ବହୁତ ଗର୍ବ, ଅହଙ୍କାରୀ ଓ କଳହ ପ୍ରକୃତିର ଅଟନ୍ତି ଟିଭି ଜଗତର ଏହି ଅଭିନେତ୍ରୀଗଣ, କେହି ଏମାନଙ୍କ ସହ କରିବା ପାଇଁ ଚାହଁନ୍ତି ନାହିଁ କାମ !

ବହୁତ ଗର୍ବ, ଅହଙ୍କାରୀ ଓ କଳହ ପ୍ରକୃତିର ଅଟନ୍ତି ଟିଭି ଜଗତର ଏହି ଅଭିନେତ୍ରୀଗଣ, କେହି ଏମାନଙ୍କ ସହ କରିବା ପାଇଁ ଚାହଁନ୍ତି ନାହିଁ କାମ !

ଛୋଟ ପରଦାରେ ନଜର ଆସୁଥିବା ଟିଭି ଅଭିନେତ୍ରୀ ମାନେ ନିଜ ଦମଦାର ଅଭିନୟକୁ ବହୁ ଭଲ ଭାବରେ ନିଭାନ୍ତି ଓ ଏହି ଚରିତ୍ର ଯୋଗୁଁ ଏମାନେ ଘରେ ଘରେ ପରିଚିତ । ଆଜି ଆମେ ଆପଣଙ୍କୁ ଟିଭି ଜଗତର କିଛି ଏପରି ଅଭିନେତ୍ରୀଙ୍କ ବିଷୟରେ ଅବଗତ କରାଇବୁ । ଯିଏ ଛୋଟ ପରଦାରେ ସଂସ୍କାରି ବୋହୂ ଭାବେ ନଜର ଆସନ୍ତି । କିନ୍ତୁ ବାସ୍ତବ ଜୀବନରେ ଏମାନେ ବହୁତ ଅହଙ୍କାରୀ ଓ ଅସଭ୍ୟ ଅଟନ୍ତି ।

ବହୁତ ଗର୍ବୀ ଓ କହଳ ପ୍ରକୃତିର ଅଟନ୍ତି ଏହି ଟିଭି ଅଭିନେତ୍ରୀଗଣ–

ଜେନିଫର ବିଙ୍ଗେଟ

ଜେନିଫର ବିଙ୍ଗେଟ ବହୁତ ଛୋଟ ବୟସରେ ହିଁ ଟିଭିରେ କାମ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ସେ ଧୀରେ ଧୀରେ ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ହୋଇଗଲେ । ଜେନିଫର ବିଙ୍ଗେଟ ଅନେକଗୁଡ଼ିଏ ନାଟକ କରି ଛନ୍ତି ଏବଂ ତାଙ୍କୁ ଲୋକଙ୍କ ଠାରୁ ବହୁତ ପ୍ରେମ ମିଳିଛି । କିନ୍ତୁ ଯଦି ଜେନିଫର ବିଙ୍ଗେଟଙ୍କ ସ୍ଵଭାବ ବିଷୟରେ ଆଲୋଚନା କରିବା ତେବେସେ ବହୁତ ଗର୍ବୀ ଓ ତାଙ୍କ କ୍ରୋଧ ସବୁବେଳେ ଉପରେ ଥାଏ । କୁହାଯାଏ ଯେ ଯେତେବେଳେ ତାଙ୍କ ମନ ଖରାପ ଥାଏ, ତେବେ ସେ ଶୁଟିଂକୁ ଅଧାରୁ ଛାଡ଼ି ଚାଲିଯାନ୍ତି । ଅନେକ ଥର ତାଙ୍କୁ କହିବା ପରେ ଯାଇ ସେ କାମକୁ ଫେରନ୍ତି ।

କରିଷ୍ମା ତନ୍ନା

କରିଷ୍ମା ତନ୍ନା ଏକତା କପୂରଙ୍କ ସବୁଠାରୁ ପ୍ରସିଦ୍ଧ ଓ ଲୋକପ୍ରିୟ ଧାରାବାହିକ କ୍ୟୁକି ସାସ ଭି କଭୀ ବୋହୂ ଥି ରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଏହି ଶୋ’ରୁ ସେ ପରିଚିତ ହୋଇଥିଲେ ଏବଂ ଲୋକେ ତାଙ୍କୁ ଘରେ ଘରେ ଚିହ୍ନିବାକୁ ଲାଗିଲେ । ଟିଭି ବ୍ୟତୀତ କରିଷମା ତନ୍ନା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି କିନ୍ତୁ ଚଳଚ୍ଚିତ୍ର ଜଗତରେ ତାଙ୍କୁ ବିଶେଷ ସଫଳତା ହାସଲ ହେଲା ନାହିଁ । ଏହା ବ୍ୟତୀତ ସେ ବିଗ୍-ବୋସ୍ ଶୋ’ରେ ମଧ୍ୟ ନଜର ଆସିଥିଲେ । ଏହି ଶୋ’ରେ କରିଷମା ତନ୍ନାଙ୍କ ଅହଙ୍କାରୀ ରୂପ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା । ସେ କାହା ସହିତ ଭଲ ଭାବରେ କଥା ହୁଅନ୍ତି ନାହିଁ ଏବଂ ଯଦି କେହି ତାଙ୍କ ସହିତ ଉଚ୍ଚ ସ୍ୱରରେ କଥା ହୁଏ ତେବେ ତାକୁ ବହୁତ କିଛି ଶୁଣାଇ ଦିଅନ୍ତି ।

ତାଙ୍କ ଏହି ସ୍ଵଭାବ ଯୋଗୁଁ ସେ ଏହି ଶୋ କୁ ଜିତି ପାରିନଥିଲେ। ବିଗ ବସ ଶୋ ରେ ଗୌତମ ଗୁଲାଟି ଭୁଲରେ ଥରେ ତାଙ୍କୁ ଗାଳି କରି ଦେଇଥିଲେ । ଏହା ପରେ କରିଷମା ତନ୍ନା ଖୁବ ହଙ୍ଗାମା କରିଥିଲେ । ଏତିକିନୁହେଁ ସେ ଅନେକ ଥର ମିଡ଼ିଆ ସମ୍ମୁଖରେ ମଧ୍ୟ ଦୁର୍ବ୍ୟବହାର କରୁଥିବାର ନଜର ଆସିଛନ୍ତି ।

ହିନା ଖାନ୍

ହିନାଙ୍କୁ ୟେ ରିଷତା କ୍ୟା କହଲତା ହେ ଠାରୁ ପରିଚୟ ମିଳିଲା । ଯେତେବେଳେ ତାଙ୍କୁ ଏହି ଶୋ ମିଳିଲା ସେତେବେଳେ ତାଙ୍କ ସ୍ଵଭାବ ବହୁତ ଭଲ ଥିଲା । କିନ୍ତୁ ଯେପରି ଯେପରି ସେ ଲୋକପ୍ରିୟ ହେବାକୁ ଲାଗିଲେ, ତାଙ୍କ ସ୍ଵଭାବ ପରିବର୍ତ୍ତିତ ହେବାକୁ ଲାଗିଲା । କୁହାଯାଏ ଯେ ଥରେ ଶୋ’ର ଶୁଟିଂ ସମୟରେ ଏକ ନ୍ୟୁଜ୍ ଚ୍ୟାନେଲ ତାଙ୍କ ଇଣ୍ଟରଭ୍ୟୁ ନେବା ପାଇଁ ଇଚ୍ଛା ପ୍ରକାଶ କଲେ ସେତେବେଳେ ସେ ସ୍ପଷ୍ଟ ମନା କରିଦେଲେ ଓ ତାଙ୍କ ସହିତ କ୍ରୋଧିତ ହୋଇ କଥାବାର୍ତ୍ତା କଲେ ।

ସେପକ୍ଷରେ ଅନେକ ଥର କହିବା ଓ ମନେଇବା ପରେ ମଧ୍ୟ ହିନା ୟେ ରିଷତା କ୍ୟା କହଲତା ହେ ଧାରାବାହିକ ଛାଡ଼ିଦେଲେ କାରଣ ତାଙ୍କୁ ଆଉ ଏହି ଧାରାବାହିକରେ ରୁଚି ନଥିଲା । ଏହି ଧାରାବାହିକର ନିର୍ମାତା ମାନେ ଚାହୁଁ ନଥିଲେ ଯେ ସେ ଏହି ଶୋ’କୁ ଛାଡ଼ନ୍ତୁ ଏବଂ ସେମାନେ ହିନାକୁ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ସେ ମାନିଲେ ନାହିଁ ।

ଅଙ୍କିତା ଲୋଖଣ୍ଡେ

ଅଙ୍କିତା ଲୋଖଣ୍ଡେ ନିଜେ ଏହି କଥା ସ୍ଵୀକାର କରିଛନ୍ତି ଯେ ସେ ବହୁତ ଅହଙ୍କାରୀ ଓ ଗର୍ବୀ ସ୍ୱଭାବର ଅଟନ୍ତି । ଧାରାବାହିକ ପବିତ୍ର ରିଷତାରୁ ତାଙ୍କୁ ପରିଚୟ ମିଳିଲା । ସେପକ୍ଷରେ ଏହି ଶୋ’ରେ କାମ କରୁଥିବା ଆଶା ନେଗି ସହିତ ତାଙ୍କ ତାଳମେଳ ଭଲ ନଥିଲା । ଯାହା ଫଳରେ ଆଶା ନେଗି ଶୋ’କୁ ଛାଡ଼ି ଦେଇଥିଲେ । ଶୋ ଝଲକ୍ ‘ଦିଖ ଲା ଜା’ରେ ସେ ନିଜେ କହିଥିଲେ ଯେ ସେ ଅହଙ୍କାରୀ ସ୍ୱଭାବର ଅଟନ୍ତି ।

ଦୃଷ୍ଟି ଧାମି

ଦୃଷ୍ଟି ଧାମିଙ୍କ କଥା ଯେତେବେଳେ କେହି ମାନନ୍ତି ନାହିଁ ସେତେବେଳେ ସେ ଶୁଟିଂ ଓ ଶୋ ଛାଡ଼ିଦେବେ ବୋଲି ଧମକ ଦିଅନ୍ତି । ତାଙ୍କ ଏହି ସ୍ଵଭାବ ଯୋଗୁଁ ବେଳେବେଳେ ଶୁଟିଂ ମଧ୍ୟ ରୋକିବାକୁ ପଡ଼େ । ଏକ ଥା ରାଜା ଏକ ଥି ରାନୀ ଶୋ ସମୟରେ ଦୃଷ୍ଟି ନିଜ ସାଉଣ୍ଡ ମାଇକ ବାହାର କରିବା ଭୁଲି ଯାଇଥିଲେ ଏବଂ ମୋବାଇଲରେ କଥା ହେବାକୁ ଲାଗିଲେ । ଯେତେବେଳେ ତାଙ୍କୁ ସାଉଣ୍ଡ କଥା ମନେ ପଡ଼ିଲା ସେତେବେଳେ ସେ ସାଉଣ୍ଡ ଇଞ୍ଜିନିୟର ଉପରେ କ୍ରୋଧ ପ୍ରକାଶ କରିଦେଲେ ଏବଂ ଶୁଟିଂ କରିବେ ନାହିଁ ବୋଲି କହିଲେ । ଏହି ଭୁଲ ପାଇଁ ଦୃଷ୍ଟିଙ୍କୁ ସେହି ବ୍ୟକ୍ତି କ୍ଷମା ମାଗିଲେ ଓ ଏହା ପରେ ଶୁଟିଂ ଆରମ୍ଭ ହେଲା। ଏପରି ଭାବରେ ‘ଝଲକ୍ ଦିଖ ଲାଜା’ର ହୋଷ୍ଟ ରଣବିର ଶୋରୀଙ୍କ ସହିତ ମଧ୍ୟ ସେ ସହଯୋଗ କରିନଥିଲେ । ଏହା ଫଳରେ ଝଲକର ହୋଷ୍ଟିଙ୍ଗରୁ ତାଙ୍କୁ ବାହାର କରି ଦିଆଯାଇଥିଲା ।

ନିୟା ଶର୍ମା

ନିୟା ଶର୍ମା ଅଧିକାଂଶ ସମୟରେ ନିଜ ସହ କଳାକାରଙ୍କ ସହ ଝଗଡା କରି ବସନ୍ତି । ଶୋ ଜମାଇ ରାଜା ସମୟରେ ମଧ୍ୟ ସେ ନିଜ କୋ ଷ୍ଟାର ରବି ଦୁବେଙ୍କ ସହିତ ଅନେକ ଥର ଝଗଡା କରି ବସୁଥିଲେ । ଯଦିଓ ପରେ ସେ ଏହି କଳହର ସମାଧାନ କରୁଥିଲେ ଏବଂ ବର୍ତ୍ତମାନ ଦୁହେଁ ଭଲ ବନ୍ଧୁ ଅଟନ୍ତି ।

Leave a Reply

Your email address will not be published. Required fields are marked *