ଅତ୍ୟନ୍ତ ଧନୀ ହେବା ସତ୍ତ୍ୱେ ମଧ୍ୟ ସାଧାରଣ ଜୀବନ ବିତାନ୍ତି ନାନା ପାଟେକର, ଆସନ୍ତୁ ଜାଣିବା ଏହାର ରହସ୍ୟ !

ଅତ୍ୟନ୍ତ ଧନୀ ହେବା ସତ୍ତ୍ୱେ ମଧ୍ୟ ସାଧାରଣ ଜୀବନ ବିତାନ୍ତି ନାନା ପାଟେକର, ଆସନ୍ତୁ ଜାଣିବା ଏହାର ରହସ୍ୟ !

ନିଜର ସ୍ୱତନ୍ତ୍ର ଅଭିନୟ ପାଇଁ ପରିଚିତ ନାନା ପାଟେକର ନିକଟରେ ୭୦ ବର୍ଷର ହୋଇଯାଇଛନ୍ତି । ୧ ଜାନୁୟାରୀ ୧୯୫୧ରେ ମହାରାଷ୍ଟ୍ରର ମୁରୁଦଜଞ୍ଜିରାରେ ଜନ୍ମଗ୍ରହଣ କରିଥିବା ନାନା ପାଟେକର ୧୯୭୮ରେ “ଗମନ” ଫିଲ୍ମରୁ ନିଜର ବଲିଉଡ କ୍ୟାରିୟାର ଆରମ୍ଭ କରିଥିଲେ । ନାନା ପାଟେକର ଫିଲ୍ମରେ ପ୍ରାୟ ୪୦ବର୍ଷ ହେବ କାମ କରୁଛନ୍ତି ଏବଂ ସେ ଅନେକ ଗୁଡିଏ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ନାନା ପାଟେକର ପ୍ରାୟ ୭୩ କୋଟି ଟଙ୍କାର ମାଲିକ ଅଟନ୍ତି, ଯେଉଁଥିରେ ଫାର୍ମହାଉସ, କାର୍ ଏବଂ ଅନ୍ୟ ସମ୍ପତ୍ତି ରହିଛି । ଏତେ ସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ଅତ୍ୟନ୍ତ ସାଧାରଣ ଜୀବନ ବିତାନ୍ତି ନାନା ପାଟେକର । ତାଙ୍କର ସାଧା ଜୀବନଶୈଳୀ ପାଇଁ ସେ ଖୁବ୍ ଚର୍ଚ୍ଚିତ ।

ନାନା ପାଟେକର କହିଛନ୍ତି ଯେ, ଫିଲ୍ମରେ ଆସିବା ତାଙ୍କର ସଉକ ନ ଥିଲା ବରଂ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା । ଏଥିପାଇଁ ସେ ଆଜିବି ଖୁବ୍ ସାଧାରଣ ଜୀବନଶୈଳୀ ଅନୁସରଣ କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ନାନା ପାଟେକର ଅପ୍ଲାଏଡ଼ ଆର୍ଟରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

ନାନା ପାଟେକରଙ୍କର ପୁନେର ଖଡକୱାସଲା ଠାରେ ୨୫ ଏକର ଜମିରେ ଏକ ସୁନ୍ଦର ଫାର୍ମ ହାଉସ ରହିଛି । ଯେବେ ବି ନାନା ପାଟେକରଙ୍କୁ କୋଳାହଳଠୁ ଦୂରରେ ରହିବା ପାଇଁ ଇଚ୍ଛା ହୁଏ ସେ ଏହିଠାକୁ ଆସିଥାନ୍ତି । ୨୦୦୮ରେ ଆସିଥିବା ଫିଲ୍ମ “ଏକ : ଦ ପାୱାର୍ ଅଫ୍ ୱାନ୍” ଫିଲ୍ମର ସୁଟିଂ ମଧ୍ୟ ଏହିଠାରେ ହୋଇଥିଲା ।

ନାନା ପାଟେକର ଏହି ଫାର୍ମ ହାଉସ୍ ପାଖରେ ଥିବା ଜମିରେ ଧାନ, ଗହମ, ଚଣା ଚାଷ କରନ୍ତି । ଏହି ଫାର୍ମ ହାଉସରେ ୭ଟି ରୁମ୍ ରହିଛି । ଏହା ସହ ଏଠାରେ ଏକ ଫିଲ୍ମ ହଲ୍ ମଧ୍ୟ ରହିଛି । ଏଠାରେ ନାନାଙ୍କ ପସନ୍ଦର ଫର୍ନିଚର୍ ରହିଛି ଏବଂ ଚଟାଣରେ ଟେରାକୋଟା ଚିତ୍ର ଅଙ୍କାଯାଇଛି । ଏହି ଫାର୍ମ ହାଉସର ମୂଲ୍ୟ ପାଖାପାଖି ୧୨ କୋଟି ଅଟେ ।

ପ୍ରତ୍ୟେକ ରୁମକୁ ନାନାଙ୍କ ପସନ୍ଦର ଅତ୍ୟାବଶ୍ୟକ ଜିନିଷରେ ସଜାଯାଇଛି । ଏହି ଫାର୍ମ ହାଉସ ଚାରିପଟେ ସୁନ୍ଦର ଗଛ ସବୁ ଲଗା ଯାଇଛି ଏବଂ ଏଠାରେ ବହୁ ସଂଖ୍ୟକ ଗାଈ ଏବଂ ମଇଁଷି ରହିଛନ୍ତି ।

ନାନା ପାଟେକରଙ୍କର ମୁମ୍ବାଇର ଅନ୍ଧେରୀର ମଧ୍ୟ ଏକ ୭୫୦ ସ୍କୋୟାର ଫିଟର ୧ ମହଲା ବିଶିଷ୍ଟ ଏକ ଫ୍ଲାଟ ରହିଛି; ଯାହା ସେ ୯୦ ଦଶକରେ ୧.୧୦ ଲକ୍ଷ ଦେଇ କିଣିଥିଲେ । ବର୍ତ୍ତମାନ ତାହାର ମୂଲ୍ୟ ପାଖାପାଖି ପ୍ରାୟ ୭ କୋଟି ହବ ।

ନାନା ପାଟେକରଙ୍କ ପାଖରେ ୮୭ ଲକ୍ଷ ମୂଲ୍ୟର ଏକ ଅଡ଼ି କ୍ୟୁ-୭ ରହିଛି । ଏହା ବ୍ୟତୀତ ୧୦ ଲକ୍ଷ ମୂଲ୍ୟର ଏକ ମହୀନ୍ଦ୍ରା ସ୍କର୍ପିଓ ଏବଂ ୧.୫ ଲକ୍ଷ୍ୟ ମୂଲ୍ୟର ଏକ ରୟାଲ୍ ଏନଫିଲଡ୍ କ୍ଲାସିକ୍ ୩୫୦ ରହିଛି ।

ନାନା ଜଣେ ଖୁବ୍ ସୁନ୍ଦର ସ୍କେଚ୍ ଆର୍ଟିଷ୍ଟ ଅଟନ୍ତି ଏବଂ ନିଜ କଳା ଦ୍ୱାରା ସେ ଅନେକ ସମୟରେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରନ୍ତି । ନାନା ପାଟେକର ଫିଲ୍ମରେ ଆସିବା ପୂର୍ବରୁ ସଡ଼କରେ ଜେବ୍ରା କ୍ରସିଂ ପେଣ୍ଟିଙ୍ଗ କରୁଥିଲେ ।

ନାନା ପାଟେକର୍ ମରୁଡିଗ୍ରସ୍ତ ଅଂଚଳ ମରାଠୱାଡା ଏବଂ ଲାତୁରର କୃଷକମାନଙ୍କୁ ସର୍ବପ୍ରଥମେ ସାହାଯ୍ୟ କରିଥିଲେ । ସେ ପ୍ରତି କୃଷକ ପରିବାରକୁ ପନ୍ଦର ହଜାର ଲେଖାଏଁ ସାହାଯ୍ୟ କରିଥିଲେ । କୃଷକମାନଙ୍କ ସହାୟତା ପାଇଁ ସେ NGO ମଧ୍ୟ ଚଲାଉଛନ୍ତି ।

Leave a Reply

Your email address will not be published. Required fields are marked *