ବସ୍ ଡ୍ରାଇଭରଙ୍କର ପୁଅ ସୁପରଷ୍ଟାର୍ ଓ ଦକ୍ଷିଣ ଭାରତୀୟ ଅଭିନେତା ୟଶ ନିଜର ୩୪ତମ ଜନ୍ମଦିନ ପାଳନ କରିଲେ !

ବସ୍ ଡ୍ରାଇଭରଙ୍କର ପୁଅ ସୁପରଷ୍ଟାର୍ ଓ ଦକ୍ଷିଣ ଭାରତୀୟ ଅଭିନେତା ୟଶ ନିଜର ୩୪ତମ ଜନ୍ମଦିନ ପାଳନ କରିଲେ !

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ୟଶ ଜଣେ ଜଣାଶୁଣା ନାମ ଅଟନ୍ତି । କେଜିଏଫରେ କାମ କରିବା ପରେ ତାଙ୍କ ଲୋକପ୍ରିୟତାରେ ଅନେକ ବୃଦ୍ଧି ହୋଇଛି । ଆହ ୟଶ ନିଜର ୩୪ତମ ଜନ୍ମଦିନ ପାଳନ କଲେ । ୟଶଙ୍କୁ ‘ରୋକିଙ୍ଗ ଷ୍ଟାର’ ନାମରେ ଜାଣିଥାନ୍ତି । ଜନ୍ମଦିନ ଅବସରରେ ୟଶଙ୍କର ଆଗାମୀ ଚଳଚ୍ଚିତ୍ର ‘କେଜିଏଫ ଚ୍ୟାପ୍ଟର ୨’ର ଟିଜର ମଧ୍ୟ ରିଲିଜ ହୋଇଛି । ଆଜି ଏକ ସୁପରଷ୍ଟାର ହୋଇ ସାରିଥିବା ୟଶ ପିଲାଦିନେ ଦାରିଦ୍ର୍ୟତାର ସମ୍ମୁଖୀନ କରିସାରିଛନ୍ତି । ତେବେ ଚାଲନ୍ତୁ ଜନ୍ମଦିନ ଅବସରରେ ଆପଣଙ୍କୁ ୟଶଙ୍କର ଜୀବନ ସହ ଜଡିତ କିଛି ଜଣାଶୁଣା କଥା ବିଷୟରେ ଜାଣିବା ।

ପ୍ରସିଦ୍ଧ ୟଶଙ୍କର ପ୍ରକୃତ ନାମ ନବୀନ କୁମାର ଗୋୖଡ଼ା ଅଟେ । କର୍ଣ୍ଣାଟକର ହାସନ ଜିଲ୍ଲାର ଏକ ଛୋଟ ସହରରେ ୟଶଙ୍କର ଜନ୍ମ ୮ ଜାନୁଆରୀ ୧୯୮୬ ମସିହାରେ ହୋଇଥିଲା । ତାଙ୍କ ପରିବାର ଏକ ମଧ୍ୟବିତ୍ତ ପରିବାର ଥିଲା । ୟଶଙ୍କର ପିତା କେଏସଆରଟିସି ପରବହନ ସେବାର ବସ୍ ଡ୍ରାଇଭର ଭାବରେ କାମ କରୁଥିଲେ ।

ମୈସୁରରେ ନିଜ ଶିକ୍ଷାଲାଭ ସମ୍ପୂର୍ଣ୍ଣ କରିବାପରେ ୟଶ ନିଜ ଅଭିନୟର ସ୍ବପ୍ନର ପିଛା କରିବାପାଇଁ ବେଙ୍ଗାଲୁରୁ ଚାଲି ଯାଇଥିଲେ ଏବଂ ଖୁବଶୀଘ୍ର ପ୍ରସିଦ୍ଧ ନାଟକକାର ବିବି କରନାଥଙ୍କ ଦ୍ୱାରା ଗଠିତ ଲୋକପ୍ରିୟ ବେନାକା ଥିଏଟର ମଣ୍ଡଳୀରେ ଅନ୍ତର୍ଭୁକ୍ତ ହୋଇ ଯାଇଥିଲେ ।

ଏକ ସାକ୍ଷାତକାରରେ ୟଶ କହିଥିଲେ ଯେ, ତାଙ୍କ ପିତା ବର୍ତ୍ତମାନ ମଧ୍ୟ ବସ୍ ଡ୍ରାଇଭର ଭାବରେ କାମ କରୁଛନ୍ତି ଏବଂ ଏହା ତାଙ୍କୁ ଗ୍ରାଉଣ୍ଡେଣ୍ଡ ରଖିଥାଏ । କେଜିଏଫର ପୂର୍ବ ରିଲିଜ କାର୍ଯ୍ୟକ୍ରମ ମାଧ୍ୟମରେ ଏସଏସ ରାଜମୌଳି କହିଥିଲେ ଯେ, ୟଶ ଜଣେ ବସ୍ ଡ୍ରାଇଭରଙ୍କର ପୁଅ ଅଟନ୍ତି, ଏହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମୋତେ କୁହାଗଲା ଯେ, ତାଙ୍କ ପିତା ଆଜି ମଧ୍ୟ ବସ୍ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି । ମୋ ପାଇଁ ୟଶଙ୍କର ପିତା ଅଭିନେତାଙ୍କ ଠାରୁ ଅଧିକ ଅସଲି ଷ୍ଟାର ଅଟନ୍ତି ।

ୟଶ ମୋଗନା ମୋନସୁ ଚଳଚ୍ଚିତ୍ର ମାଧ୍ୟମରେ ୨୦୦୮ ମସିହାରେ ଡେବ୍ୟୁ କରିଥିଲେ । ସେ ତାଙ୍କ ଭାବି ପତ୍ନୀ ରାଧୀକାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ସଫଳ ହୋଇଥିଲା ଏବଂ ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାରେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ସେ ମୋଡ଼ାଲାଶାଳା, ରାଜଧାନୀ, କିରତିକା, ଡ୍ରାମା, ଗୁଗଲି, ରାଜା ହୁଲି, ଗଜକେଶରୀ, ମିଷ୍ଟର ସହ ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ଶ୍ରୀମତୀ ରାମଚାରି (୨୦୧୪), କୃତି (୨୦୧୫) ଏବଂ କେଜିଏଫ ଚ୍ୟାପ୍ଟର ୧ (୨୦୧୮)ର ସଫଳତା ପାଇଁ ତାଙ୍କୁ ଲୋକପ୍ରିୟ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ମାନଙ୍କ ମଧ୍ୟରେ ସ୍ଥାନ ମିଳିଛି । ଆଜିକାର ସମୟରେ ୟଶ ସବୁଠାରୁ ଅଧିକ ଦାମିକା କଳାକାର ମାନଙ୍କ ମଧ୍ୟରୁ ଜଣେ ହୋଇ ଯାଇଛନ୍ତି । କନ୍ନଡ଼ ଚଳଚ୍ଚିତ୍ରର ସବୁଠାରୁ ଦାମିକା ପ୍ରକଳ୍ପ କେଜିଏଫର ଅଦ୍ଭୂତପୂର୍ବ ସଫଳତା ପରେ ୟଶଙ୍କ ବିଷୟରେ କୁହାଯାଉଛି ଯେ, ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୧୫ କୋଟି ଟଙ୍କା ଚାର୍ଜ କରିବାପାଇଁ ଭାବୁଛନ୍ତି ।

ୟଶଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଦୀର୍ଘ ସମୟ ଧରି ୟଶ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ସମ୍ପର୍କରେ ରହିଥିଲେ, ତାପରେ ଉଭୟେ ସାର୍ବଜନୀନ ଭାବରେ ଏ ବିଷୟରେ ଖୋଲାସା କରିଥିଲେ, ତାଙ୍କର ନିର୍ବନ୍ଧ ୧୨ ଅଗଷ୍ଟ ୨୦୧୬ରେ ଗୋଆରେ ହୋଇଥିଲା । ସେମାନେ ୯ ଡିସେମ୍ବର ୨୦୧୬ରେ ବାଙ୍ଗାଲୋରର ଏକ ଘରୋଇ ସମାରୋହରେ ବିବାହ କରିଥିଲେ, ଯେତେବେଳେ କି ୟଶ ବାଙ୍ଗାଲୋର ପେଲେସରେ ନିଜ ରିସେପସନ ପାଇଁ କର୍ଣ୍ଣାଟକରୁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ।

ୟଶଙ୍କ ଘରେ ପ୍ରଥମେ ତାଙ୍କ ଝିଅ ଆୟରାଙ୍କର ଜନ୍ମ ୨୧ ଡିସେମ୍ବର ୨୦୧୮ରେ ହୋଇଥିଲା । ଏଥିସହିତ ତାଙ୍କ ଦ୍ଵିତୀୟ ପିଲା ଏକ ପୁଅ ୟାଥରବଙ୍କର ଜନ୍ମ ୩୦ ଅକ୍ଟୋବର ୨୦୧୯ରେ ହୋଇଥିଲା । ୩୪ତମ ଜନ୍ମଦିନ ପାଳନ କାଲେ ୟଶ, ବସ୍ ଡ୍ରାଇଭରଙ୍କର ପୁଅ ହେଲେ ସୁପରଷ୍ଟାର ।

Leave a Reply

Your email address will not be published. Required fields are marked *