ଗୋଟିଏ  ସମୟରେ ଖରାପ ଚେହେରା କାରଣରୁ ମିଳୁନଥିଲା କାମ, ଆଜି ଏହି କଳାକାର ମାନଙ୍କୁ ସାରା ଦୁନିଆଁ ସଲାମ କରିଥାଏ !

ଗୋଟିଏ ସମୟରେ ଖରାପ ଚେହେରା କାରଣରୁ ମିଳୁନଥିଲା କାମ, ଆଜି ଏହି କଳାକାର ମାନଙ୍କୁ ସାରା ଦୁନିଆଁ ସଲାମ କରିଥାଏ !

ଆଜିର ସମୟରେ କୌଣସି ବ୍ୟକ୍ତିଙ୍କୁ ବଲିଉଡରେ ବଡ଼ ନାମ କମାଇବା ପାଇଁ ମୁହଁ, ସୁନ୍ଦରତା ଏବଂ ଲୁକ୍ ଏଥିରେ ବହୁତ ଆବଶ୍ୟକୀୟ ହୋଇଥାଏ, ତେବେ ଏହା ସତ୍ତ୍ୱେ ମଧ୍ୟ ଏଭଳି କିଛି ଅଭିନେତା ରହିଛନ୍ତି, ଯେଉଁମାନେ ଏହି କାରଣରୁ ଋଜେକ୍ସନର ସାମ୍ନା କରିଛନ୍ତି କିନ୍ତୁ ସେମାନେ ବର୍ତ୍ତମାନ ସମୟରେ ବଲିଉଡର ବଡ଼ କଳାକାର ଅଟନ୍ତି । ଆଜି ଏଭଳି ୬ଜଣ ଅଭିନେତାଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧) ଗୋବିନ୍ଦା:-

ବର୍ତ୍ତମାନ ସମୟରେ ଚଳଚ୍ଚିତ୍ରରେ ଗୋବିନ୍ଦା ବହୁତ କମ୍ ଦେଖା ଯାଉଛନ୍ତି, ତେବେ ସେ ତାଙ୍କ ସମୟରେ ବହୁତ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ଗୋବିନ୍ଦାଙ୍କୁ ମଧ୍ୟ କ୍ୟାରିଅରର ପ୍ରାରମ୍ଭିକ ଦିନରୁ ଋଜେକ୍ସନର ସମ୍ମୁଖୀନ କରିବାକୁ ପଡିଛି । ବିଶେଷ କଥା ହେଉଛି ଯେ, ସେ ପ୍ରାରମ୍ଭରୁ ବହୁତ ଯୁବକ ଦେଖା ଯାଉଥିଲେ ଏବଂ ଏହି କାରଣରୁ ତାଙ୍କୁ ରୋଲ ମିଳୁନଥିଲା କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ସମସ୍ତେ ଜାଣିଛନ୍ତି ।

୨) ଅମିତାଭ ବଚ୍ଚନ:-

ଗତ ଶତାଦ୍ଦୀର ମହାନାୟକ ଏବଂ ହିନ୍ଦୀ ସିନେମାର ସବୁଠାରୁ ବଡ଼ କଳାକାର ଅମିତାଭ ବଚ୍ଚନଙ୍କୁ ତାଙ୍କ ଉଚ୍ଚତା ଯୋଗୁଁ ପ୍ରାରମ୍ଭରେ କାମ ମିଳୁନଥିଲା । ସଫଳତା ପାଇବାପାଇଁ ତାଙ୍କୁ ୮ ବର୍ଷ ପର୍ଯ୍ୟନ୍ତର ଲମ୍ବା ଅପେକ୍ଷା କରିବାକୁ ପଡିଥିଲା । ଆଜି ଅମିତାଭ ବଚ୍ଚନଙ୍କର ପ୍ରଶଂସକ ସମଗ୍ର ବିଶ୍ୱରେ ଅଛନ୍ତି । ତାଙ୍କ କଥା ମଧ୍ୟ ଲୋକଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଅଟେ ।

୩) ଧନୁଷ:-

ଧନୁଷ ଜଣେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଅଟନ୍ତି । ସେ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିସାରିଛନ୍ତି । ଧନୁଷଙ୍କୁ ମଧ୍ୟ ପ୍ରାରମ୍ଭିକ ଦିନରେ କାମ ମିଳୁନଥିଲା । ଦେଖିବାକୁ ଗଲେ ସେ ନିଜ ମୁହଁ ଏବଂ ରଙ୍ଗ କାରଣରୁ ହିରୋର ମାନଦଣ୍ଡକୁ ଛୁଇଁ ପାରୁନଥିଲେ କିନ୍ତୁ ସେ ନିଜ ଆକର୍ଷଣୀୟ ଅଭିନୟ ଯୋଗୁଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

୪) ଅଜୟ ଦେବଗନ:-

ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ମାନଙ୍କ ମଧ୍ୟରେ ଅଜୟ ଦେବଗନଙ୍କୁ ମଧ୍ୟ ପରିଗଣିତ କରାଯାଇଥାଏ । ପ୍ରାରମ୍ଭିକ ଦିନରେ ଅଜୟ ଦେବଗନଙ୍କର ରଙ୍ଗ ତାଙ୍କର ସାଥ ଦେଉନଥିଲା । ଏହି କାରଣରୁ ତାଙ୍କୁ ଋଜେକ୍ସନ ସହିବାକୁ ପଡିଛି । ତେବେ ସେ ଏହାକୁ ପଛରେ ଛାଡି ବଲିଉଡର ନିଜକୁ ବଲିଉଡର ଏକ ବଡ଼ କଳାକାର ଭାବରେ ସ୍ଥାପିତ କରିଛନ୍ତି । ଆଜି ଦେଶ ଦୁନିଆଁରେ ଅଜୟ ଦେବଗନଙ୍କର ପରିଚୟ ରହିଛି ।

୫) ନୱାଜୁଦ୍ଦିନୀ ସିଦ୍ଦିକୀ:-

ଅଭିନେତା ନୱାଜୁଦ୍ଦିନୀ ସିଦ୍ଦିକୀ ଆଜି ଯୁବ ବର୍ଗ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଅଟନ୍ତି । ତାଙ୍କ ଅଭିନୟର ଆଜି ସମସ୍ତେ ଦିୱାନା ଅଟନ୍ତି । ତେବେ ନୱାଜୁଦ୍ଦିନୀ ସିଦ୍ଦିକୀଙ୍କୁ ମଧ୍ୟ ନିଜ ମୁହଁ, ରଙ୍ଗ କାରଣରୁ ପ୍ରାରମ୍ଭରେ କାମ ମିଳୁନଥିଲା । ସେ ବହୁତ ବଡ଼ ସଂଘର୍ଷ କରି ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ନିଜର ଦମଦାର ଅଭିନୟ ଯୋଗୁଁ ସେ ନିଜକୁ ହିନ୍ଦୀ ସିନେମାରେ ସ୍ଥାପିତ କରିବାକୁ ସଫଳ ହୋଇଛନ୍ତି ।

୬) ଇରଫାନ ଖାନ୍:-

ପ୍ରସିଦ୍ଧ ଅଭିନେତା ରହିଥିବା ଇରଫାନ ଖାନଙ୍କୁ ମଧ୍ୟ ଲୁକ କାରଣରୁ ଋଜେକ୍ସନର ସମ୍ମୁଖୀନ କରିବାକୁ ପଡିଥିଲା କିନ୍ତୁ ନିଜ ଅଭିନୟ ବଳରେ ସେ ଲୋକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆଜି ସେ ଆମ ମାନଙ୍କ ଗହଣରେ ନାହାଁନ୍ତି, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ତାଙ୍କ କାମ ପାଇଁ ସ୍ମରଣ କରାଯାଇଥାଏ ।

Leave a Reply

Your email address will not be published. Required fields are marked *