ଚାଣକ୍ୟ ନୀତି :- ଏହି ତିନୋଟି କାର୍ଯ୍ୟ ପାଇଁ କେବେମଧ୍ୟ ଲାଜ କରନ୍ତୁ ନାହିଁ ! ନଚେତ ଭବିଷ୍ୟତରେ ଅସୁବିଧାର ସମୁର୍ଖିନ ହୋଇପାରନ୍ତି …

ଚାଣକ୍ୟ ନୀତି :- ଏହି ତିନୋଟି କାର୍ଯ୍ୟ ପାଇଁ କେବେମଧ୍ୟ ଲାଜ କରନ୍ତୁ ନାହିଁ ! ନଚେତ ଭବିଷ୍ୟତରେ ଅସୁବିଧାର ସମୁର୍ଖିନ ହୋଇପାରନ୍ତି …

ଆଚାର୍ଯ୍ୟ ଚାଣକ୍ୟ ଆମ ଜୀବନକୁ ସୁଖଦ ରଖିବା ପାଇଁ କିଛି ନୀତି ତିଆରି କରିଛନ୍ତି । ଏହି ନୀତିରେ ଅନେକଗୁଡ଼ିଏ ରହସ୍ୟ ଲୁଚି ରହିଛି, ଯାହା ଫଳରେ ଆମକୁ ସୁଖ ଓ ଦୁଃଖ ମଧ୍ୟର ସୂଚନା ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟ ଏକ ନୀତିରେ ଏପରି ତିନୋଟି କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି, ଯାହାକୁ କରିବା ପାଇଁ ଆମକୁ କେବେହେଲେ ଲାଜ ନକରିବା ଉଚିତ । ଯେଉଁ ଲୋକମାନେ ଏହି କାର୍ଯ୍ୟ କରିବାକୁ ଲାଜ କରନ୍ତି, ତାଙ୍କୁ ଭବିଷ୍ୟତରେ କ୍ଷତି ପହଞ୍ଚି ଥାଏ ।

୧. ଧନ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ କରନ୍ତି ନାହିଁ ଲାଜ

ଯେଉଁ ବ୍ୟକ୍ତି ଧନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଜ କରନ୍ତି, ତାଙ୍କୁ ଧନ ହାନିର ସମ୍ମୁଖୀନ ହେବାକୁ ପଡ଼େ । ଯଦି କୌଣସି ବ୍ୟକ୍ତିକୁ ଋଣ ଦିଆଯାଇଥିବା ଟଙ୍କା ପୁଣିଥରେ ନେବାର ଅଛି ଏବଂ ଆମେ ଲାଜ କରୁଥିବାରୁ ତାକୁ ଟଙ୍କା ମାଗି ପାରୁ ନାହୁଁ ତେବେ ଏହା ନିଶ୍ଚିତ ଯେ ଧନର ହାନି ହେବ । ଅନ୍ତଃ ଧନ ସମ୍ବନ୍ଧୀୟ କାର୍ଯ୍ୟରେ ଲାଜ କରନ୍ତୁ ନାହିଁ ।

୨. ଭୋଜନ କରିବାରେ ଲାଜ କରନ୍ତୁ ନାହିଁ

ଯଦି କୌଣସି ବ୍ୟକ୍ତି ଭୋଜନ କରିବାରେ ଲାଜ କରନ୍ତି ତେବେ ସେ ଭୋକରେ ହିଁ ରହିଯିବେ । ବେଳେବେଳେ କିଛି ଲୋକ ନିଜ ସମ୍ପର୍କୀୟ ଘରେ କିମ୍ବା ବନ୍ଧୁ ଘରେ ଭୋଜନ କରିବା ସମୟରେ ଲାଜ କରନ୍ତି ତେବେ ସେ ଭଲ ଭାବରେ ପେଟ ପୁରା ଖାଦ୍ୟ ଗ୍ରହଣ କରିପାରନ୍ତି ନାହିଁ ଏବଂ ଭୋକରେ ହିଁ ରହିଯାନ୍ତି । ତେଣୁ ଖାଦ୍ୟ ଖାଇବା ସମୟରେ କେବେହେଲେ ଲାଜ ନକରିବା ଉଚିତ୍ ।

୩. ଗୁରୁଙ୍କ ଠାରେ ଜ୍ଞାନ ନେବା ସମୟରେ କରନ୍ତୁ ନାହିଁ ଲାଜ

ଭଲ ବିଦ୍ୟାର୍ଥୀ ସିଏ ଅଟେ ଯିଏ ବିନା ଲାଜରେ ନିଜ ଗୁରୁଙ୍କ ଠାରୁ ସମସ୍ତ ଜିଜ୍ଞାସାର ଉତ୍ତର ପାଇପାରନ୍ତି । ଶିକ୍ଷା ପ୍ରାପ୍ତ କରିବାରେ ଯେଉଁ ଛାତ୍ରଛାତ୍ରୀ ଲାଜ କରେ ସେ ଅଜ୍ଞାନୀ ହିଁ ରହିଯାଏ । ବିଦ୍ୟାର୍ଥୀଙ୍କୁ ପାଠପଢା ସମୟରେ ଲାଜ ନକରି ସମସ୍ତ ପ୍ରଶ୍ନର ଉତ୍ତର ଗୁରୁଙ୍କ ଠାରୁ ପ୍ରାପ୍ତ କରିବା ଉଚିତ । ଯେଉଁଥିରୁ ଭବିଷ୍ୟତରେ କୌଣସି ବିଷୟରେ ଅଜ୍ଞାନୀ ହେବାର ସ୍ଥିତିରୁ ବଞ୍ଚି ପାରିବା ।

Leave a Reply

Your email address will not be published. Required fields are marked *