ଟଙ୍କା ପାଇଁ ବ୍ୟାଙ୍କରେ ପହଁଚିଲା ମୃତଦେହ, ବ୍ୟାଙ୍କରେ ଥିଲା ୧.୧୮ ଲକ୍ଷ ଟଙ୍କା, ୩ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କରେ ସୃଷ୍ଟି ହେଲା କୋଳାହଳ !

ଟଙ୍କା ପାଇଁ ବ୍ୟାଙ୍କରେ ପହଁଚିଲା ମୃତଦେହ, ବ୍ୟାଙ୍କରେ ଥିଲା ୧.୧୮ ଲକ୍ଷ ଟଙ୍କା, ୩ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କରେ ସୃଷ୍ଟି ହେଲା କୋଳାହଳ !

ବିହାରରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧.୧୮ ଲକ୍ଷ ଟଙ୍କା ଥିଲା। ଅନ୍ତିମ ସଂସ୍କାର ପାଇଁ ଟଙ୍କା ସଂଗ୍ରହ କରିବା ପାଇଁ ଗାଁର ଲୋକମାନେ ମୃତଦେହ ସହିତ ବ୍ୟାଙ୍କରେ ପହଞ୍ଚିଥିଲେ । ନିୟମକାନୁନ ବତାଇବାକୁ ନେଇ କ୍ରୋଧିତ ଗ୍ରାମବାସୀ ତିନି ଘଣ୍ଟା ଧରି ଶବ ବ୍ୟାଙ୍କରେ ରଖିଥିଲେ। ଶେଷରେ, ବ୍ୟାଙ୍କ ମ୍ୟାନେଜର ନିଜ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଦେବା ପରେ ମାମଲା ଶାନ୍ତ ପଡିଥିଲା, ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଶାହାଜାହାପୁର ପୋଲିସ ଷ୍ଟେସନ ଅଞ୍ଚଳରେ ସିଗ୍ରିଆୱାସ୍ଥିତ କାନାରା ବ୍ୟାଙ୍କ ଶାଖାରେ ଏହି ଘଟଣା ଘଟିଛି ।

ଏହା ହେଉଛି ସମ୍ପୂର୍ଣ୍ଣ ଘଟଣାବଳୀ

ଶାହାଜାହାପୁର ପୋଲିସ ଷ୍ଟେସନ ଅଞ୍ଚଳର ସିଗ୍ରିଆୱା ଗାଁର ମହେଶ ଯାଦବ (୫୫) ଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ କାନାରା ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ୧.୧୮ ଲକ୍ଷ ଟଙ୍କା ଜମାରାଶି ରହିଥିଲା । ଏଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ପରେ ଗାଁର ଲୋକମାନେ ଅନ୍ତିମ ସଂସ୍କାର ପାଇଁ କାନାରା ବ୍ୟାଙ୍କର ସ୍ଥାନୀୟ ଶାଖାରୁ ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ମାଗିଥିଲେ, କିନ୍ତୁ ଆଇନଗତ ବ୍ୟବସ୍ଥା ଏବଂ ନୋମିନି ନ ଥିବା ଦର୍ଶାଇ ବ୍ୟାଙ୍କ ମ୍ୟାନେଜମେଣ୍ଟ ତୁରନ୍ତ ଟଙ୍କା ଦେବାକୁ ମନା କରିଦେଇଥିଲେ ।

ତିନି ଘଣ୍ଟା ଧରି ବ୍ୟାଙ୍କରେ ପଡ଼ି ରହିଲା ଶବ

ବ୍ୟାଙ୍କ ମ୍ୟାନେଜରଙ୍କ କଥା ଶୁଣିବା ପରେ ଗାଁ ଲୋକମାନେ ଉତ୍ତେଜିତ ହୋଇଯାଇଥିଲେ। ସେମାନେ ମହେଶ ଯାଦବଙ୍କ ମୃତଦେହକୁ ବ୍ୟାଙ୍କ ଭିତରେ ରଖି ତାଙ୍କ ଜମାରାଶିକୁ ପୈଠ କରିବା ପାଇଁ ନିବେଦନ କରିଥିଲେ । କହି ରଖୁଛୁ ଯେ ମୃତଦେହ ବ୍ୟାଙ୍କରେ ତିନି ଘଣ୍ଟା ଧରି ପଡି ରହିଥିଲା । ପୋଲିସ ମଧ୍ୟ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ ରାଜି ହୋଇନଥିଲେ ।

ବ୍ୟାଙ୍କ ମ୍ୟାନେଜରଙ୍କୁ ଦେବାକୁ ପଡିଲା ୧୦,୦୦୦

ବ୍ୟାଙ୍କ ମ୍ୟାନେଜର ସଞ୍ଜୀବ କୁମାରଙ୍କୁ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଦେବାକୁ ପଡିଥିଲା ଏବଂ ଗ୍ରାମବାସୀଙ୍କୁ ବ୍ୟାଙ୍କର ନିୟମାବଳୀ ବିଷୟରେ ସଂକ୍ଷିପ୍ତରେ ବୁଝାଇଥିଲେ । ଏହା ପରେ ଗ୍ରାମବାସୀ ମୃତଦେହ ସହିତ ମଶାଣିକୁ ଯାଇଥିଲେ । ଶାଖା ପରିଚାଳକ କହିଛନ୍ତି ଯେ ମୃତ ମହେଶ ଯାଦବଙ୍କ ପରିବାରବର୍ଗ କିମ୍ବା ଉତ୍ତରାଧିକାରୀଙ୍କୁ ଜମାରାଶି ସ୍ଥାନାନ୍ତର ପାଇଁ ବ୍ୟାଙ୍କ ପଦକ୍ଷେପ ନେବ। ମହେଶ ଯାଦବ ତାଙ୍କ ଆକାଉଣ୍ଟର KYC ମଧ୍ୟ କରିନଥିଲେ ।

Leave a Reply

Your email address will not be published. Required fields are marked *