ପ୍ରସିଦ୍ଧ ଗାୟିକା ନେହା କକ୍କର, ହିମେଶ ରେଶମିଆ, ବିଶାଲ ଦଦଲାନି ବର୍ତ୍ତମାନ ଲୋକପ୍ରିୟ ଟିଭି ଶୋ’ଇଣ୍ଡିଆନ ଆଇଡଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । କହିରଖୁଛୁ ଯେ, ୩ଜଣ କଳାକାର ଏହି ଶୋ’ର ଜଜ ଅଟନ୍ତି ଏବଂ ଏହାର ସିଜନ୧୨ ଆଜିକାଲି ବହୁତ ଚର୍ଚ୍ଚାରେ ଆସୁଛି । ଶୋ’କୁ ମହାନ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ହୋଷ୍ଟ କରୁଛନ୍ତି ।
ଇଣ୍ଡିଆନ ଆଇଡଲ ସଙ୍ଗୀତ ଜଗତର ସବୁଠାରୁ ପ୍ରସିଦ୍ଧ ଶୋ’ ମଧ୍ୟରୁ ଗୋଟିଏ ଅଟେ । ଏହି ଶୋ’ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶକୁ ଅନେକ ଗାୟକ ଏବଂ ଗାୟିକା ଦେଇଛି । ଏହିପରି ଏକ ଗାୟକ ଥିଲେ ସନ୍ଦୀପ ଆଚାର୍ଯ୍ୟ । ରାଜସ୍ଥାନର ବିକାନେରର ସନ୍ଦୀପ ଆଚାର୍ଯ୍ୟ ଇଣ୍ଡିଆନ ଆଇଡଲର ଦ୍ୱିତୀୟ ସିଜନର ଟାଇଟଲ ଜିତିଥିଲେ ଏବଂ ବିଶେଷ କଥା ହେଉଛି ଏହି ସିଜନରେ ନେହା କକ୍କର ମଧ୍ୟ ଥିଲେ ଏବଂ ସନ୍ଦୀପ ନେହାକୁ ମଧ୍ୟ ପରାସ୍ତ କରିଥିଲେ ।
ସନ୍ଦୀପ ଆଚାର୍ଯ୍ୟ ନିଜ ସ୍ୱରରେ ସମସ୍ତ ଲୋକଙ୍କୁ ପାଗଳ କରିଦେଇଥିଲେ । ମାତ୍ର ୨୨ବର୍ଷ ବୟସରେ ସେ ଇଣ୍ଡିଆନ ଆଇଡଲର ଟାଇଟଲ ଜିତିଥିଲେ । କିନ୍ତୁ ସନ୍ଦୀପ ଖୁବ ଶୀଘ୍ର ଦୁନିଆ ଛାଡି ଚାଲିଯାଇଥିଲେ । ଇଣ୍ଡିଆନ ଆଇଡଲ ଟାଇଟଲ ଜିତିବାର କିଛି ବର୍ଷ ପରେ ସନ୍ଦୀପ ଏହି ଦୁନିଆକୁ ବିଦାୟ ଦେଇଥିଲେ ।
ସନ୍ଦୀପ ଆଚାର୍ଯ୍ୟ ଇଣ୍ଡିଆନ ଆଇଡଲରେ ନିଜ ସ୍ୱରର ଯାଦୁ ବିସ୍ତାର କରିଦେଇଥିଲେ ଏବଂ ସେ ଦ୍ୱିତୀୟ ସିଜିନର ଟାଇଟଲ ନିଜ ନାମରେ କରି ହଲଚଲ ସୃଷ୍ଟି କରିଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରେ ସେହି ସମୟରେ ସନ୍ଦୀପ ଆଚାର୍ଯ୍ୟଙ୍କୁ ବହୁତ ପସନ୍ଦ କରାଯାଉଥିଲା ଏବଂ ଅନ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ସନ୍ଦୀପ ଆଚାର୍ଯ୍ୟଙ୍କୁ ନେଇ ଭୟ ଥିଲା ।
ଏହି କଥା ସମସ୍ତେ ଜାଣନ୍ତି ଯେ, ନେହା କକ୍କର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ, ଚାହିଦା, ମହଙ୍ଗା ଏବଂ ସଫଳ ଗାୟିକା ଅଟନ୍ତି ଏବଂ ଏହି କଥା ମଧ୍ୟ ଅନେକ ଲୋକ ଜାଣିଛନ୍ତି କି, ନେହା ମଧ୍ୟ ଇଣ୍ଡିଆନ ଆଇଡଲର ଦ୍ୱିତୀୟ ସିଜନରେ ପ୍ରତିଯୋଗୀ ଭାବରେ ଆସିଥିଲେ । କିନ୍ତୁ ଆପଣଙ୍କୁ ଏହି କଥାରେ ଝଟକା ଲାଗିପାରେ କି, ସେ ତୃତୀୟ ରାଉଣ୍ଡରୁ ହିଁ ବାହାର ହୋଇଯାଇଥିଲେ । ସର୍ବଶେଷରେ ସମସ୍ତଙ୍କୁ ହରାଇ ସନ୍ଦୀପ ଇଣ୍ଡିଆନ ଆଇଡଲର ଦ୍ୱିତୀୟ ସିଜିନର ବିଜେତା ହେବାରେ ସଫଳ ହୋଇଥିଲେ ।
ସନ୍ଦୀପ ଆଚାର୍ଯ୍ୟ ଇଣ୍ଡିଆନ ଆଇଡଲର ଦ୍ୱିତୀୟ ସିଜନର ଟାଇଟଲ ଜିତିବା ମାତ୍ରେ ସମଗ୍ର ଦେଶରେ ନିଜ ନାମର ତରଙ୍ଗ ସୃଷ୍ଟି କରିଥିଲେ । ଇଣ୍ଡିଆନ ଆଇଡଲର ଟ୍ରଫି ସହିତ ସନ୍ଦୀପ ଆଚାର୍ଯ୍ୟଙ୍କୁ ଏକ ସୁନ୍ଦର କାର, ସୋନି ବିଏମଜି ସହିତ ୧କୋଟିର ଚୁକ୍ତି ଏବଂ ଏକ ମ୍ୟୁଜିକ ଆଲବମର ଚୁକ୍ତି ମଧ୍ୟ ମିଳିଥିଲା ।
ଇଣ୍ଡିଆନ ଆଇଡଲ ବିଜେତା ହେବା ପରେ ସନ୍ଦୀପଙ୍କ ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ଏବଂ ବହୁତ ସଫଳ ଦେଖାଯାଉଥିଲା । କିନ୍ତୁ ମାତ୍ର ୨୯ବର୍ଷ ବୟସରେ ସନ୍ଦୀପଙ୍କର ମୃତ୍ୟୁ ହୋଇଥିଲା । ସନ୍ଦୀପ ଜଣ୍ଡିସର ଶିକାର ହୋଇଯାଇଥିଲେ । ଗୁରୁଗ୍ରାମର ଏକ ଡାକ୍ତରଖାନାରେ ପ୍ରାୟ ୧୫ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା କିନ୍ତୁ ସନ୍ଦୀପ ଆଚାର୍ଯ୍ୟଙ୍କୁ ଉଦ୍ଧାର କରାଯାଇ ପାରିଲାନାହିଁ । ସେ ୧୫ ଡିସେମ୍ବର ୨୦୧୩ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।