୧୫ ବର୍ଷୀୟା ଝିଅର ହିରୋଇନ ହେବାର ପ୍ରଶ୍ନ ଉପରେ କ୍ରୋଧିତ ହେଲେ କରିସ୍ମା କପୁର ! ତାପରେ ଯାହା ହେଲା ତାକୁ ଶୁଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ …

୧୫ ବର୍ଷୀୟା ଝିଅର ହିରୋଇନ ହେବାର ପ୍ରଶ୍ନ ଉପରେ କ୍ରୋଧିତ ହେଲେ କରିସ୍ମା କପୁର ! ତାପରେ ଯାହା ହେଲା ତାକୁ ଶୁଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ …

ବଲିଉଡର ଅନେକ ଷ୍ଟାରକିଡ ବଲିଉଡରେ ପ୍ରବେଶ କରିସାରିଛନ୍ତି । ସାରା ଅଲ୍ଲୀ ଖାନ, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର, ପ୍ରନୁତନ ବହଲ, ବର୍ଦ୍ଧନ ପୁରୀ ଭଳି ଷ୍ଟାର କିଡ ଚଳଚ୍ଚିତ୍ର ଜଗତରେ ପାଦ ରଖିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ସମସ୍ତଙ୍କୁ ସଫଳତା ମିଳିନାହିଁ । ରିପୋର୍ଟ ଅନୁଯାୟୀ, ଆଉ ଏକ ଷ୍ଟାରକିଡ ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ସେ ହେଉଛନ୍ତି କରିସ୍ମା କପୁରଙ୍କ ଝିଅ ସମାୟରା କପୁର । ତେବେ ସ୍ପଟବୟ ସହ ସାକ୍ଷାତକାରରେ କରିସ୍ମା ଏ ବିଷୟରେ ବଡ଼ ଖୋଲାସା କରିଛନ୍ତି । କହିରଖୁଛୁ ଯେ, କରିସ୍ମା ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି ।

ଆପଣଙ୍କ ଝିଅ ସମାୟରା ଡେବ୍ୟୁ କରିବାକୁ ଯାଉଛନ୍ତି, ଏଥିରେ କେତେ ସତ୍ୟତା ରହିଛି ? ଏହାର ଉତ୍ତର ଦେଇ କରିସ୍ମା କହିଛନ୍ତି ଯେ, ଆପଣଙ୍କୁ କିଏ କହିଲା, ଏହା ସତ୍ୟ ନୁହେଁ । ମୋ ଝିଅ ଚଳଚ୍ଚିତ୍ର ସହ ଜଡିତ ପ୍ରତ୍ୟେକ ଜିନିଷ ପସନ୍ଦ କରୁଥିଲେ ମଧ୍ୟ ବର୍ତ୍ତମାନ ସମୟରେ ସେ ପରଦା ପଛରେ ରହିଛି ।

କରିସ୍ମା କହିଛନ୍ତି ଯେ, ସମାୟରା ଏବଂ ତାଙ୍କ ଗ୍ରୁପ ଏକ ପରୀକ୍ଷଣ କରୁଛନ୍ତି । ସେ ସମ୍ପୂର୍ଣ୍ଣ ବିଷୟରେ ଶିଖୁଛନ୍ତି । ଏହି ସମୟରେ କୌଣସି ପ୍ରକାରର ଯୋଜନା ନାହିଁ । ମୁଁ ଆପଣଙ୍କୁ କହିରଖୁଛି ଯେ, ସମାୟରା ବହୁତ ଛୋଟ ଅଛି ଏବଂ ସେ ସ୍କୁଲରେ ପଢୁଛି । ଏହି ସମୟରେ ସମାୟରା ଯାହା କିଛି ମଧ୍ୟ କରୁଛି, ତାହା କେବଳ ଅତିରିକ୍ତ କାର୍ଯ୍ୟକଳାପ ଅଟେ, ଏହାଠାରୁ ଅଧିକ ଆଉ କିଛି ନୁହେଁ ।

କଣ ଆପଣ ସମାୟରାଙ୍କୁ ନିଜ ଭଳି ଅଭିନେତ୍ରୀ କରିବାକୁ ଚାହୁଁଛନ୍ତି, ଏହି ପ୍ରଶ୍ନର ଉତ୍ତରରେ କରିସ୍ମା କହିଥିଲେ ଯେ, ଏସବୁ ତା ଠାରୁ ଉପରେ ଅଟେ । ମୁଁ ତାକୁ କେବେ ମଧ୍ୟ ବାଧ୍ୟ କରିବି ନାହିଁ । କିନ୍ତୁ ସେ ଯାହା ବି କରୁ, ମୁଁ ତା ସହ ଛିଡା ହେବି । ମୁଁ ତାର ପ୍ରତ୍ୟେକ ନିଷ୍ପତ୍ତିକୁ ସମ୍ମାନ କରିବି ।

କରିସ୍ମାଙ୍କ ଝିଅ ସମାୟରା ୧୫ ବର୍ଷର ହୋଇ ଯାଇଛନ୍ତି । ସମାୟରାଙ୍କର ଜନ୍ମ ୧୧ ମାର୍ଚ୍ଚ ୨୦୦୫ ମସିହାରେ ମୁମ୍ବାଇରେ ହୋଇଥିଲା । ତେବେ କରିସ୍ମାଙ୍କ ମା ଏବଂ ବାପା ଅର୍ଥାତ କରିସ୍ମା ଏବଂ ସଞ୍ଜୟଙ୍କର ଛାଡ଼ପତ୍ର ହୋଇସାରିଛି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସମାୟରା ନିଜ ବାପାଙ୍କର ଅତ୍ୟନ୍ତ ନିକଟତର ଅଟନ୍ତି । ସେ ପ୍ରାୟତଃ ନିଜ ଭାଇ କିୟାନଙ୍କ ସହ ବାପାଙ୍କ ସହ ଦେଖା କରିବାକୁ ଯାଇଥାନ୍ତି ।

ଛାଡ଼ପତ୍ର ପରେ ସଞ୍ଜୟ ପିଲାମାନଙ୍କ ନାମରେ ୧୦ କୋଟି ଟଙ୍କାର ଟ୍ରଷ୍ଟ ଖୋଲିଥିବାବେଳେ କରିସ୍ମାଙ୍କୁ ଏକ ଡୁପ୍ଲେସ ଦେଇଥିଲେ । କହିରଖୁଛୁ ଯେ, ସଞ୍ଜୟ ପିଲାମାନଙ୍କ ପାଠପଢା ଏବଂ ବାକି ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି ।

୨୯ ସେପ୍ଟେମ୍ବର ୨୦୦୩ ମସିହାରେ କରିସ୍ମା ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ଏହା କରିସ୍ମାଙ୍କ ପ୍ରଥମ ଏବଂ ସଞ୍ଜୟଙ୍କ ଦ୍ଵିତୀୟ ବିବାହ ଥିଲା । ୨୦୧୨ ମସିହାରେ ଦୁହେଁ ଅଲଗା ହୋଇ ଯାଇଥିଲେ । ମା ବବିତାଙ୍କ ସହ କରିସ୍ମା ମୁମ୍ବାଇରେ ରହିବାକୁ ଲାଗିଥିଲେ ।

Leave a Reply

Your email address will not be published. Required fields are marked *