ସୌରଭ ଗାଙ୍ଗୁଲି କୋଟିକୋଟି ସମ୍ପତ୍ତି ଓ ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ଅଟନ୍ତି ! ପ୍ରତିବର୍ଷ ସେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି…

ସୌରଭ ଗାଙ୍ଗୁଲି କୋଟିକୋଟି ସମ୍ପତ୍ତି ଓ ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ଅଟନ୍ତି ! ପ୍ରତିବର୍ଷ ସେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି…

କ୍ରିକେଟ ଖେଳାଳିମାନେ ଦୁନିଆରେ ଯେଉଁଭଳି ନାମ କମାଇଥାନ୍ତି ଠିକ ସେହିଭଳି ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ କାହାଠାରୁ ପଛରେ ନୁହଁନ୍ତି । ଯଦି ଆମେ ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ତେବେ ଏଥିରେ ଅନେକ ଖେଳାଳି ଅଛନ୍ତି, ଯାହାଙ୍କର ପାଖରେ କୋଟିକୋଟି ମୂଲ୍ୟର ସମ୍ପତ୍ତି ରହିଛି । ସେମାନଙ୍କର ଜୀବନଶୈଳୀ ଏବଂ ବିଳାସପୂର୍ଣ୍ଣ ଘର ମଧ୍ୟ ରହିଛି । ମହେନ୍ଦ୍ର ସିଂ ଧୋନି ହୁଅନ୍ତୁ କିମ୍ବା ବିରାଟ କୋହଲି କିମ୍ବା ଅନ୍ୟକେହି ଖେଳାଳି ହୁଅନ୍ତୁ, ଅଧିକାଂଶ କୋଟିକୋଟି ଟଙ୍କାର ମାଲିକ ଅଟନ୍ତି । ଏଥିସହିତ, ଅନେକ ପୂର୍ବତନ କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ଜୀବନଶୈଳୀ ଏବଂ ସମ୍ପତ୍ତି ଯୋଗୁଁ ଚର୍ଚ୍ଚାରେ ଥାଆନ୍ତି । ଆଜି ଆମେ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ତଥା ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ କହିବାକୁ ଯାଉଛୁ ।

ପ୍ରକାଶ ଥାଉ କି, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ଉଚ୍ଚକୋଟୀର ପ୍ରଦର୍ଶନ ଦ୍ୱାରା ସମସ୍ତ ଭାରତୀୟଙ୍କୁ ଗର୍ବିତ କରାଇଛନ୍ତି । ବର୍ତ୍ତମାନ BCCIର ସଭାପତି ଭାବରେ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କୁ ନୂତନ ଶିଖରରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ସଭାପତି ପଦର ପରିଚାଳନା କରିବା ପାଇଁ ସୌରଭ ଗାଙ୍ଗୁଲି BCCIରୁ କୋୖଣସି ବେତନ ନେଉନାହାଁନ୍ତି ସତ କିନ୍ତୁ ତଥାପି ଗାଙ୍ଗୁଲି ବାର୍ଷିକ କୋଟିକୋଟି ଟଙ୍କା ରୋଜଗାର କରନ୍ତି ।

Caknowledge.com ଅନୁଯାୟୀ, ସୌରଭ ଗାଙ୍ଗୁଲି ମୋଟ ୪୧୬ କୋଟି ସମ୍ପତ୍ତିର ଉତ୍ତରାଧିକାରୀ ଅଟନ୍ତି । ଏଥିରେ ସୌରଭ ଗାଙ୍ଗୁଲିଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ । ସୌରଭ ଗାଙ୍ଗୁଲି ରାଜକୀୟ ଭାବେ ଜୀବନ ଅତିବାହିତ କରନ୍ତି ଏବଂ ତାଙ୍କ ପାଖରେ ବିଳାସପୂର୍ଣ୍ଣ ଏବଂ ମହଙ୍ଗା ଜିନିଷର ଅଭାବ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ କୋଲକାତାରେ ସୌରଭ ଗାଙ୍ଗୁଲିଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ଯାହା ରାଜକୀୟ ଏବଂ ବହୁତ ମହଙ୍ଗା ବଙ୍ଗଳା ଅଟେ । ସୌରଭ ଗାଙ୍ଗୁଲିଙ୍କ ବଙ୍ଗଳା କୌଣସି ରାଜାଙ୍କ ବଙ୍ଗଳାଠାରୁ କମ୍ ନୁହେଁ ।

ଯେତିକି ଏହି ବଙ୍ଗଳା ବାହାରୁ ଭବ୍ୟ ଦେଖାଯାଏ, ଭିତରୁ ମଧ୍ୟ ସେତିକି ବିଳସପୂର୍ଣ । ଗାଙ୍ଗୁଲି ନିଜେ ନିଜ ଘର ଭିତରର ଝଲକ ଦେଖାଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ବ୍ୟତୀତ ଗାଙ୍ଗୁଲିଙ୍କର ପ୍ରସିଦ୍ଧ ଜୋତା କମ୍ପାନୀ ପୁମା ସହିତ ମଧ୍ୟ ଚୁକ୍ତି କରିଛନ୍ତି । ଏଥିପାଇଁ ସେ ପୁମା କମ୍ପାନୀଠାରୁ ବାର୍ଷିକ ୧.୩୫ କୋଟିଟଙ୍କା ପାଇଥାନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି, ଡିଟିଡିସି ଏକ୍ସପ୍ରେସ ଲିମିଟେଡ୍ ବ୍ରାଣ୍ଡ ଆମ୍ବାସାଡର ଭାବରେ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଏହା ବ୍ୟତୀତ, ସୌରଭ ଗାଙ୍ଗୁଲି ମଧ୍ୟ JSW ସିମେଣ୍ଟ, ଅଜନ୍ତା ଜୋତା, MY 11 CIRCLE, ଟାଟା ଟେଟଲି, ଏସିଲାର ଲେନ୍ସ ଏବଂ ସେନକୋ ଗୋଲ୍ଡରେ ଆଡ଼ଭର୍ଟଇଜମେଣ୍ଟ କରି ବିପୁଳ ପରିମାଣର ରୋଜଗାର କରନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ସୌରଭ ଗାଙ୍ଗୁଲି ମଧ୍ୟ ଗୌତମ ଆଦାନୀ ଗ୍ରୁପର ଫର୍ଚ୍ୟୁନ୍ ତେଲକୁ ପ୍ରୋତ୍ସାହନ ଦେଉଛନ୍ତି । ମୋଟ ଉପରେ, ସେ ଏଣ୍ଡୋର୍ସମେଣ୍ଟରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏବଂ ପାଖାପାଖି ୪୧୬ କୋଟି ସମ୍ପତ୍ତିର ମାଲିକ ଅଟନ୍ତି ।

Leave a Reply

Your email address will not be published. Required fields are marked *