙ୍କର ଶେଷ ଫିଲ୍ମ ‘ଦୁକାନ ପିଲା ହାଉସ’ ଥିଲା । ଏହାପରେ ସେ ‘ଭୋଜପୁରୀ’, ‘ମାଲୟଲମ’ ଏବଂ ‘କନ୍ନଡ଼’ ଫିଲ୍ମରେ କାମ କରିଥିଲେ । ଶେଷ ଥର ପାଇଁ ସେ ପରଦାରେ ୨୦୧୧ ମସିହାରେ ମାଲୟଲମ ଫିଲ୍ମ ‘ଫିଲ୍ମଷ୍ଟାର’ ଜରିଆରେ ନଜର ଆସିଥିଲେ ।

୯୦ ଦଶକରେ ରମ୍ଭା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଚେହେରା ଭାବରେ ପରିଚିତ ଥିଲେ କିନ୍ତୁ ବର୍ତ୍ତମାନ ସେ ଫିଲ୍ମ ଠାରୁ ଦୂରରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *