କରିନାଙ୍କ ବୋହୂ ହେବାକୁ ଚାହଁନ୍ତି ନୋରା ଫତେହି ! ତୈମୁର ସହିତ କରିବା ପାଇଁ ଚାହଁନ୍ତି ବାହାଘର …

କରିନାଙ୍କ ବୋହୂ ହେବାକୁ ଚାହଁନ୍ତି ନୋରା ଫତେହି ! ତୈମୁର ସହିତ କରିବା ପାଇଁ ଚାହଁନ୍ତି ବାହାଘର …

ନୋରା ଫତେହି କରୀନାଙ୍କ ବୋହୂ ହେବାକୁ ଚାହୁଁଛନ୍ତି, କରୀନାଙ୍କ ସାମ୍ନାରେ ଟୈମୁରଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ।

ସୈଫ ଅଲି ଖାଁ ଓ କରିନା କପୂରଙ୍କ ଗେଲ୍ହା ପୁଅ ତୈମୁର ଅଲି ଖାଁ ଦେଶର ସବୁଠାରୁ କମ୍ ବୟସର ସୁପରଷ୍ଟାର ସେଲିବ୍ରିଟି ଅଟେ । ଜନ୍ମ ଗ୍ରହଣ କରିବା ପରଠାରୁ ସେ ନିଜ ନାମକୁ ନେଇ ଲାଇମ ଲାଇଟରେ ଆସି ଯାଇଥିଲେ । ତାଙ୍କର ପ୍ରସିଦ୍ଧି ଏତେ ବଢିଯାଇଛି ଯେ ବର୍ତ୍ତମାନ ତାଙ୍କ ପାଇଁ ବାହାଘର ପ୍ରସ୍ତାବ ମଧ୍ୟ ଆସିବାକୁ ଲାଗୁଛି ।

ନିଜ ଡାନ୍ସ ମୁଭସରୁ ଲକ୍ଷ କୋଟି ଲୋକଙ୍କ ହୃଦୟର ସ୍ପନ୍ଦନ ହୋଇଥିବା ଅଭିନେତ୍ରୀ ନୋରା ଫତେହି ନିକଟରେ ତୈମୁର ଅଲି ଖାଁଙ୍କ ସହିତ ବିବାହ କରିବା ପାଇଁ ଇଚ୍ଛା ଜାହିର କରିଥିଲେ । ବାସ୍ତବରେ, ଏହା ସେ କରିନା କପୂରଙ୍କ ଧାରାବାହିକ ‘ୱାଟ ବୁମେନ ୱାଣ୍ଟ’ର ଏକ ଏପିଷୋଡ଼ରେ କହିଥିଲେ ।

ନିକଟରେ ଏହି ଶୋ’ର ଅତିଥି ହୋଇଥିବା ନୋରା ଫତେହି କରିନାଙ୍କ ସହ କଥା ହୋଇ କହିଥିଲେ ଯେ, ‘ମୁଁ ଆଶା କରୁଛି ଯେ ତୁମେ ଖୁବଶୀଘ୍ର ବଡ଼ ହୋଇଯାଅ ଓ ମୁଁ ଆପଣଙ୍କ ସହିତ ବିବାହ କରିବା ବିଷୟରେ ଚିନ୍ତା କରିପାରିବି । ନୋରାଙ୍କ ଏହି କଥା ଶୁଣି କରିନା ନିଜ ହସ ଅଟକାଇ ପାରିଲେ ନାହିଁ ଏବଂ ଉତ୍ତରରେ କହିଲେ, ‘ଏବେ ସେ ମାତ୍ର ୪ ବର୍ଷର ଅଟେ । ଏବେ ବହୁତ ସମୟ ବାକି ଅଛି । ‘ଯଦିଓ ନୋରା ଅପେକ୍ଷା କରିବା ପାଇଁ ମଧ୍ୟ ରାଜି ହୋଇଯାଇଥିଲେ କହିଲେ, ‘କୌଣସି କଥା ନୁହେଁ ମୁଁ ଅପେକ୍ଷା କରିନେବି ।’

ସୋସିଆଲ ମିଡ଼ିଆରେ କରିନାଙ୍କ ଏହି ଶୋ’ର କ୍ଲିପ ଖୁବ୍ ବେଗରେ ଭାଇରଲ ହେଉଛି । ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ସେମିତିରେ ମଧ୍ୟ କରିନାଙ୍କ ଏହି ଶୋ’ ନାରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଅଟେ, ଯେଉଁଠାକୁ ସେମାନେ ଆସି ଅନେକ ଅକୁହା କାହାଣୀ କୁହନ୍ତି । କହିବା ଭୁଲ ହେବ ନାହିଁ ଯେ ଯେଉଁ ନୋରାଙ୍କ କୋଟି କୋଟି ଦିୱାନା ଅଛନ୍ତି, ସେ ନିଜ ଜୀବନସାଥୀ ଆଗରୁ ହିଁ ଖୋଜି ନେଇଛନ୍ତି । ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ବର୍ତ୍ତମାନ ସେମାନେ ଚଳଚ୍ଚିତ୍ର ‘ଭୁଜ ଦ ପ୍ରାଇଡ଼ ଅଫ ଇଣ୍ଡିଆ’ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଅଜୟ ଦେବଗଣଙ୍କ ସହ ନଜର ଆସିବେ ।

Leave a Reply

Your email address will not be published. Required fields are marked *