ବଲିଉଡ଼ର ଏହି ୬ ଜଣ ବିବାହିତ ଅଭିନେତ୍ରୀ ଅବିବାହିତ ଝିଅମାନଙ୍କ ଭଳି ଜୀବନ ଅତିବାହିତ କରନ୍ତି ! ଜାଣନ୍ତୁ ଏମାନଙ୍କ ଶୈଳୀ…

ବଲିଉଡ଼ର ଏହି ୬ ଜଣ ବିବାହିତ ଅଭିନେତ୍ରୀ ଅବିବାହିତ ଝିଅମାନଙ୍କ ଭଳି ଜୀବନ ଅତିବାହିତ କରନ୍ତି ! ଜାଣନ୍ତୁ ଏମାନଙ୍କ ଶୈଳୀ…

ଆମ ଦେଶରେ ବିବାହକୁ ବହୁତ ପବିତ୍ର ବୋଲି କୁହାଯାଏ ଓ ଆମ ସଂସ୍କୃତିରେ ବିବାହିତ ସ୍ତ୍ରୀ ମାନଙ୍କ ପରିଚୟ ବହୁତ ସହଜରେ କରାଯାଏ କାରଣ ବିବାହ ପରେ ଆମ ଦେଶର ମହିଳା ମାନେ ନିଜ ମଥାରେ ସ୍ୱାମୀଙ୍କ ନାମର ସିନ୍ଦୂର ନିଶ୍ଚିତ ଭାବରେ ଲଗାନ୍ତି ଏବଂ ଗଳାରେ ମଙ୍ଗଳସୁତ୍ର ମଧ୍ୟ ପିନ୍ଧନ୍ତି ଏବଂ ଏଥି ସହିତ ସେ ଷୋହଳ ଶୃଙ୍ଗାରରେ ନଜର ଆସନ୍ତି ଓ ଅଧିକାଂଶ ମହିଳା ବିବାହ ପରେ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରନ୍ତି । ସେପଟେ ଆଜିକାର ସମୟରେ ନୂତନ ଯୁଗର ମହିଳା ମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ନିଶ୍ଚିତ ଭାବରେ ଆସିଛି କିନ୍ତୁ ଏହି ପରିବର୍ତ୍ତନ ସତ୍ତ୍ୱେ ଆମ ଦେଶର ଝିଅମାନେ ନିଜ ସଂସ୍କୃତିକୁ ଭୁଲିପାରି ନାହାଁନ୍ତି ଏବଂ ଆଜି ବିବାହ ପରେ ତାଙ୍କ ପିନ୍ଧିବା ଶୈଳୀ ଓ ରଙ୍ଗ ରୂପରୁ ଜଣାପଡେ ଯେ ସେ ବିବାହିତ ଅଟନ୍ତି ।

ସେପଟେ ଆମ ବଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କ ବିଷୟରେ ଆଲୋଚନା କରିବା, ତେବେ ଏମାନଙ୍କ ଚିନ୍ତାଧାରା ଟିକିଏ ଭିନ୍ନ ଅଟେ । ଯଦିଓ ଏମାନେ ମଧ୍ୟ ଆମ ଭାରତ ଦେଶରେ ହିଁ ଜନ୍ମଗ୍ରହଣ କରିଛନ୍ତି ଏବଂ ଏମାନଙ୍କୁ ମଧ୍ୟ ନିଜ ଦେଶର ସଂସ୍କୃତି ବିଷୟରେ ଅବଗତ ରହିଛି । କିନ୍ତୁ ଏହି ଅଭିନେତ୍ରୀମାନେ ସ୍ଵଦେଶରେ ଜନ୍ମ ଗ୍ରହଣ କରିବା ସତ୍ତ୍ଵେ ପାଶ୍ଚାତ୍ୟ ସଭ୍ୟତା ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ଓ ଏଥିପାଇଁ ତାଙ୍କ ପିନ୍ଧିବା ଶୈଳୀରୁ ଏହା ଜାଣିବା ଟିକିଏ କଷ୍ଟକର ହୋଇଯାଏ ଯେ ଏମାନେ ବିବାହିତା ଅଟନ୍ତି କିମ୍ବା ଅବିବାହିତା । ଆଜି ଆମେ ଆପଣଙ୍କୁ ଚଳଚ୍ଚିତ୍ର ଜଗତର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବିବାହିତା ହୋଇ ମଧ୍ୟ ଅବିବାହିତା ଝିଅ ଭଳି ନଜର ଆସନ୍ତି । ତେବେ ଆସନ୍ତୁ ଜାଣିବା ଏହି ସୂଚୀରେ କେଉଁ କେଉଁ ଅଭିନେତ୍ରୀ ସାମିଲ ଅଛନ୍ତି ।

ଶିଳ୍ପା ଶେଟ୍ଟୀ

ବଲିଉଡ଼ର ସବୁଠାରୁ ଫିଟ୍ ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଆଜି ୪୫ ବର୍ଷ ବୟସରେ ମଧ୍ୟ ଖୁବ ସୁନ୍ଦରୀ ଓ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କ ଆଗରେ ନୂତନ ଅଭିନେତ୍ରୀ ମାନେ ଫିକା ପଡ଼ିଯାନ୍ତି ଏବଂ ଶିଳ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କ ସହିତ ୨୦୦୯ରେ ବିବାହ କରିଥିଲେ କିନ୍ତୁ ଶିଳ୍ପାଙ୍କ ଲୁକ ଓ ଷ୍ଟାଇଲକୁ ଦେଖି କେହି ଏହା କହିପାରିବେ ନାହିଁ ଯେ ସେ ବିବାହିତ ଅଟନ୍ତି ଏବଂ ଯେବେମଧ୍ୟ ସେ କେଉଁଠି ନଜର ଆସନ୍ତି ତେବେ ତାଙ୍କୁ ଦେଖି ଏପରି ଲାଗେ ଯେମିତି ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଅମୃତା ଅରୋଡ଼ା

ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଅମୃତା ଅରୋଡ଼ାଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ଏବଂ ଅମୃତା ୨୦୦୯ରେ ସକିଲ ଲଡ଼ାକଙ୍କ ସହିତ ବିବାହ କରିଥିଲେ ଏବଂ ଆଜିକାର ସମୟରେ ଅମୃତାଙ୍କୁ ୪୨ ବର୍ଷ ହୋଇଛି କିନ୍ତୁ ଆଜି ମଧ୍ୟ ଅମୃତାଙ୍କ ଲୁକ ଓ ଷ୍ଟାଇଲ ଏପରି ଅଟେ ଯେ ତାଙ୍କୁ ଦେଖି କେହି ଏହା କହିପାରିବେ ନାହିଁ ଯେ ସେ ବିବାହିତା ଅଟନ୍ତି ଏବଂ ସେ ଅଧିକାଂଶ ସମୟରେ ମଡ଼ର୍ନ ଲୁକରେ ନଜର ଆସନ୍ତି ।

ଦୀପିକା ପାଦୁକୋଣ

ବଲିଉଡ଼ର ସବୁଠାରୁ ଉଚ୍ଚ କୋଟିର ଅଭିନେତ୍ରୀ କୁହାଯାଉଥିବା ଦୀପିକା ପାଦୁକୋଣଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ଅଛି ଏବଂ ଦୀପିକା ୨୦୧୮ରେ ରଣବିର ସିଂହଙ୍କ ସହିତ ବିବାହ କରିଥିଲେ ଏବଂ ତାଙ୍କ ବିବାହକୁ ଦୁଇ ବର୍ଷ ବିତିଯାଇଛି । କିନ୍ତୁ ଆଜି ମଧ୍ୟ ସେ ଖୁବ ସୁନ୍ଦରୀ ଷ୍ଟାଇଲିସ ଓ ଏକ ଅବିବାହିତ ଝିଅ ଭଳି ଦେଖାଯାନ୍ତି ଏବଂ ଦୀପିକା ନିଜ ମଙ୍ଗଳସୁତ୍ର ମଧ୍ୟ କେବଳ କିଛି ବିଶେଷ ସୁଯୋଗରେ ଧାରଣ କରନ୍ତି ଏବଂ ଅଧିକାଂଶ ସମୟରେ ୱେଷ୍ଟ୍ରେନ ଲୁକରେ ନଜର ଆସନ୍ତି ।

ବିପାଶା ବସୁ

ବଲିଉଡ଼ର ସବୁଠାରୁ ଆକର୍ଷକ ଓ ସୁନ୍ଦରୀ ଅଭିନେତ୍ରୀ ବିପାଶାବସୁଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ଅଛି ଏବଂ ବିପାଶା ୨୦୧୬ରେ କରନ ସିଂହ ଗ୍ରୋବରଙ୍କ ସହିତ ବିବାହ କରିଥିଲେ ଏବଂ ଏହି ଦମ୍ପତି ବଲିଉଡ଼ର ସବୁଠାରୁ ରୋମାଣ୍ଟିକ ଦମ୍ପତି ମଧ୍ୟରୁ ଜଣେ ଅଟନ୍ତି । ବିପାଶା ମଧ୍ୟ ଖୁବ କମ୍ ପାରମ୍ପରିକ ଲୁକରେ ନଜର ଆସନ୍ତି ଏବଂ ତାଙ୍କ ଲୁକ ଓ ଷ୍ଟାଇଲକୁ ଦେଖିବା ପରେ ତାଙ୍କ ବିବାହିତ ହେବାର ଅନୁମାନ ଲଗାଇବା ବହୁତ କଷ୍ଟକର ଅଟେ ।

କରିନା କପୂର

ବଲିଉଡ଼ର ବେବୋ ଅର୍ଥାତ କରିନା କପୂର ଖାଁଙ୍କ ନାମ ମଧ୍ୟ ଏହି ସୂଚୀରେ ସାମିଲ ରହିଛି ଏବଂ କରିନା ସୈଫଙ୍କ ସହିତ ୨୦୧୨ରେ ବିବାହ କରିଥିଲେ କିନ୍ତୁ ଆଜିବି ବୋଙ୍କ ଷ୍ଟାଇଲ ଏପରି ରହେ ଯେ ତାଙ୍କୁ ଦେଖିଲା ପରେ ଯିଏ ମଧ୍ୟ କହିବ ଯେ ସେ ଅବିବାହିତା ଅଟନ୍ତି ଏବଂ କରିନା ଅଧିକାଂଶ ୱେଷ୍ଟ୍ରେନ ଲୁକରେ ନଜର ଆସନ୍ତି ।

ପ୍ରିୟଙ୍କା ଚୋପଡ଼ା

ବଲିଉଡ଼ର ଦେଶୀ ଗାର୍ଲ ଆମେରିକୀୟ ଗାୟକ ନିକ ଜୋନ୍ସଙ୍କ ସହିତ ବିବାହ କରି ବିଦେଶୀ ହୋଇଗଲେ । କିନ୍ତୁ ଆଜି ମଧ୍ୟ ପ୍ରିୟଙ୍କାଙ୍କ ଲୁକ ଓ ଷ୍ଟାଇଲକୁ ଦେଖିବା ପରେ ଏପରି ଲାଗେ ଯେ ସେ ଅବିବାହିତ ଅଟନ୍ତି ଓ ପ୍ରିୟଙ୍କା ମଧ୍ୟ କିଛି ବିଶେଷ ସୁଯୋଗରେ ହିଁ ନିଜ ଗଳାରେ ମଙ୍ଗଳସୁତ୍ର ଧାରଣ କରନ୍ତି ।

Leave a Reply

Your email address will not be published. Required fields are marked *