ଏହି ବଲିଉଡ ଅଭିନେତ୍ରୀମାନଙ୍କର ମଙ୍ଗଳସୁତ୍ର ପାଇଁ ସମସ୍ତେ ଦିୱାନା ଆସନ୍ତୁ ଜାଣିବା ଏହି ମଙ୍ଗଳସୂତ୍ରର ଅସଲି ଦାମ୍ !ଏହି ବଲିଉଡ ଅଭିନେତ୍ରୀମାନଙ୍କର ମଙ୍ଗଳସୁତ୍ର ପାଇଁ ସମସ୍ତେ ଦିୱାନା ଆସନ୍ତୁ ଜାଣିବା ଏହି ମଙ୍ଗଳସୂତ୍ରର ଅସଲି ଦାମ୍ !

ଏହି ବଲିଉଡ ଅଭିନେତ୍ରୀମାନଙ୍କର ମଙ୍ଗଳସୁତ୍ର ପାଇଁ ସମସ୍ତେ ଦିୱାନା ଆସନ୍ତୁ ଜାଣିବା ଏହି ମଙ୍ଗଳସୂତ୍ରର ଅସଲି ଦାମ୍ !ଏହି ବଲିଉଡ ଅଭିନେତ୍ରୀମାନଙ୍କର ମଙ୍ଗଳସୁତ୍ର ପାଇଁ ସମସ୍ତେ ଦିୱାନା ଆସନ୍ତୁ ଜାଣିବା ଏହି ମଙ୍ଗଳସୂତ୍ରର ଅସଲି ଦାମ୍ !

ବଲିଉଡରେ ଅନେକ ସୁନ୍ଦର ଅଭିନେତ୍ରୀ ଅଛନ୍ତି ଏବଂ ଯେତେବେଳେ କଥା ଆସେ ଏହି ସୁନ୍ଦରୀ ମାନଙ୍କର ବ୍ରାଇଡାଲ ଲୁକକୁ ନେଇ, ବ୍ରାଇଡାଲ ଲୁକରେ ଏହି ସୁନ୍ଦରୀମାନଙ୍କର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ । ଯେପରି ଏହି ଅଭିନେତ୍ରୀମାନଙ୍କ ବ୍ରାଇଡାଲ ଲୁକ ସବୁ ବେଳେ ଚର୍ଚାରେ ରହିଥାଏ ସେହିଭଳି ସେମାନଙ୍କ ମଙ୍ଗଳସୁତ୍ରକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୁଏ । ଆଜି ଆମେ ଆପଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର କିଛି ସୁନ୍ଦର ଅଭିନେତ୍ରୀଙ୍କ ମଙ୍ଗଳସୁତ୍ର ବିଷୟରେ କହିବାକୁ ଯାଉଛୁ, ଯେଉଁଗୁଡିକ ବହୁତ ଭାଇରାଲ ହୋଇଥିଲା । ଆସନ୍ତୁ ଜାଣିବା ଏହି ମଙ୍ଗଳସୁତ୍ର ବିଷୟରେ କିଛି କଥା ।

ଗୌହର ଖାନ୍

ନିକଟରେ ଜୈଦ ଦରବାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୌହର ଖାନ । ଗୌହର ଖାନଙ୍କ ବ୍ରାଇଡାଲ ଲୁକ ଖୁବ ଚର୍ଚ୍ଚାରେ ଥିବାବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାଙ୍କର ମଙ୍ଗଳସୁତ୍ର । ଆଜିକାଲି ଗୌହର ଖାନ୍ ଟ୍ରାଡିସନାଲ ଲୁକରେ ଥାଆନ୍ତୁ କିମ୍ବା ମର୍ଡନ ଲୁକରେ ମଙ୍ଗଳସୂତ୍ର ସବୁବେଳେ ତାଙ୍କ ବେକରେ ରହୁଛି । ତାଙ୍କର ମଙ୍ଗଳସୁତ୍ରଟି କଳା ମାଳି , ସୁନା ଚେନ ଏବଂ ବର୍ଗାକୃତିର କିଛି ହୀରା ଦ୍ୱାରା ନିର୍ମିତ ଯାହା ଖୁବ୍ ସୁନ୍ଦର ଦେଖାଯାଉଛି ।

ସୋନମ୍ କପୁର

ବଲିଉଡ ଅଭିନେତ୍ରୀ ସୋନମ୍ କପୁର ବିବାହ ବଲିଉଡର ଚର୍ଚ୍ଚିତ ବାହାଘର ମଧ୍ୟରୁ ଗୋଟିଏ । ସେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ । ସୋନମ କପୁର ନିଜେ ନିଜ ମଙ୍ଗଲସୁତ୍ର ଡିଜାଇନ କରିଥିଲେ, ଯେଉଁଥିରେ ସେ ନିଜର ଏବଂ ଆନନ୍ଦ ଆହୁଜାଙ୍କ ରାଶି ଚିନ୍ହ ବନାଇଛନ୍ତି ଏବଂ ମଙ୍ଗଳସୂତ୍ର ମଝିରେ କିଛି ସଲିଟାୟାର ଲାଗିଛି । ସୋନମ କପୁର ତାଙ୍କ ମଙ୍ଗଳସୁତ୍ର ପାଇଁ ଖୁବ ଟ୍ରୋଲ ହୋଇଥିଲେ କାରଣ ସେ ତାଙ୍କ ମଙ୍ଗଲସୁତ୍ରକୁ ନିଜ ବେକରେ ନପିନ୍ଧି ହାତରେ ପିନ୍ଧିଥିଲେ । ଏଥିପାଇଁ ଲୋକମାନେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଶିଳ୍ପା ଶେଟ୍ଟୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଯିଏକି ତାଙ୍କ ଚେହେରା ଏବଂ ଷ୍ଟାଇଲ ପାଇଁ ଖୁବ ଜଣାଶୁଣା । ସେ ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ । ତାଙ୍କ ମଙ୍ଗଲସୁତ୍ର କିଛି କଳା ମାଳି ଛୋଟ ସୁନା ଚେନ୍ ଏବଂ ହୀରାର ଚୋକରରେ ନିର୍ମିତ । ଏହାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ପ୍ରିୟଙ୍କା ଚୋପ୍ରା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ବିଦେଶୀ ନିକ ଜୋନାସଙ୍କୁ ବିବାହ କରିଛନ୍ତି । ପ୍ରିୟଙ୍କାଙ୍କ ବ୍ରାଇଡାଲ ଲୁକ ମଧ୍ୟ ଅନେକ ଦିନ ଚର୍ଚାରେ ରହିଥିଲା ଏବଂ ତାଙ୍କର ସୁନ୍ଦର ମଙ୍ଗଳସୂତ୍ର ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା କଳା ରଙ୍ଗର ମାଳି ଏବଂ ହୀରା ତିଆରି ହୋଇଥିଲା । ପ୍ରିୟଙ୍କା ଏକ ସାକ୍ଷାତକାରରେ ତାଙ୍କ ମଙ୍ଗଳସୁତ୍ର ବିଷୟରେ କହିଥିଲେ ଯେ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର ହେଉଛି ତାଙ୍କ ମଙ୍ଗଲସୁତ୍ର ଏବଂ ଏହା ତାଙ୍କ ପାଇଁ ଅମୁଲ୍ୟ ଅଟେ ।

ଅନୁଷ୍କା ଶର୍ମା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ମଙ୍ଗଳସୁତ୍ର ମଧ୍ୟ ଖୁବ୍ ଚର୍ଚ୍ଚିତ ଅଟେ । ତାଙ୍କ ମଙ୍ଗଲସୁତ୍ରର ମୂଲ୍ୟ ପ୍ରାୟ ୫୨ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ଏହି ତାଲିକାରୁ କିପରି ଯାଇପାରିବ । ଦୀପିକାଙ୍କ ମଙ୍ଗଳସୁତ୍ର ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଅଟେ । ତାଙ୍କ ମଙ୍ଗଳସୁତ୍ରରେ ବ୍ଲାକ୍ ବିଡ ମଧ୍ୟରେ ଏକ ବଡ଼ ହୀରା ଥିଲା ଯାହା ଆକର୍ଷଣର ମୂଳ କାରଣ ଅଟେ ।

କାଜଲ ଅଗ୍ରୱାଲ

ଗତ ବର୍ଷ ବିବାହରେ ବନ୍ଧନରେ ବନ୍ଧା ହୋଇଥିବା କାଜଲ ଅଗ୍ରୱାଲଙ୍କ ମଙ୍ଗଲସୁତ୍ର ଡିଜାଇନ ଦୀପିକାଙ୍କ ମଙ୍ଗଲସୁତ୍ର ପରି, କିନ୍ତୁ ତାଙ୍କ ମଙ୍ଗଲସୁତ୍ରରେ ହୀରାର ଆକାର ଟିକିଏ ବଡ ଏବଂ ଏହା ଖୁବ୍ ଆକର୍ଷଣୀୟ ଅଟେ ।

ଐଶ୍ୱର୍ଯ୍ୟା ରାୟ

ବଲିଉଡର ବିଉଟି କୁଇନ ଐଶ୍ୱର୍ଯ୍ୟା ରାୟଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଟେ । ଐଶ୍ୱର୍ଯ୍ୟାଙ୍କ ମଙ୍ଗଲସୁତ୍ର ମଧ୍ୟ ଏକ ଚର୍ଚ୍ଚାର ବିଷୟ ଅଟେ । ତାଙ୍କ ମଙ୍ଗଲସୁତ୍ରର ମୂଲ୍ୟ ପ୍ରାୟ ୪୫ ଲକ୍ଷ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *