୬୩ ବର୍ଷରେ ପାଦ ଦେଲେ ରୀନା ରୟ ! ବିବାହ ପରେ ମଧ୍ୟ ସୋନାକ୍ଷୀଙ୍କ ପିତାଙ୍କ ସହ ଥିଲା ରଖିଥିଲେ ସମ୍ପର୍କ, ଏବେ ଏଭଳି କାଟୁଛନ୍ତି ଜୀବନ …

୬୩ ବର୍ଷରେ ପାଦ ଦେଲେ ରୀନା ରୟ ! ବିବାହ ପରେ ମଧ୍ୟ ସୋନାକ୍ଷୀଙ୍କ ପିତାଙ୍କ ସହ ଥିଲା ରଖିଥିଲେ ସମ୍ପର୍କ, ଏବେ ଏଭଳି କାଟୁଛନ୍ତି ଜୀବନ …

ରୀନା ରୟ ୭୦ ଦଶକର ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ପରିଚିତ । ଏକଦା ସମୟ ଥିଲା ଯେତେବେଳେ ସେ ପାରିଶ୍ରମିକ ପ୍ରାପ୍ୟ ଦୃଷ୍ଟିରୁ ରେଖା ଏବଂ ହେମା ମାଳିନିଙ୍କ ସମାସ୍କନ୍ଦ ଥିଲେ । ସାମଗ୍ରିକ ଭାବେ ରୀନାଙ୍କ ଚଳଚ୍ଚିତ୍ର କ୍ୟାରିୟର ଏତେ ଖାସ୍ ନଥିଲା । ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସଫଳତା ପାଇପାରିନଥିଲେ । ପ୍ରେମ କ୍ଷେତ୍ରରେ ତାଙ୍କୁ ଦୁଇଥର ଧୋକା ମିଳିଥିଲା ।

ପ୍ରଥମ ଧୋକା ବଲିଉଡ ଅଭିନେତା ଶତ୍ରୁଘ୍ନ ସିଂହଁ ଏବଂ ଦ୍ୱିତୀୟଟି ପାକିସ୍ତାନୀ କ୍ରିକେଟର ମୋହସିନ୍ ଖାନଙ୍କ ଠାରୁ ମିଳିଛି । ୭ ଜାନୁଆରୀରେ, ରୀନା ତାଙ୍କର ୬୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ତାଙ୍କର ପ୍ରେମ ଜୀବନ ସହିତ ଜଡିତ କିଛି ରୋମଞ୍ଚକର ତଥ୍ୟ ବିଷୟରେ ଅଵଗତ କରାଇବାକୁ ଯାଉଛି ।

ଏକ ସମୟ ଥିଲା ଯେତେବେଳେ ରୀନା ରୟ ଏବଂ ଶତ୍ରୁଘ୍ନ ସିଂହଁଙ୍କ ଯୋଡି ଖୁବ ହିଟ୍ ହୋଇଥିଲା । ଦୁହେଁ ଏକାଠି ୧୬ଟି ଫିଲ୍ମ କରିଥିଲେ, ସେଥିମଧ୍ୟରୁ ୧୧ଟି ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଏକାଠି ଫିଲ୍ମ କରିବା ସମୟରେ ଦୁହେଁ ପ୍ରେମରେ ପଡିଥିଲେ । ତେବେ ଦୁହେଁ ଗଣମାଧ୍ୟମ ସାମ୍ନାରେ ଏହି ସମ୍ପର୍କକୁ କେବେ ଗ୍ରହଣ କରିନଥିଲେ । ଶତ୍ରୁଘ୍ନଙ୍କୁ ରୀନା ଏତେ ଭଲ ପାଇଥିଲେ ଯେ ଅଭିନେତାଙ୍କ ବିବାହ ପରେ ମଧ୍ୟ ସେ ତାଙ୍କ ସହ ସମ୍ପର୍କରେ ଥିଲେ ।

ବାସ୍ତବରେ, ରୀନା ଶତ୍ରୁଘ୍ନଙ୍କୁ ବିବାହ କରିବା ପାଇଁ ଅଡି ବସିଥିଲେ କିନ୍ତୁ ଏହି ବିବାହରେ ତାଙ୍କ ମାଙ୍କୁ ସମସ୍ୟା ଥିଲା । ତାଙ୍କ ମା ଶତ୍ରୁଘ୍ନଙ୍କ ଠାରୁ ଦୂରତା ରଖିବାକୁ ଚେତାବନୀ ଦେଇଥିଲେ । ତେବେ ରୀନା ତାଙ୍କ ମା’ଙ୍କ କଥା ଶୁଣି ନଥିଲେ ।

ଇତି ମଧ୍ୟରେ ଶତ୍ରୁଘ୍ନ ପୁଣମ୍ ସିଂହଁଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ଦୁହେଁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ରୀନା ଏବଂ ଶତ୍ରୁଘ୍ନଙ୍କ ସମ୍ପର୍କ ଜାରି ରହିଥିଲା । ଶତ୍ରୁଘ୍ନଙ୍କ ପତ୍ନୀ ପୁଣମ୍ ମଧ୍ୟ ଏହା ଜାଣିଥିଲେ । ଏଭଳି ପରିସ୍ଥିତିରେ ସେ ହାର ମାନି ନଥିଲେ ଏବଂ ଶତ୍ରୁଘ୍ନ ରୀନାଙ୍କ ସମ୍ପର୍କ ଭାଙ୍ଗିଦେଇଥିଲେ ।

ବର୍ତ୍ତମାନ ରୀନା ମଧ୍ୟ ବୁଝିସାରିଥିଲେ ଯେ ତାଙ୍କୁ ଅନ୍ୟ ଜୀବନସାଥୀ ଖୋଜିନେବା ଉଚିତ୍ । ଏଭଳି ପରିସ୍ଥିତିରେ ସେ ନିଜ କ୍ୟାରିୟରର ଶିଖରରେ ପାକିସ୍ତାନୀ କ୍ରିକେଟର ମୋହସିନ୍ ଖାନଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଜନ୍ନତ ନାମକ ଏକ ଝିଅ ହୋଇଥିଲା । ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ହେଇଥିଲା ।

ବାସ୍ତବରେ ମୋହସିନ ବ୍ରିଟିଶ ନାଗରିକତ୍ୱ ସହିତ ସେଠାରେ ବସବାସ କରିବାକୁ ଚାହୁଁଥିଲେ କିନ୍ତୁ ରୀନାଙ୍କୁ ସେଠାକାର ଜୀବନଶୈଳୀ ଆଦୌ ପସନ୍ଦ ନଥିଲା । ତେଣୁ ଦୁହେଁ ଛାଡପତ୍ର ହୋଇଥିଲେ। ଛାଡପତ୍ର ପରେ ମୋହସିନଙ୍କୁ ଝିଅ ଜନ୍ନତର ଲାଳନପାଳନ କରିବାକୁ ଅନୁମତି ମିଳିଥିଲା ।

ଯେତେବେଳେ ମୋହସିନ୍ ତୃତୀୟ ଥର ବିବାହ କରିଥିଲେ, ରୀନା ଝିଅର ଦାୟିତ୍ୱ ନେଇଥିଲେ । ସେ ତାଙ୍କ ଝିଅ ନାମ ଜନ୍ନତରୁ ସନମକୁ ବଦଳାଇଦେଇଥିଲେ । ଏହା ପରେ ରୀନା ବଲିଉଡକୁ ଫେରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ଅସଫଳ ହୋଇଥିଲେ । ସେ ଛୋଟ ପରଦାରେ ମଧ୍ୟ ଅଭିନୟ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ମଧ୍ୟ ଫଳପ୍ରଦ ହୋଇପାରିନଥିଲା । ଆଜିକାଲି ସେ ତାଙ୍କ ଭଉଣୀ ସହିତ ମୁମ୍ବାଇରେ ଏକ ଅଭିନୟ ବିଦ୍ୟାଳୟ ଚଲଉଛନ୍ତି ।

Leave a Reply

Your email address will not be published. Required fields are marked *