ସଚିନ ତେନ୍ଦୁଲକର ଆଉ ଅଞ୍ଜଳି ଙ୍କର ପ୍ରେମ କାହାଣୀ ର ଏପରି ଆରମ୍ଭ ହେଲା । ଜାଣନ୍ତୁ ତାଙ୍କର ପ୍ରଥମ ଦେଖାର ହୃଦୟସ୍ପର୍ଶୀ କାହାଣୀ ।

ସଚିନ ତେନ୍ଦୁଲକର ଆଉ ଅଞ୍ଜଳି ଙ୍କର ପ୍ରେମ କାହାଣୀ ର ଏପରି ଆରମ୍ଭ ହେଲା । ଜାଣନ୍ତୁ ତାଙ୍କର ପ୍ରଥମ ଦେଖାର ହୃଦୟସ୍ପର୍ଶୀ କାହାଣୀ ।

ପ୍ରେମ ଏକ ଏପରି ଶବ୍ଦ ଯାହାକୁ ଶୁଣିବା କ୍ଷଣି ହିଁ ଆମ ଚେହେରା ରେ ଏକ ପ୍ରକାରର ହସ ର ଲହରୀ ଖେଳି ଉଠେ। ସବୁ ଲୋକଙ୍କୁ ଜୀବନ ରେ ଥରେ ନା ଥରେ ପ୍ରେମ ହୁଏ । ଆଉ ପ୍ରେମ କେବଳ କ୍ରିକେଟର ଅଥଵା ଫିଲ୍ମ ଅଭିନେତା ମାନଙ୍କ ଭିତରେ ନୁହଁ ବରଂ ସାଧାରଣ ଲୋକଙ୍କ ଭିତରେ ବି ହେଇଥାଏ । ଆଜି ଆମେ ଆପଣଙ୍କୁ କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଙ୍କର ପ୍ରେମ କାହାଣୀ ବାବଦରେ କହିବାକୁ ଯାଉଛୁ ।

ସଚିନ ଙ୍କର ନାମ ଶୁଣିବା କ୍ଷଣି ହିଁ ଆମ ମନ ରେ କ୍ରିକେଟ ର ପ୍ରତିଛବି ନାଚି ଉଠେ। ସଚିନ ଜଣେ ଏକ୍ସପର୍ଟ କ୍ରିକେଟର ଥିଲେ ଯିଏ କି କେବଳ ଭାରତ ରେ ହିଁ ନୁହଁ ବରଂ ସାରା ଦୁନିଆ ରେ ଲୋକପ୍ରିୟ ଥିଲେ। ଏପରି କିଛି ରେକର୍ଡ ନାହିଁ ଯାହା କି ସଚିନଙ୍କର ନାମ ରେ ନାହିଁ । ଆଜି ଆମେ ଆପଣଙ୍କୁ ସଚିନ ଆଉ ଅଞ୍ଜଳି ତେନ୍ଦୁଲକରଙ୍କର ପ୍ରେମ କାହାଣୀ ବାବଦରେ କହିବାକୁ ଯାଉଛୁ ।

ତାଙ୍କର କାହାଣୀ କେଉଁ ଫିଲ୍ମ କାହାଣୀ ଠାରୁ କମ ନୁହଁ। ଯେତେବେଳେ ଅଞ୍ଜଳି ଡକ୍ଟର ବନି ସାରିଥିଲେ ଆଉ ସେ ଏକ ହସ୍ପିଟାଲ ରେ ପ୍ରାକ୍ଟିସ୍ କରୁଥିଲେ ସେତେବେଳେ ସଚିନ ୯୦ ଦଶକରେ କ୍ରିକେଟ ଜଗତରେ ନିଜର ଏକ ପରିଚୟ ବନାଉ ଥିଲେ । ସଚିନ ସବୁ ଭାରତୀୟ ଙ୍କର ମନ ରେ ନିଜ ପାଇଁ ଏକ ପରିଚୟ ବନେଇଛନ୍ତି ।

ସଚିନ ଇଂଲଣ୍ଡ ରୁ ଖେଳି କରି ଆସିଥିଲେ ୧୯୯୦ ରେ ଆଉ ମୁମ୍ବାଇ ଏୟାରପୋର୍ଟ ରେ ସେ ଅଞ୍ଜଳି ଙ୍କୁ ଦେଖିଥିଲେ। ଅଞ୍ଜଳି ତାଙ୍କର ଏକ ବାନ୍ଧବୀଙ୍କ ସହ ଏୟାରପୋର୍ଟ ରେ ଠିଆ ହେଇଥିଲେ । ଆଉ ସଚିନଙ୍କୁ ଦେଖିବା ମାତ୍ରେ ହିଁ ଅଞ୍ଜଳି ତାଙ୍କର ବାନ୍ଧବୀ ଙ୍କୁ କହିଲେ କି “ଶୋ କ୍ୟୁଟ୍”। ମାତ୍ର ଅଞ୍ଜଳି ଜାଣି ନଥିଲେ କି ସଚିନ ଜଣେ କ୍ରିକେଟର।

ପ୍ରଥମ ନଜରରେ ପ୍ରେମ ଖାଲି ଫିଲ୍ମ ମାନଙ୍କରେ ନୁହଁ ବରଂ ଅସଲି ଜୀବନରେ ମଧ୍ୟ ସଚିନ ଆଉ ଅଞ୍ଜଳିଙ୍କର ଭିତରେ ହେଇଥିଲା । ଆଉ ଯେବେ ଠାରୁ ଅଞ୍ଜଳି ସଚିନଙ୍କୁ ଦେଖିଲେ ସେ ତାଙ୍କ ସହ କଥା ହେବା ପାଇଁ ବହୁତ ଚେଷ୍ଟା କଲେ । ଆଉ ସବୁଠୁ ବଡ଼ କଥା ଏହା କି ଅଞ୍ଜଳି ତାଙ୍କ ମାଁଙ୍କୁ ନେବାପାଇଁ ଏୟାରପୋର୍ଟ ଆସିଥିଲେ ମାତ୍ର ସଚିନଙ୍କର ଭାବନା ରେ ସେ ମାଁଙ୍କୁ ରିଷିଭ କରିବାକୁ ହିଁ ଭୁଲିଗଲେ । ସଚିନ ମଧ୍ୟ ତାଙ୍କୁ ଦେଖିଥିଲେ ମାତ୍ର ଅଧିକ ସିକ୍ୟୁରୀଟି କାରଣରୁ ସେ କଥା ହେଇପାରି ନଥିଲେ ।

ଅଞ୍ଜଳିଙ୍କୁ କ୍ରିକେଟ ରେ କିଛି ମଧ୍ୟ ମନ ନଥିଲା ଆଉ ତାଙ୍କର ବାନ୍ଧବୀ ଯେତେବେଳେ କହିଲେ କି ସଚିନ ଜଣେ କ୍ରିକେଟର ଆଉ ସେ ଏବେ ହି ଇଂଲଣ୍ଡରେ ନିଜର ପ୍ରଥମ ଶତକ କରିଛନ୍ତି ତ ତାଙ୍କୁ କିଛି ଫରକ ପଡିଲାନି । ଆଉ ସେ କିପରି ମଧ୍ୟ ହେଉ ସଚିନଙ୍କର ନମ୍ବର ଆଣିଲେ ଆଉ ତାଙ୍କୁ କହିଲେ କି ସେମାନଙ୍କର ଦେଖା ଏୟାରପୋର୍ଟରେ ହେଇଥିଲା । ସଚିନ ହଁ କହିଲେ ଆଉ ଏହାପରେ ତାଙ୍କ ଭିତରେ ବହୁତ କଥା ହେଲା ଆଉ ସେମାନେ ବନ୍ଧୁ ହେଇଗଲେ ।

ସଚିନ ଅଞ୍ଜଳିଙ୍କୁ ତାଙ୍କ ଘରକୁ ଆଣିଥିଲେ ଆଉ ଏହା କହିଥିଲେ କି ସେ ଜଣେ ପତ୍ରକାର, କିନ୍ତୁ ତାଙ୍କ ପରିବାରକୁ ଏହା ଜଣା ଥିଲା କି ସଚିନ ଜଣେ ଲାଜକୁଳା ପୁଅ ଆଉ ତାଙ୍କୁ ସବୁ ବୁଝି ହେଉଥିଲା । ତାଙ୍କ ଘର ଲୋକ ଅଞ୍ଜଳିଙ୍କୁ ପସନ୍ଦ କଲେ ଆଉ ଶେଷରେ ତାଙ୍କର ପ୍ରେମ ସଫଳତା ପାଇଲା ଆଉ ସେମାନେ ୧୯୯୫ ରେ ବିବାହ କଲେ ।

Leave a Reply

Your email address will not be published. Required fields are marked *