ଏମାନେ ହେଉଛନ୍ତି ଆମ ଦେଶର ସର୍ବଶ୍ରେଷ୍ଠ ୮ଜଣ ନ୍ୟୁଜ ଏଙ୍କର ! ସେମାନଙ୍କ ମଧ୍ୟରୁ ଅଞ୍ଜନା ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଥାଏ ଦରମା ନାମରେ ଏତେ ମୋଟା ଟଙ୍କା …

ଏମାନେ ହେଉଛନ୍ତି ଆମ ଦେଶର ସର୍ବଶ୍ରେଷ୍ଠ ୮ଜଣ ନ୍ୟୁଜ ଏଙ୍କର ! ସେମାନଙ୍କ ମଧ୍ୟରୁ ଅଞ୍ଜନା ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଥାଏ ଦରମା ନାମରେ ଏତେ ମୋଟା ଟଙ୍କା …

ବର୍ତ୍ତମାନ ସମୟରେ ଆମ ଟିଭିରେ ଅନେକ ନ୍ୟୁଜ୍ ଚ୍ୟାନେଲ ପ୍ରସାରିତ ହେଉଛି । ଏହି ନ୍ୟୁଜ୍ ଚ୍ୟାନେଲରେ ଯେଉଁ ନ୍ୟୁଜ୍ ଏଙ୍କରମାନେ ରହିଥାନ୍ତି, ସେମାନେ ଦେଖିବାକୁ ଅତ୍ୟନ୍ତ ସ୍ମାର୍ଟ ଲୁକିଂ ଏବଂ ଟେଲେଣ୍ଟେଡ଼ ହୋଇଥାନ୍ତି । ଏହି ନ୍ୟୁଜ୍ ଏଙ୍କରମାନେ ବର୍ତ୍ତମାନ ସମୟରେ ଟିଭି ଜଗତରେ ଅତ୍ୟନ୍ତ ଲୋକପ୍ରିୟ ମୁହଁ ହୋଇସାରିଛନ୍ତି । ଆଜି ଆମେ ଆପଣଙ୍କୁ ଟିଭିର ଏଭଳି ୮ଜଣ ପ୍ରସିଦ୍ଧ ନ୍ୟୁଜ୍ ଏଙ୍କରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଆଜିର ସମୟରେ ଆମଦେଶର ସବୁଠାରୁ ଲୋକପ୍ରିୟ ନ୍ୟୁଜ୍ ଏଙ୍କର ହୋଇଯାଇଛନ୍ତି ଏବଂ ଏମାନଙ୍କୁ ମିଳୁଥିବା ଦରମା ବିଷୟରେ ମଧ୍ୟ କହିବାକୁ ଯାଉଛୁ, ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

୧) ବରଖା ଦତ୍ତ:-

ଟିଭି ଜଗତର ଜଣାଶୁଣା ନ୍ୟୁଜ୍ ଏଙ୍କର ବରଖା ଦତ୍ତ ଯିଏକି ଜଣେ ଲୋକପ୍ରିୟ ପତ୍ରକାର ହୋଇଥିବା ସହ ଜଣେ ସାମ୍ବାଦିକ ଏବଂ ଜଣେ ଲେଖକ ମଧ୍ୟ ଅଟନ୍ତି । ବରଖା ଦତ୍ତ ଆଜିର ସମୟରେ ଏନଡିଟିଭି (NDTV)ରେ ନ୍ୟୁଜ୍ ଏଙ୍କର ଭାବରେ କାର୍ଯ୍ୟରତ ଅଛନ୍ତି ଏବଂ ତାଙ୍କ ଦରମା ବିଷୟରେ କହିବାକୁ ଗଲେ, ବରଖାଙ୍କୁ ଗୋଟିଏ ବର୍ଷରେ ୩ କୋଟି ଟଙ୍କା ଦରମା ମିଳିଥାଏ ।

୨) ରବିଶ କୁମାର:-

ଟିଭିର ପ୍ରସିଦ୍ଧ ଏଙ୍କର ରବିଶ କୁମାରଙ୍କର ନାମ ମଧ୍ୟ ଏହି ତାଲିକାରେ ରହିଛି ଏବଂ ରବିଶ ଏନଡିଟିଭି ଇଣ୍ଡିଆର କାର୍ଯ୍ୟକାରୀ ବରିଷ୍ଠ ସମ୍ପାଦକ ପଦବୀରେ ବର୍ତ୍ତମାନ ସମୟରେ କାର୍ଯ୍ୟରତ ଅଟନ୍ତି ଏବଂ ସେ ଦେଶର ଅତ୍ୟନ୍ତ ପ୍ରଭାବଶାଳୀ ନ୍ୟୁଜ ଏଙ୍କର ଅଟନ୍ତି । ତାଙ୍କ ଦରମା ବିଷୟରେ କହିବାକୁ ଗଲେ, ତାଙ୍କୁ ବାର୍ଷିକ ୨.୧୬ କୋଟି ଟଙ୍କା ଦରମା ମିଳିଥାଏ ।

୩) ବିକ୍ରମ ଚନ୍ଦ୍ରା:-

ବିକ୍ରମ ଚନ୍ଦ୍ରା, ଯିଏକି ଏନଡିଟିଭି ଚ୍ୟାନେଲରେ ଗେଜେଟ ଗୁରୁ ଏବଂ ଏନଡିଟିଭିର ବିଗ ଫାଇଟ ଶୋ’କୁ ହୋଷ୍ଟ କରିଥାନ୍ତି, ସେ ଆମ ଦେଶର ଅତ୍ୟନ୍ତ ପ୍ରସିଦ୍ଧ ଏଙ୍କର ହୋଇ ସାରିଛନ୍ତି । କହିରଖୁଛୁ ଯେ, ବିକ୍ରମ ଚନ୍ଦ୍ରାଙ୍କର ବାର୍ଷିକ ଦରମା ୨ କୋଟି ଟଙ୍କା ଅଟେ ।

୪) ସୁଧୀର ଚୌଧୁରୀ:-

ଜି ନ୍ୟୁଜର ବରିଷ୍ଠ ସମ୍ପାଦକ ତଥା ବିଜନେସ ସୁଧୀର ଚୌଧୁରୀ ଅତ୍ୟନ୍ତ ଜଣାଶୁଣା ସମ୍ପାଦକ ଅଟନ୍ତି । ସୁଧୀରଙ୍କର କହିବା ଶୈଳୀ ଲୋକମାନଙ୍କୁ ଅତ୍ୟନ୍ତ ପସନ୍ଦ ଆସିଥାଏ । ଏଥିସହିତ ସୁଧୀରଙ୍କ ଦରମା ବିଷୟରେ କହିବାକୁ ଗଲେ, ତାଙ୍କର ବାର୍ଷିକ ଦରମା ୩ କୋଟି ଟଙ୍କା ଅଟେ ।

୫) ରାଜଦିପ ସରଦେଶାଇ:-

ଇଣ୍ଡିଆ ଟୁଡେ ନ୍ୟୁଜ ଚ୍ୟାନେଲର ନୁଜ ଏଙ୍କର ରାଜଦିପ ସରଦେଶାଇ ଇଣ୍ଡିଆ ଟୁଡେରେ ଆସୁଥିବା ଶୋ’ହେଡ ଲାଇନ ଟୁଡେ କୁ ହୋଷ୍ଟ କରିଥାନ୍ତି ଏବଂ ସେ ଅତ୍ୟନ୍ତ ପ୍ରସିଦ୍ଧ ଅଟନ୍ତି । ଏଥିସହ ତାଙ୍କ ଦରମା ବିଷୟରେ କହିବାକୁ ଗଲେ, ତାଙ୍କୁ ବାର୍ଷିକ ୫ କୋଟି ଟଙ୍କାର ଦରମା ମିଳିଥାଏ ।

୬) ଅର୍ଣ୍ଣବ ଗୋସ୍ୱାମୀ:-

ଅର୍ଣ୍ଣବ ଗୋସ୍ୱାମୀ ଯିଏକି ଆଜିର ସମୟରେ ଅତ୍ୟନ୍ତ ଲୋକପ୍ରିୟ ନାମ ଅଟନ୍ତି । ଅର୍ଣ୍ଣବ ଗୋସ୍ୱାମୀ ଦେଶ ଏବଂ ଦୁନିଆଁ ସହ ଜଡିତ ଖବରକୁ ବହୁତ ସ୍ପଷ୍ଟ ଭାବରେ ଲୋକମାନଙ୍କ ସମ୍ମୁଖରେ ରଖିଥାନ୍ତି ଏବଂ ତାଙ୍କର ନିର୍ଭୀକ ଶୈଳୀ ଲୋକମାନଙ୍କୁ ଅତ୍ୟନ୍ତ ପସନ୍ଦ ଆସିଥାଏ । ଏଥିସହିତ ଅର୍ଣ୍ଣବ ଗୋସ୍ୱାମୀଙ୍କ ଦରମା ବିଷୟରେ କହିବାକୁ ଗଲେ, ତାଙ୍କୁ ବାର୍ଷିକ ୧୨ କୋଟି ଟଙ୍କା ଦରମା ମିଳିଥାଏ ।

୭) ଅଞ୍ଜନା ଓମ କାଶ୍ୟପ:-

ଟିଭିର ଅତ୍ୟନ୍ତ ସୁନ୍ଦରୀ ଏବଂ ପ୍ରଭାବଶାଳୀ ନ୍ୟୁଜ ଏଙ୍କର ଅଞ୍ଜନା ଓମ କାଶ୍ୟପ ନିଜର ନିର୍ଭୀକ ଏବଂ କଟାକ୍ଷ କଥା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ ଅଟନ୍ତି । କହିରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଅଞ୍ଜନା ଆଜତକ ନ୍ୟୁଜ ଚ୍ୟାନେଲ ପାଇଁ କାମ କରୁଛନ୍ତି । ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦରମା ମିଳିଥାଏ ।

୮) ଶ୍ଵେତା ସିଂହ:-

ଟିଭିର ପ୍ରସିଦ୍ଧ ଏଙ୍କର ଶ୍ଵେତା ସିଂହ ଆଜିର ସମୟରେ ଜଣେ ଜଣାଶୁଣା ନ୍ୟୁଜ ଏଙ୍କର ହୋଇ ସାରିଛନ୍ତି । ଶ୍ଵେତାଙ୍କ ପାଖରେ ସମସ୍ତ ପ୍ରକାରର ଖବରକୁ ଅତ୍ୟନ୍ତ ଆକର୍ଷଣୀୟ ଉପାୟରେ ପ୍ରସ୍ତୁତ କରିବାର କଳା ରହିଛି । କହିରଖୁଛୁ ଯେ, ବର୍ତ୍ତମାନ ସମୟରେ ଶ୍ଵେତା ଆଜତକ ନ୍ୟୁଜ ଚ୍ୟାନେଲରେ ଏକ ନ୍ୟୁଜ ଏଙ୍କର ପଦରେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କର ମାସିକ ଦରମା ପ୍ରାୟତଃ ୮ ଲକ୍ଷ ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *